ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ଆସାମ ଓ ମିଜୋରାମ ସୀମା ବିବାଦ: ସୀମାରେ ଶାନ୍ତି ବଜାୟ ରଖିବା ନେଇ ରାଜି ହେଲେ ଦୁଇ ରାଜ୍ଯ

ଆସାମ ଓ ମିଜୋରାମ ସୀମା ବିବାଦ: ସୀମାରେ ଶାନ୍ତି ବଜାୟ ରଖିବା ନେଇ ରାଜି ହେଲେ ଦୁଇ ରାଜ୍ଯ

ଆସାମ ଓ ମିଜୋରାମର ମନ୍ତ୍ରୀଙ୍କ ମଧ୍ୟରେ ବୈଠକ ପରେ ସୀମାରେ ଶାନ୍ତି ବଜାୟ ରଖିବାକୁ ଦୁଇ ରାଜ୍ଯ ନିଷ୍ପତ୍ତି ନେଇଛନ୍ତି। ଆଗାମୀ ଦିନରେ କୌଣସି ବିବାଦ ହେବ ନାହିଁ ବୋଲି କହିଛନ୍ତି ଦୁଇ ରାଜ୍ଯର ମନ୍ତ୍ରୀ।

ଆସାମ ଓ ମିଜୋରାମ ସୀମା ବିବାଦ: ସୀମାରେ ଶାନ୍ତି ବଜାୟ ରଖିବା ନେଇ ରାଜି ହେଲେ ଦୁଇ ରାଜ୍ଯ
ସୀମା ବିବାଦ ସମାଧାନ ପାଇଁ ଦୁଇ ଦେଶର ମନ୍ତ୍ରୀଙ୍କ ମଧ୍ୟରେ ବୈଠକ ହୋଇଛି।(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: August 5, 2021, 5:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଆସାମ ଓ ମିଜୋରାମ ମଧ୍ୟରେ ସୀମା ବିବାଦ ଉତ୍ତେଜନାକୁ କମ କରିବା ପାଇଁ ଆଜି ଉଭୟ ରାଜ୍ୟର ମନ୍ତ୍ରୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା।  ସୀମାରେ ଶାନ୍ତି ବଜାୟ ରଖିବା ଉପରେ ଆଲୋଚନା କରାଯାଇଥିଲା। ବୈଠକ ପରେ ଉଭୟ ରାଜ୍ୟର ମନ୍ତ୍ରୀମାନେ ଏକ ସୂଚନା ପ୍ରଦାନ କରି କହିଛନ୍ତି ଯେ ଦୁଇ ରାଜ୍ୟ ମଧ୍ୟରେ ଚାଲିଥିବା ସୀମା ବିବାଦକୁ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଗୃହ ମନ୍ତ୍ରଣାଳୟ କହିଛି। ଏହି ପର୍ଯ୍ୟାୟରେ ଆଜି ଉଭୟ ରାଜ୍ୟର ମନ୍ତ୍ରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଉଭୟ ରାଜ୍ୟ ସୀମାରେ ଶାନ୍ତି ବଜାୟ ରଖିବାକୁ ରାଜି ହୋଇଥିଲେ।

ଆସାମ ସରକାରଙ୍କ ଦୁଇଜଣ ମନ୍ତ୍ରୀ ଅତୁଲ ବୋରା ଓ ଅଶୋକ ସିଙ୍ଗଲ ମିଜୋରାମରେ ମନ୍ତ୍ରୀ ତଥା ଅଧିକାରୀଙ୍କ ସହ ଆଲୋଚନା କରିବା ପାଇଁ ମିଜୋରାମରେ ପହଞ୍ଚିଥିଲେ।  ଆଇଜୱଲରେ ପହଞ୍ଚିଥିବା ଆସାମ ମନ୍ତ୍ରୀ ଅଶୋକ ସିଙ୍ଗଲ ବିମାନବନ୍ଦରରେ ଟ୍ୱିଟ କରି କହିଛନ୍ତି ଯେ ସୀମା ବିବାଦକୁ ନେଇ ହୋଇଥିବା ଆଲୋଚନା ଏକ ସକରାତ୍ମକ ଦିଗରେ ହୋଇଛି। ବିମାନ ବନ୍ଦରରେ ମିଜୋରାମ ସରକାରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

ଆସାମର ପ୍ରତିନିଧୀଙ୍କ ସହ ମିଜୋରାମ ଗୃହମନ୍ତ୍ରୀ ଲାଲଚାମିଲାନା, ଜମି ରାଜସ୍ୱ ମନ୍ତ୍ରୀ ଲାଲୁରୁଟକିମା ଓ ଗୃହ ବିଭାଗ ସଚିବ ଭାନଲାଲଗାଇସାକା ଆଲୋଚନା କରିଛନ୍ତି।  ଏହି ବୈଠକର ଉଦ୍ଦେଶ୍ୟ ଥିଲା ଯେ ଜୁଲାଇ ୨୬ରେ ଉଭୟ ରାଜ୍ୟ ସୀମାରେ ଏହି ଘଟଣା ଯେପରି ଘଟିଥିଲା, ତାହା ଆଉ ଘଟିବ ନାହିଁ। ଜୁଲାଇ ୨୬ରେ ମିଜୋରାମର କୋଲାସିବ ଜିଲ୍ଲାର ୱାୟରାଙ୍ଗେ ଟାଉନରେ ଉଭୟ ପକ୍ଷ ଓ ପୋଲିସ ଫୋର୍ସ ମୁହାଁମୁହିଁ ହୋଇଥିଲେ।  ଏହି ହିଂସାତ୍ମକ ସଂଘର୍ଷରେ ଆସାମର ୬ ଜଣ ପୋଲିସ କର୍ମଚାରୀ ଓ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଥିଲେ ।
Published by: Soumya Das
First published: August 5, 2021, 4:57 PM IST