ଅଶୋକ ଗେହଲଟ (ପ୍ରତୀକାତ୍ମକ ଛବି)
- News18 Odia
- Last Updated :
News18 Odia Digital
ରାଜସ୍ଥାନ: ଅଧିକାଂଶ ଦୁଷ୍କର୍ମ ଘଟଣା ପୀଡିତାଙ୍କ ସହ ଜଡିତ, ସେମାନଙ୍କ ପରିଚିତମାନେ ଏହି ଘଟଣାମାନ କରନ୍ତି। ଦୁଷ୍କର୍ମ ସମ୍ପର୍କରେ ଏପରି କହିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ସେ କହିଛନ୍ତି ଅପରାଧ ନିୟନ୍ତ୍ରଣରେ ଅଛି। ଦୁଷ୍କର୍ମ କରିବାକୁ କେହି ବିଦେଶରୁ ଆସୁଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ।
ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି) ମହିଳାମାନଙ୍କ ବିରୋଧରେ ସର୍ବାଧିକ ଅପରାଧ ହାର ଥିବା ରାଜ୍ୟମାନଙ୍କ ମଧ୍ୟରେ ରାଜସ୍ଥାନକୁ ସ୍ଥାନିତ କରଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଶୁକ୍ରବାର ଦିନ କହିଛନ୍ତି ଯେ ପ୍ରତ୍ୟେକ କ୍ଷେତ୍ରରେ ପ୍ରଥମ ସୂଚନା ରିପୋର୍ଟ (ଏଫଆଇଆର)ର ବାଧ୍ୟତାମୂଳକ ପଞ୍ଜୀକରଣ ହେତୁ ଏହି ସଂଖ୍ୟା ବଢ଼ିଛି। ଏହା ମଧ୍ୟରୁ ଅଧା ପରେ ମିଥ୍ୟା ବୋଲି ତଦନ୍ତରୁ ଜଣାପଡିଛି।
ସିଏମ କହିଛନ୍ତି ରାଜସ୍ଥାନ ପୋଲିସ ଚମତ୍କାର କାର୍ଯ୍ୟ କରୁଛି। ରାଜସ୍ଥାନରେ ଅପରାଧ ଅନ୍ୟ ରାଜ୍ୟ ତୁଳନାରେ ବହୁତ କମ୍ କାରଣ ଆମେ ସେହି ପରିବେଶକୁ ସଂଶୋଧନ କରିଛୁ। ପୋଲିସ ଷ୍ଟେସନ ଭିତରେ ମଧ୍ୟ ବାତାବରଣ ବଦଳୁଛି। ବାଧ୍ୟତାମୂଳକ ଏଫଆଇଆର ପଞ୍ଜିକରଣ କରିବା ଏକ ଅତ୍ୟନ୍ତ ବୈପ୍ଳବିକ ନିଷ୍ପତ୍ତି ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।