ପୂରା ଦେଶ ଏବେ ଭୟଭୀତ; ଭାଇଚାର ପାଇଁ ଆଗକୁ ଆସନ୍ତୁ ମୋଦି: ରାଜସ୍ଥାନ CM

ପୂରା ଦେଶ ଏବେ ଭୟଭୀତ। ଦେଶର ଲୋକଙ୍କ ମଧ୍ୟରେ ଭାଇଚାରା ସୃଷ୍ଚି କରିବାକୁ ପିଏମ ମୋଦି ଆଗକୁ ଆସିବା ଉଚିତ: ଗେହଲଟ

ଅଶୋକ ଗେହଲଟ (ପ୍ରତୀକାତ୍ମକ ଛବି)

ଅଶୋକ ଗେହଲଟ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଜୟପୁର: ସିଏମ ଅଶୋକ ଗେହଲଟ ପୁଣି ଥରେ ବିଜେପିକୁ ଟାର୍ଗେଟ କରିଛନ୍ତି। ଦେଶର ଲୋକଙ୍କ ମଧ୍ୟରେ ପ୍ରେମ ଓ ଭାଇଚାରା ସୁନିଶ୍ଚିତ କରିବାକୁ ପିଏମ ମୋଦି ଆଗକୁ ଆସିବା ଉଚିତ ବୋଲି ସିଏମ କହିଛନ୍ତି। ଗୁରୁବାର ଜୟପୁର ସୋଡାଲା ଏଲିଭେଟେଡ୍ ରୋଡର ଉଦଘାଟନୀ ସମାରୋହରେ ସେ ଏପରି କହିଛନ୍ତି।

ଦେଶରେ ହିଂସାକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି। ଇଡି, ସିବିଆଇ, ଆଇଟି କଣ କରୁଛି ଆପଣ ସମସ୍ତେ ଜାଣିଛନ୍ତି। ସମଗ୍ର ଦେଶ ଭୟଭୀତ। ଏଭଳି ପରିସ୍ଥିତିରେ କଂଗ୍ରେସ ନେତା ରାହୁଲ ଗାନ୍ଧି ତାଙ୍କ ଭାରତ ଯୋଡ ଯାତ୍ରା ଜାରି ରଖିଛନ୍ତି। ଭାରତ ଏକଜୁଟ ହେବା ଉଚିତ, ସମ୍ବିଧାନ ଅନୁସରଣ କରାଯିବା ଉଚିତ ସେତେବେଳେ ହିଁ ଦେଶ ଅଗ୍ରଗତି କରିପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

୨୬୬ କୋଟି ଟଙ୍କା ବ୍ୟୟରେ ନୂତନ ଭାବେ ନିର୍ମିତ ହାୱା ରୋଡ୍, ଜୟପୁରର ସୋଡାଲା ଏଲିଭେଟେଡ୍ ରୋଡର ନାମ ଭାରତ ଯୋଡ ସେତୁ ନାମକରଣ କରାଯିବ ବୋଲି ସିଏମ୍ ଘୋଷଣା କରିଛି। ସିଏମ୍ ଗେହଲୋଟ୍ କହିଛନ୍ତି ଯେ ଶାନ୍ତି, ଶୁଭେଚ୍ଛା ଓ ଅଖଣ୍ଡତାର ବାର୍ତ୍ତା ସହିତ ତ୍ରିକୋଣୀୟ ଆଲୋକରେ ଆଙ୍କାଯାଇଥିବା ଏହି ରାସ୍ତା ହେଉଛି ଭାରତର ଏକତା ଏବଂ ବିକାଶର ପ୍ରତୀକ।
Published by:Soumya Das
First published: