ASIA CUP 2021 ରେ ଖେଳିବେ ନାହିଁ ବିରାଟ, ରୋହିତ, ପନ୍ତ, ବୁମ୍ରା? BCCI ନେବାକୁ ଯାଉଛି ବଡ଼ ନିଷ୍ପତ୍ତି

ଏସିଆ କପ୍ ଆସନ୍ତା ଜୁନ୍ ମାସ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ଓ ରିପୋର୍ଟ ଅନୁଯାୟୀ ବିସିସିଆଇ ଏହି ଟୁର୍ନାମେଣ୍ଟରେ ଭାରତର ଦ୍ୱିତୀୟ ଶ୍ରେଣୀ ଦଳକୁ ପଠାଇବ ।

ASIA CUP 2021 ରେ ଖେଳିବେ ନାହିଁ ବିରାଟ, ରୋହିତ, ପନ୍ତ, ବୁମ୍ରା? BCCI ନେବାକୁ ଯାଉଛି ବଡ଼ ନିଷ୍ପତ୍ତି
ASIA CUP 2021 ରେ ଖେଳିବ ଭାରତ ଦ୍ୱିତୀୟ ଶ୍ରେଣୀ ଟିମ୍!
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ଇଂଲଣ୍ଡକୁ ପରାସ୍ତ କରି ୧୮ ଜୁନରେ ଇଂଲଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ପ୍ରବେଶ କରିଛି । ତେବେ ଏହି ସମୟ ମଧ୍ୟରେ ଶ୍ରୀଲଙ୍କାରେ ମଧ୍ୟ ଏସିଆ କପ୍ ଅନୁଷ୍ଠିତ ହେବାକୁ ଯାଇଛି । ଏଭଳି ପରିସ୍ଥିତିରେ ଟିମ୍ ଇଣ୍ଡିଆ ଏହି ଦୁଇଟି ପ୍ରତିଯୋଗିତାରେ କିପରି ଏକା ସାଥିରେ ଅଂଶଗ୍ରହଣ କରିବ ବୋଲି ପ୍ରଶ୍ନ ଉଠିଛି । କିନ୍ତୁ ଏବେ ବିସିସିଆଇ ଏହାର ସମାଧାନ ଖୋଜି ପାଇଛି । ଖବର ଅନୁଯାୟୀ ଶ୍ରୀଲଙ୍କାରେ ଆୟୋଜିତ ହେବାକୁ ଥିବା ଏସିଆ କପ୍‌କୁ ଖେଳିବା ପାଇଁ ବିସିସିଆଇ ଦ୍ୱିତୀୟ ଶ୍ରେଣୀ ଦଳକୁ ପଠାଇବ ।

ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, 'ବିସିସିଆଇ ଦ୍ୱିତୀୟ ଶ୍ରେଣୀ ଦଳକୁ ଏସିଆ କପରେ ଭାଗ ନେବାକୁ ପଠାଇବ । ଦଳର କାର୍ଯ୍ୟସୂଚୀ ବହୁତ ବ୍ୟସ୍ତବହୁଳ ଥିବା ବେଳେ ଦଳକୁ ଇଂଲଣ୍ଡରେ ପାଞ୍ଚଟି ଟେଷ୍ଟ ମ୍ୟାଚ୍ ଖେଳିବାକୁ ପଡିବ । ଇଂଲଣ୍ଡରେ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପରେ ଭାରତୀୟ ଦଳ ସେଠାରେ ରହିବେ ଓ ଏହି ସମୟ ମଧ୍ୟରେ ଦ୍ୱିତୀୟ ଶ୍ରେଣୀ ଦଳ ଶ୍ରୀଲଙ୍କାରେ ହେବାକୁ ଥିବା ଏସିଆ କପରେ ଅଂଶଗ୍ରହଣ କରିବେ ।

ବିସିସିଆଇ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ
ରିପୋର୍ଟ ଅନୁଯାୟୀ ଇଂଲଣ୍ଡ ସିରିଜ ପ୍ରସ୍ତୁତି ପାଇଁ ବୋର୍ଡ କୌଣସି ବିପଦ ନେବାକୁ ଚାହୁଁ ନ ଥିବାରୁ ଦ୍ୱିତୀୟ ଶ୍ରେଣୀ ଦଳ ପଠାଇବା ବ୍ୟତୀତ ବିସିସିଆଇ ପାଖରେ କୌଣସି ବିକଳ୍ପ ନାହିଁ । ବିସିସିଆଇ ଚାହେଁ ନାହିଁ ଯେ କ୍ରିକେଟର ଦୁଇଥର କ୍ଵାରାଣ୍ଟିନରେ ରୁହନ୍ତୁ । ଯଦି ଏସିଆ କପ୍ ଆୟୋଜିତ ହୁଏ ତେବେ ବିସିସିଆଇ କେବଳ ଦ୍ୱିତୀୟ ଶ୍ରେଣୀ ଦଳ ପଠାଇବ ।

ଦ୍ୱିତୀୟ ଶ୍ରେଣୀ ଦଳ ଖେଳିବାର ଅର୍ଥ ହେଉଛି ଏସିଆ କପରେ ଖେଳୁଥିବା ଦଳରେ ବିରାଟ କୋହଲି, ରୋହିତ ଶର୍ମା, ଋଷଭ ପନ୍ତ, ଜସପ୍ରୀତ ବୁମ୍ରା, ମହମ୍ମଦ ଶାମିଙ୍କ ଭଳି ଖେଳାଳି ଖେଳିବେ ନାହିଁ । ତେବେ ଭାରତୀୟ ଦଳର ବେଞ୍ଚ ଷ୍ଟ୍ରେନ୍ଥ ବହୁତ ଶକ୍ତିଶାଳୀ ଓ ଏଥିରେ ଖେଳାଳିଙ୍କ ଭରପୂର ରହିଛି । ଯେଉଁମାନେ ଏସିଆ କପରେ ଭଲ ପ୍ରଦର୍ଶନ କରିପାରିବେ । ଭାରତ ଗତ ଦୁଇଟି ଏସିଆ କପ୍ ନିଜ ନାମରେ କରିଛି । ୨୦୧୬ ଓ ୨୦୧୮ ବର୍ଷରେ ଟିମ୍ ଇଣ୍ଡିଆ ଏସିଆ କପ୍ ଜିତିଥିଲା ​​। ଏଥର ମଧ୍ୟ ଏସିଆ କପ୍ ଜିତି ହ୍ୟାଟ୍ରିକ୍ କରିବାର ସୁଯୋଗ ରହିଛି । ଭାରତ ସର୍ବାଧିକ ଥର ଏସିଆ କପ୍ ଜିତିଛି ।
Published by: Jagdish Barik
First published: March 8, 2021, 4:44 PM IST