ଆସାମରେ ବନ୍ୟା: ଜଳବନ୍ଦୀରେ ୫୭ ହଜାର ଲୋକ; ୩ମୃତ; ଦେଖନ୍ତୁ ଭିଡି଼ଓ

ଆସାମର ୬ଟି ଜିଲ୍ଲାର ପ୍ରାୟ ୫୭,୦୦ ଲୋକ ଚଳିତ ବର୍ଷ ପ୍ରଥମ ବନ୍ୟା ପରିସ୍ଥିତି ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଶନିବାର ଦିନ ଡିମା ହାସାଓ ଜିଲ୍ଲାରେ ଭୂସ୍ଖଳନରେ ଜଣେ ମହିଳାଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଛି।

ଆସାମରେ ବନ୍ୟା ଯୋଗୁଁ ୩ଜଣ ମୃତ  (ପ୍ରତୀକାତ୍ମକ ଛବି)

ଆସାମରେ ବନ୍ୟା ଯୋଗୁଁ ୩ଜଣ ମୃତ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଆସାମର ୬ଟି ଜିଲ୍ଲାର ପ୍ରାୟ ୫୭,୦୦ ଲୋକ ଚଳିତ ବର୍ଷ ପ୍ରଥମ ବନ୍ୟା ପରିସ୍ଥିତି ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଶନିବାର ଦିନ ଡିମା ହାସାଓ ଜିଲ୍ଲାର ହାଫଲଙ୍ଗ ଅଞ୍ଚଳରେ ଭୂସ୍ଖଳନରେ ଜଣେ ମହିଳାଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଛି।

ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି କୋପିଲି ନଦୀ

ଆସାମ ଏବଂ ପଡୋଶୀ ରାଜ୍ୟ (ମେଘାଳୟ, ଏବଂ ଅରୁଣାଚଳ ପ୍ରଦେଶ) ରେ ଗତ କିଛି ଦିନ ଧରି ଲଗାତାର ବର୍ଷା ହେବା ପରେ ଅନେକ ନଦୀର ଜଳ ସ୍ତର ଧୀରେ ଧୀରେ ବଢିବାରେ ଲାଗିଛି ଓ କୋପିଲି ନଦୀର ଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।



 ୬ ଟି ଜିଲ୍ଲା ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି

ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ASDMA) ର ବନ୍ୟା ରିପୋର୍ଟ ଅନୁଯାୟୀ, ଛଅଟି ଜିଲ୍ଲାର ୯୪ ଟି ଗାଁରେ କାଚାର୍, ଧମାଜୀ, ହୋଜାଇ, କାର୍ବି ଆଙ୍ଗ୍ଲୋଙ୍ଗ ୱେଷ୍ଟ୍, ନାଗାଓଁ ଏବଂ କାମ୍ରୁପ୍ (ମେଟ୍ରୋ) ରେ ମୋଟ ୨୪,୭୮୧ ଜଣ ପ୍ରଭାବିତ ହୋଇଛନ୍ତି।

୨,୧୫୦ ଲୋକଙ୍କୁ ଉଦ୍ଧାର କରାଯାଇଥିଲା

ବନ୍ୟା ପ୍ରଭାବିତ ଜିଲ୍ଲାମାନଙ୍କରେ ୧୭୩୨.୭୨ ହେକ୍ଟର ଫସଲ ଜମି ମଧ୍ୟ ଜଳମଗ୍ନ ହୋଇଛି। କେବଳ କାଚର ଜିଲ୍ଲାରେ ୨୧,୦୦୦ ରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଶନିବାର ଦିନ ସେନା, ପାରାମିଲିଟାରୀ ଫୋର୍ସ, SDRF, ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା କାଚର ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳରୁ ୨,୧୫୦ ଲୋକଙ୍କୁ ଉଦ୍ଧାର କରିଛନ୍ତି।  ନାଗାଓଁ ଜିଲ୍ଲାର ହୋଜାଇ, ଲକ୍ଷ୍ମୀପୁରରେ ଅନେକ ରାସ୍ତା, ବ୍ରିଜ୍ ଏବଂ ଜଳସେଚନ କେନାଲ ନଷ୍ଟ ହୋଇଯାଇଛି।

୧୧୯ଜଣ ଯାତ୍ରୀ ଉଦ୍ଧାର

ବନ୍ୟା ଯୋଗୁଁ ରେଲପଥ ନଷ୍ଟ ହୋଇଯାଇଛି। ଭାରତୀୟ ବାୟୁ ସେନା ଫୋର୍ସ ସିଲଚର ଓ ଗୌହାଟୀ ଏକ୍ସପ୍ରେସରୁ ୧୧୯ଜଣ ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି। ଜଳବନ୍ଦୀ ଯୋଗୁଁ ଚାଚର ଅଞ୍ଚଳରେ ଟ୍ରେନ ଅଟକି ରହିଥିଲା।
Published by:Soumya Das
First published: