ଭାରତ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲରେ ପହଞ୍ଚିଲେ ଏସିଆ କପ୍ ୨୦୨୧କୁ ସ୍ଥଗିତ ରଖାଯିବ!
ଭାରତ ଯଦି ଏସିଆ କପରେ ନ ଖେଳେ ତେବେ ଅନ୍ୟ କ୍ରିକେଟ୍ ବୋର୍ଡ ଓ ପ୍ରସାରଣକାରୀମାନେ ବଡ଼ ଅର୍ଥନୈତିକ କ୍ଷତି ସହିପାରନ୍ତି ଓ ସେଥିପାଇଁ ଏହି ଟୁର୍ନାମେଣ୍ଟକୁ ସ୍ଥଗିତ ରଖାଯିବାର ଖବର ସାମ୍ନାକୁ ଆସିଛି ।
ଭାରତ ICC ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲରେ ପହଞ୍ଚିଲେ ଏସିଆ କପ୍ ସ୍ଥଗିତ ହେବ!
- News18 Odia
- Last Updated: February 28, 2021, 6:48 PM IST
ନୂଆ ଦିଲ୍ଲୀ: ଘରୋଇ ଟେଷ୍ଟ ସିରିଜରେ ଇଂଲଣ୍ଡକୁ ପରାସ୍ତ କରିବା ଓ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର (World Test Championship) ଫାଇନାଲ ଟିକେଟ୍ ପାଇବା ପାଇଁ ଟିମ୍ ଇଣ୍ଡିଆ କଠିନ ପରିଶ୍ରମ କରୁଛି । ତେବେ ଟିମ୍ ଇଣ୍ଡିଆର ଏହି ପରିଶ୍ରମ ଶ୍ରୀଲଙ୍କା, ପାକିସ୍ଥାନ, ବାଂଲାଦେଶ ଭଳି ଅନ୍ୟ ଏସୀୟ ଦେଶ ପାଇଁ ବଡ କ୍ଷତି ଘଟାଇପାରେ । କୁହାଯାଉଛି ଯେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କାରେ ହେବାକୁ ଥିବା ଏସିଆ କପରେ (Asia Cup 2021) ଅଂଶ ଗ୍ରହଣ କରିବ ନାହିଁ । କାରଣ ଏହି ସମୟ ମଧ୍ୟରେ ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍ ଖେଳିବ ।
ଏହସାନ ମନିଙ୍କ ବଡ ଦାବି - ସ୍ଥଗିତ ହୋଇପାରେ ଏସିଆ କପ୍
କରାଚିରେ ଏକ ସାମ୍ବାଦିକ ସମ୍ମିଳନୀରେ ପିସିବି ଅଧ୍ୟକ୍ଷ ଏହସାନ ମାନ ଏସିଆ କପ୍ ବିଷୟରେ ଏକ ବଡ଼ କଥା କହିଛନ୍ତି । ଟିମ୍ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ପହଞ୍ଚିବା ପ୍ରାୟ ନିଶ୍ଚିତ । ବର୍ତ୍ତମାନର ଟେଷ୍ଟ ସିରିଜରେ ଭାରତୀୟ ଦଳ ୨-୧ ରେ ଆଗୁଆ ରହିଛି ଓ ସିରିଜର ଶେଷ ଟେଷ୍ଟରେ ଦଳ କେବଳ ଡ୍ର କଲେ ମଧ୍ୟ ଫାଇନାଲ ଖେଳିବାକୁ ଟିକେଟ୍ ପାଇବ । ଏଭଳି ପରିସ୍ଥିତିରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଏସିଆ କପ୍ ସ୍ଥଗିତ ହେବା ନେଇ ମନେ ମନେ ଗ୍ରହଣ କରି ନେଇଛି ।
କରାଚିରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହସାନ ମନି ଏହା ମଧ୍ୟ କହିଛନ୍ତି ଯେ ଭାରତରୁ ଭିସା ଓ ସୁରକ୍ଷା ପ୍ରସଙ୍ଗରେ ସେ ଆଇସିସିକୁ ଏକ ଲିଖିତ ଚିଠି ଲେଖିଛନ୍ତି । ଏହସାନ ମନି ବିସିସିଆଇକୁ ଏହାର ଖେଳାଳିଙ୍କ ସୁରକ୍ଷା ଓ ଭିସା ବିଷୟରେ ଲିଖିତ ନିଶ୍ଚିତତା ମାଗିଛି । ଏହସାନ ମନି ଏହା ମଧ୍ୟ ଦାବି କରିଛି ଯେ ଯଦି ବିସିସିଆଇ ଯଦି ଲିଖିତ ନିଶ୍ଚିତତା ପ୍ରଦାନ ନ କରେ ତେବେ ୟୁଏଇରେ ଆଇସିସି ଟି -୨୦ ବିଶ୍ୱକପ ୨୦୨୧ ଅନୁଷ୍ଠିତ ହେବ । ମାର୍ଚ୍ଚ ୩୧ ସୁଦ୍ଧା ଆଇସିସି ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବାକୁ ପଡିବ ।






