ଆସାମରେ ପୋଲିସ ଦ୍ୱାରା ଜଣେ ସାମ୍ବାଦିକଙ୍କୁ ମାଡ଼ ମାରିବା ମାମଲା
News18 Odia Digital
ଗୌହାଟି: ଆସାମରେ ପୋଲିସ ଦ୍ୱାରା ଜଣେ ସାମ୍ବାଦିକଙ୍କୁ ମାଡ଼ ମାରିବା ମାମଲା ସାମ୍ନାକୁ ଆସିଛି। ସୋମବାର ଆସାମର ବାସୁବାନରେ ଏହି ଘଟଣା ଘଟିଥିଲା ଯେତେବେଳେ ସାମ୍ବାଦିକ ଜଣକ ବିନା ହେଲମେଟରେ ବାଇକ୍ ଚଳାଇବାରୁ ଦୁଇଜଣ ପୋଲିସ କର୍ମଚାରୀଙ୍କୁ ବାଧା ଦେଇଥିଲେ ଓ ଏ ସମ୍ପର୍କରେ ସେମାନଙ୍କୁ ପଚରାଉଚରା କରିଥିଲେ।
ଅଭିଯୋଗ ହୋଇଛି ଯେ ଏହା ପରେ ପୋଲିସ କର୍ମଚାରୀମାନେ ଏହି ସାମ୍ବାଦିକଙ୍କୁ କଡ଼ା ଜବାବ ଦେଇଥିଲେ। ମାମଲା ସାମ୍ନାକୁ ଆସିବା ପରେ ଉଭୟ ଅଭିଯୁକ୍ତ ପୋଲିସ ବିରୋଧରେ ଏଫଆଇଆର ପଞ୍ଜିକୃତ ହୋଇଛି।
ନ୍ୟୁଜ୍ ଏଜେନ୍ସି ANIରୁ ଆହତ ସାମ୍ବାଦିକ ଜୟନ୍ତ ଦେବନାଥ କହିଛନ୍ତି, ‘‘ଦୁଇଜଣ ପୋଲିସ ବିନା ହେଲମେଟରେ ବାଇକ୍ ଚଳାଉଥିଲେ। ମୋର ଏକମାତ୍ର ଭୁଲ ଥିଲା ଯେ ମୁଁ ତାଙ୍କୁ ପଚାରିଥିଲି ବିନା ହେଲମେଟରେ ବାଇକ୍ ଚଳାଇ ଆପଣ କେଉଁ ବାର୍ତ୍ତା ପଠାଇବେ? ଏହା ପରେ ସେମାନେ ମୋତେ ପିଟିଲେ। ଯେତେବେଳେ ମୁଁ ସେମାନଙ୍କୁ କହିଲି ଯେ ମୁଁ ଜଣେ ସାମ୍ବାଦିକ, ସେମାନେ ଅଧିକ କ୍ରୋଧିତ ହୋଇଯାଇଥିଲେ।’’
ସେ ଆହୁରି କହିଛନ୍ତି, ‘‘ଆସାମରେ ପୋଲିସ ସ୍ୱାଧୀନତା ପାଇଛି। ଏଭଳି ପରିସ୍ଥିତିରେ ପୋଲିସ ଏହାକୁ ଅନାବଶ୍ୟକ ଭାବେ ବ୍ୟବହାର କରୁଛି। ମୁଁ ଆସାମ ସରକାରଙ୍କୁ କହିବାକୁ ଚାହେଁ ଯେ ତୁମେ ଆଇନ ତିଆରି କର ଓ ତୁମର ଲୋକମାନେ ଏହି ନିୟମ ଭାଙ୍ଗନ୍ତି। ମୁଁ ସରକାରଙ୍କୁ ଏହି ପ୍ରସଙ୍ଗରେ ପଦକ୍ଷେପ ନେବାକୁ ଅନୁରୋଧ କରୁଛି। ଯଦି ଏହି ଘଟଣା ରାତିରେ ଘଟିଥାନ୍ତା, ସେ ହୁଏତ ମୋତେ ମଧ୍ୟ ଗୁଳି ମାରି ଦେଇଥାଆନ୍ତେ। ତାଙ୍କ ଆଚରଣ ଦ୍ୱାରା ମୁଁ ଆଶ୍ଚର୍ଯ୍ୟ ହୋଇଗଲି।’’
ଏଥି ସହ ଏସଏସପି ଲାବା କୁମାର ଦେକା ଏହି ପ୍ରସଙ୍ଗରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି। ସେ କହିଛନ୍ତି, ‘‘ସାମ୍ବାଦିକ ଜୟନ୍ତ ଦେବନାଥଙ୍କ ଦ୍ୱାରା ଦିଆଯାଇଥିବା ଏଫଆଇଆର ଆଧାରରେ ଆମେ ଆବଶ୍ୟକ ପଦକ୍ଷେପ ନେଉଛୁ। ଏହି ଘଟଣାରେ ଅଧିକ ତଦନ୍ତ ଚାଲିଛି।’’
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।