ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ରବିଚନ୍ଦ୍ରନ ଅଶ୍ୱିନଙ୍କର ଆଉ ଏକ ସଫଳତା; ICC 'ପ୍ଲେୟର ଅଫ୍‌ ଦି ମନ୍ଥ' ଚୟନ କଲା, ଜୋ ରୁଟଙ୍କୁ ପଛରେ ପକାଇଲେ

ରବିଚନ୍ଦ୍ରନ ଅଶ୍ୱିନଙ୍କର ଆଉ ଏକ ସଫଳତା; ICC 'ପ୍ଲେୟର ଅଫ୍‌ ଦି ମନ୍ଥ' ଚୟନ କଲା, ଜୋ ରୁଟଙ୍କୁ ପଛରେ ପକାଇଲେ

ଅଶ୍ୱିନଙ୍କ ପୂର୍ବରୁ ଜାନୁଆରୀ ମାସରେ 'ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ ଆୱାର୍ଡ' ଋଷଭ ପନ୍ତଙ୍କୁ ମିଳିଥିଲା । ଏହିପରି କ୍ରମାଗତ ଦ୍ୱିତୀୟ ଥର ପାଇଁ ଜଣେ ଭାରତୀୟ ଏହି ଆୱାର୍ଡ ହାସଲ କରିଛନ୍ତି ।

ରବିଚନ୍ଦ୍ରନ ଅଶ୍ୱିନଙ୍କର ଆଉ ଏକ ସଫଳତା; ICC 'ପ୍ଲେୟର ଅଫ୍‌ ଦି ମନ୍ଥ' ଚୟନ କଲା, ଜୋ ରୁଟଙ୍କୁ ପଛରେ ପକାଇଲେ
ରବିଚନ୍ଦ୍ରନ ଅଶ୍ୱିନଙ୍କର ଆଉ ଏକ ସଫଳତା
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଚମତ୍କାର ପ୍ରଦର୍ଶନ ଯୋଗୁଁ ଫେବୃଆରୀରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଦ୍ୱାରା ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ 'ଆଇସିସି ମେନସ୍ ପ୍ଲେୟର ଅଫ୍‌ ଦି ମନ୍ଥ' (ICC Mens Player of the Month) ଘୋଷିତ କରାଯାଇଛି । ଭେଟେରାନ୍ ଇଣ୍ଡିଆନ୍ ଅଫ୍ ସ୍ପିନର ରିଭାଚନ୍ଦ୍ରନ୍ ଅଶ୍ୱିନ୍ ଇଂଲଣ୍ଡ ଟେଷ୍ଟ ଦଳର ଅଧିନାୟକ ଜୋ ରୁଟଙ୍କୁ (Joe Root) ପଛରେ ପକାଇ ଏହି ଆୱାର୍ଡ ହାସଲ କରିଛନ୍ତି । ନିଜ ଘରୋଇ ଗ୍ରାଉଣ୍ଡ ଚେନ୍ନାଇରେ ଅଶ୍ୱିନ ଇଂଲଣ୍ଡ ବିପକ୍ଷରେ ନଅଟି ୱିକେଟ୍ ନେଇଥିଲେ । ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଏହା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଥିଲା । ଯାହା ଏମ ଚିଦାମ୍ବରମ୍ ଷ୍ଟାଡିୟମ୍ (ଚେପକ୍) ରେ ଖେଳାଯାଇଥିଲା ।

ରବିଚନ୍ଦ୍ରନ ଅଶ୍ୱିନ୍ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ସମୁଦାୟ ୩୨ ଟି ୱିକେଟ୍ ନେଇଛନ୍ତି । ଏହା ବ୍ୟତୀତ ଏହି ସିରିଜ୍ ସମୟରେ ସେ ଏକ ଚମତ୍କାର ଶତକ ମଧ୍ୟ ହାସଲ କରିଛନ୍ତି । ତାଙ୍କର ସ୍ମରଣୀୟ ପ୍ରଦର୍ଶନ ପାଇଁ ତାଙ୍କୁ 'ମ୍ୟାନ୍ ଅଫ୍ ଦି ସିରିଜ୍' ଭାବରେ ମଧ୍ୟ ମନୋନୀତ କରାଯାଇଥିଲା ।

ଅଶ୍ୱିନଙ୍କ ପୂର୍ବରୁ ଜାନୁଆରୀ ମାସରେ ଆଇସିସି ପ୍ଲେୟାର ଅଫ୍ ଦି ମନ୍ଥ ଆୱାର୍ଡ ଋଷଭ ପନ୍ତଙ୍କୁ ମିଳିଥିଲା । ଏହିପରି କ୍ରମାଗତ ଦ୍ୱିତୀୟ ଥର ପାଇଁ ଜଣେ ଭାରତୀୟ ଏହି ପୁରସ୍କାର ହାସଲ କରିଛନ୍ତି ।

ଫେବୃଆରୀ ମାସ ପାଇଁ ପ୍ଲେୟାର ଅଫ୍ ଦି ମନ୍ଥ ପାଇଁ ମନୋନୀତ ହୋଇଥିବା ରୁଟ୍ ପୂର୍ବ ମାସରେ ଅର୍ଥାତ୍ ଜାନୁଆରୀ ମାସରେ ଏହି ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । କିନ୍ତୁ ଶେଷ ଥର ପାଇଁ ଋଷଭ ପନ୍ତ ତାଙ୍କୁ ପଛରେ ପକାଇ ଏହି ଆୱାର୍ଡ ହାସଲ କରିଥିଲେ ।



ଫେବୃଆରୀ ମାସରେ ବହୁତ ଭଲ କ୍ରିକେଟ୍ ଖେଳିଥିବା ୱେଷ୍ଟଇଣ୍ଡିଜର ଯୁବ ବ୍ୟାଟ୍ସମ୍ୟାନ୍ କାଇଲ୍ ମେରେସ୍, ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ଓ ରବିଚନ୍ଦ୍ରନ୍ ଅଶ୍ୱିନ୍ ଆଇସିସି ଦ୍ୱାରା ପ୍ଲେୟାର ଅଫ୍ ଦି ମନ୍ଥ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ ।

ତାମିଲନାଡୁର ୩୪ ବର୍ଷୀୟ ସ୍ପିନର ଭିଆଚନ୍ଦ୍ରନ୍ ଅଶ୍ୱିନ୍ ତାଙ୍କ ଅଷ୍ଟ୍ରେଲିଆ ଗସ୍ତ ସମୟରୁ ଭଲ ଫର୍ମରେ ଅଛନ୍ତି । ସେ ଉଭୟ ବ୍ୟାଟ୍ ଓ ବଲ୍ ସହିତ ଭଲ ଫର୍ମ ଦେଇ ଗତିକରୁଛନ୍ତି । ଅଷ୍ଟ୍ରେଲିଆ ଗସ୍ତରେ ବର୍ଡ଼ର ଗାଭାସ୍କର ଟ୍ରଫିର ସିଡନୀ ଟେଷ୍ଟ ସମୟରେ ସେ ଚତୁର୍ଥ ଇନିଂସରେ ଯନ୍ତ୍ରଣା ସତ୍ତ୍ୱେ ହନୁମା ବିହାରୀଙ୍କ ସହ କ୍ରିଜରେ ମଜବୁତ ଭାବେ ଠିଆ ହୋଇ ରହିଥିଲେ । ଏହି ଦୁଇଜଣଙ୍କ ସାହସ ଯୋଗୁଁ ଭାରତୀୟ ଦଳ ଏହି ଟେଷ୍ଟରେ ଡ୍ର ରଖିବାରେ ସକ୍ଷମ ହୋଇଥିଲା ।
Published by: Jagdish Barik
First published: March 9, 2021, 4:03 PM IST