News18 Odia Digital
ଆସାମ: ୨୦୨୨ ରେ ସାରା ରାଜ୍ୟରେ ଅବୈଧ ଗଣ୍ଡା ଶିକାର ହୋଇ ନାହିଁ। ଗଣ୍ଡାର ଶିଙ୍ଘରୁ କୌଣସି ଔଷଧ ପ୍ରସ୍ତୁତ ହୁଏ ନାହିଁ। ଗଣ୍ଡା ଶିଙ୍ଘର ଔଷଧିୟ ପ୍ରୟୋଜନ ଏକ ଲୋକକଥା। ନୂଆ ବର୍ଷ ୨୦୨୩ ପୂର୍ବରୁ ଏକ ଗଣମାଧ୍ୟମରେ ଦେଇଥିବା ବିବୃତ୍ତିରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବା ଶର୍ମା ଏହା ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ଅତୀତରେ ବହୁ ମାତ୍ରାରେ ଗଣ୍ଡା ଶିକାର ହେଉଥିଲା, ଯାହା କର୍ତ୍ତୃପକ୍ଷଙ୍କ କଡା ନଜର ଓ ଅନ୍ୟାନ୍ୟ ସୁରକ୍ଷା ବ୍ୟବସ୍ଥା ଯୋଗୁଁ ବର୍ତ୍ତମାନ ହ୍ରାସ ପାଇଛି।
ଆଗକୁ ଆସାମ ସିଏମ୍ କହିଛନ୍ତି ଯେ ଆସାମ ଏକ ଶିଙ୍ଘିଆ ଗଣ୍ଡା ପାଇଁ ଜଣାଶୁଣା ଏବଂ ଏହା ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ସେ କହିଛନ୍ତି ଯେ କାଜିରଙ୍ଗା ଜାତୀୟ ଉଦ୍ୟାନରେ ବର୍ତ୍ତମାନ ୨୬୧୩ ଟି ଗଣ୍ଡା ଅଛନ୍ତି ଓ ଜାତୀୟ ଉଦ୍ୟାନ କର୍ତ୍ତୃପକ୍ଷଙ୍କ ସର୍ବଶେଷ ଜନଗଣନା ତଥ୍ୟ ଅନୁଯାୟୀ ଏହି ସଂଖ୍ୟା ବୃଦ୍ଧି ପାଉଛି।
୨୦୨୧ ମସିହାରେ ଗଣ୍ଡାଙ୍କ ସଂଖ୍ୟା ୨୧ ବର୍ଷ ମଧ୍ୟରେ ସର୍ବନିମ୍ନ ଥିଲା ଯାହାକି ମାତ୍ର ୧। ୨୦୧୩ ଏବଂ ୨୦୧୫ ରେ, ୨୭ ଟି ଗଣ୍ଡାକୁ ଶିକାରୀମାନେ ହତ୍ୟା କରିଥିଲେ। ଆସାମ ସରକାର ସେପ୍ଟେମ୍ବରରେ ୨୪୭୯ ଶିଙ୍ଘ ଜାଳି ଦେଇଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।