ଧାର୍ମିକ ସମାରୋହରେ ପ୍ରସାଦ ଖାଇ ୧୮ ଜଣ ଅସୁସ୍ଥ
News18 Odia Digital
Assam: ଆସାମର ମଜୁଲି ଜିଲ୍ଲାର ଗାରୁମୁର ନିକଟ ମହରିଚୁକ ଅଞ୍ଚଳରେ ଗତକାଲି ରାତିରେ ଏକ ଧାର୍ମିକ କାର୍ଯ୍ୟକ୍ରମରେ ପ୍ରସାଦ ଖାଇବା ପରେ ଅତି କମରେ ୧୮ ଜଣ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ସେମାନଙ୍କ ଅବସ୍ଥା ସ୍ଥିର ରହିଛି ବୋଲି ଡେପୁଟି କମିଶନର ପୁଲକ ମହନ୍ତ ଏନଏନଆଇକୁ କହିଛନ୍ତି।
ଜିଲ୍ଲା ଡାକ୍ତରଖାନାର ଡକ୍ଟର ଅମୁଲିଆ ଗୋସ୍ୱାମୀ କହିଛନ୍ତି ଯେ ଗତକାଲି ରାତିରେ ପେଟ ଯନ୍ତ୍ରଣା ଓ ବାନ୍ତି ସମସ୍ୟା ନେଇ ୧୨ ଜଣ ଲୋକ ଏଠାକୁ ଆସିଥିଲେ। ଶନିବାର ସକାଳେ ଆଉ ୬ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି। ଫୁଡ୍ ପଇଜନିଂ ମାମଲା ବୋଲି ଆମେ ସନ୍ଦେହ କରୁଛୁ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।