ଆସାମରେ ବନ୍ୟା ପରିସ୍ଥିତି ଗୁରୁତର
News18 Odia Digital
Flood Situation in Assam: ଦେଶର ଉତ୍ତର-ପୂର୍ବ ଆସାମର ଅନେକ ଜିଲ୍ଲାରେ ବିପଦ ସଙ୍କେତ ଉପରେ ନଦୀ ଜଳ ପ୍ରବାହିତ ହେଉଛି। ଆସାମରେ ବନ୍ୟା ଯୋଗୁଁ ଶୁକ୍ରବାର ଦିନ ୪୫.୩୪ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ।
ଏଥି ସହିତ ଗତ ୨୪ ଘଣ୍ଟା ମଧ୍ୟରେ ଆସାମରେ ବନ୍ୟା ହେତୁ ୧୦ ଜଣ ଲୋକ ପ୍ରାଣ ହରାଇଛନ୍ତି। ଯାହା ପରେ ବର୍ତ୍ତମାନ ଚଳିତ ବର୍ଷ ଆସାମରେ ବନ୍ୟା ଓ ଭୂସ୍ଖଳନ ହେତୁ ମୃତ୍ୟୁ ସଂଖ୍ୟା ୧୧୭ରେ ପହଞ୍ଚିଛି।
କୁହାଯାଉଛି ଯେ ଆସାମରେ ବନ୍ୟା ଓ ଭୂସ୍ଖଳନ ହେତୁ ଏପର୍ଯ୍ୟନ୍ତ ମୋଟ ୧୧୭ ଜଣଙ୍କର ମୃତ୍ୟୁ ଘଟିଛି, ସେଥିମଧ୍ୟରୁ ବନ୍ୟା ପ୍ରଭାବରେ ୧୦୦ ଜଣଙ୍କର ମୃତ୍ୟୁ ଘଟିଛି ଓ ଭୂସ୍ଖଳନ ହେତୁ ୧୭ ଜଣଙ୍କର ମୃତ୍ୟୁ ହୋଇଛି।
ଏକ ରିପୋର୍ଟ ଅନୁଯାୟୀ, ସୂଚନା ଦିଆଯାଇଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ଆସାମର ୨୮ଟି ଜିଲ୍ଲାର ୨୫୧୦ଟି ଗାଁରେ ସମୁଦାୟ ୩୩,୦୩,୩୧୬ ଜଣ ଲୋକ ବନ୍ୟା ପ୍ରଭାବିତ ହୋଇଥିବାବେଳେ ବନ୍ୟା ଯୋଗୁଁ ୯୧୬୫୮.୪୯ ହେକ୍ଟର ଫସଲ କ୍ଷେତ୍ର ପ୍ରଭାବିତ ହୋଇଛି।
ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି
ବର୍ତ୍ତମାନ ସେନା, ପୋଲିସ ଫୋର୍ସ, ନ୍ୟାସନାଲ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ), SDRF, ଅଗ୍ନିଶମ ଓ ଜରୁରୀକାଳୀନ କର୍ମଚାରୀଙ୍କ ସମେତ ଆପଦା ମିତ୍ରଙ୍କ ସ୍ବାଚ୍ଛାସେବୀମାନେ ନିରନ୍ତର ସହାୟତା ଓ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଉଦ୍ଧାର କାର୍ଯ୍ୟଓ ରିଲିଫ ବଣ୍ଟନରେ ଜିଲ୍ଲା ପ୍ରଶାସନକୁ ସାହାଯ୍ୟ କରୁଥିବା ଦେଖିବାକୁ ମିଳୁଛି।
୭୧୭ ରିଲିଫ୍ କ୍ୟାମ୍ପ ଓ ୪୦୯ ରିଲିଫ୍ ବଣ୍ଟନ କେନ୍ଦ୍ର ସ୍ଥାପନ କରାଯାଇଛି
ପ୍ରଶାସନ ଦ୍ବାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ ଆସାମରେ ବନ୍ୟା ପରିସ୍ଥିତି ଯୋଗୁଁ ପ୍ରଭାବିତ ଅଞ୍ଚଳରେ ମୋଟ ୭୧୭ ରିଲିଫ କ୍ୟାମ୍ପ ଓ ୪୦୯ ରିଲିଫ ବଣ୍ଟନ କେନ୍ଦ୍ର ଖୋଲାଯାଇଛି। କୁହାଯାଉଛି ଯେ ଏହି ରିଲିଫ କ୍ୟାମ୍ପରେ ବନ୍ୟା ଯୋଗୁଁ ୨ ଲକ୍ଷ ୬୫ ହଜାରରୁ ଅଧିକ ଲୋକ ପ୍ରଭାବିତ ହେଉଛନ୍ତି।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।