ମାର୍କେଟରେ ଆସୁଛି ୮୧ କୋଟି ଟଙ୍କିଆ ନୋଟ! ନାହିଁ ଗାନ୍ଧି ମୁଣ୍ଡ

ଆପଣଙ୍କ ପାଖରେ ପହଞ୍ଚିଲାଣିକି ୮୧ କୋଟି ଟଙ୍କିଆ ନୋଟ? କିଏ ଏହାକୁ ବାହାର କରିଛି, କଣ ରହିଛି ଉଦ୍ଦେଶ୍ଯ ।

୮୧ କୋଟି ଟଙ୍କିଆ ନୋଟ

୮୧ କୋଟି ଟଙ୍କିଆ ନୋଟ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ନୂଆ ଦିଲ୍ଲୀ: ବିମୁଦ୍ରୀକରଣ ପରେ ଭାରତରେ ଏବେ ନୂଆ ଟଙ୍କା ପ୍ରଚଳିତ ହେଉଛି। ସକାଳ ପାହିଲା ବେଳକୁ ଲୋକମାନେ ନୂଆ ନୂଆ ନୋଟ ଦେଖିବାକୁ ପାଉଛନ୍ତି । ୧୦୦, ୨୦୦, ୫୦୦ ଓ ୨୦୦୦ ଟଙ୍କିଆ ନୋଟ ଓ ୧୦,୨୦ ଟଙ୍କିଆ କଏନ ମାର୍କେଟରେ ଉପଲବ୍ଧ ହେଉଛି। କେବେ କେବେ ସଗୁଡିକ ବନ୍ଦ ହୋଇଯିବ ନେଇ ସୋସିଆଲ ମିଡିଆରେ ଖବର ମଧ୍ଯ ଆସୁଛି । କିନ୍ତୁ ଏହାରି ଭିତରେ ଆଉ ଏକ ନୂଆ ନୋଟର ଫୋଟ ଚିତ୍ର ନଜର ଆସିଛି । ଯାହାକୁ ନେଇ ପୁଣିଥରେ ଭାରତୀୟ ମୁଦ୍ରାରେ ପରିବର୍ତ୍ତନ ଘଟିବ ନେଇ ସମସ୍ତଙ୍କ ଭିତରେ ଏକ ପ୍ରକାର ଆଶଙ୍କା ଦେଖାଦେଇଛି । ସୋସିଆଲ ମିଡିଆରେ ଏବେ ୮୧ କୋଟି ଟଙ୍କିଆ ନୋଟ ଭାଇରାଲ ହେଉଛି। ଅନଲାଇନ ପେମେଣ୍ଟ ଆପ୍ ଭାରତ-ପେ’ ର କୋ-ଫାଉଣ୍ଡର ଅସନୀର ଗ୍ରୋଭର ଏ ନେଇ ଖୁବ ଚର୍ଚ୍ଚାକୁ ଆସିଛନ୍ତି ।

ଭାରତ ପେ’ ଚେୟାରମ୍ୟାନ ରଜନୀଶ କୁମାରଙ୍କୁ ଟାର୍ଗେଟ କରି ଅସନୀର ୮୧ କୋଟି ଟଙ୍କିଆ ନୋଟ ଛାପିଛନ୍ତି । ଆରବିଆଇ ଫର୍ମାଟରେ ଏକ ନୂଆ ନୋଟ ପ୍ରସ୍ତୁତ କରି ପୋଷ୍ଟ କରିଛନ୍ତି । ତେବେ ଏହି ଫଟୋରେ ‘ରଜନୀଶ ବ୍ୟାଣ୍ଡ ଅଫ ଇଣ୍ଡିଆ’ ଲେଖା ଥିବା ଦେଖିବାକୁ ମିଳିଛି । ନକଲି ନୋଟର ଫଟୋ ସହ ସେ ଭାରତ ପେ’ କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ଭାରତ-ପେ’ ଏକମାତ୍ର ଫିନଟେକ୍, ଯାହା ସୋସିଆଲ ମିଡିଆରେ କମେଣ୍ଟ ସେକ୍ସନକୁ ବନ୍ଦ କରି ରଖିଛି।

ସୂଚନାଯୋଗ୍ୟ, ଭାରତ-ପେ ଓ ଅସନୀର ଗ୍ରୋଭର ମଧ୍ୟରେ ଏବେ ଲଢେଇ ଜୋର ଧରିଛି। ଭାରତ-ପେ’ ର ଅଭିଯୋଗ ପରେ ଅସନୀର ଗ୍ରୋଭର ଓ ପତ୍ନୀ ମାଧୁରୀ ଜୈନଙ୍କ ବିରୋଧରେ ୮୧ କୋଟି ଟଙ୍କାର ଠକାମୀ ମାମଲାରେ ଏଫଆଇଆର ରୁଜୁ ହୋଇଛି । ଭାରତୀୟ ମୁଦ୍ରାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।

Published by:Soumya Das
First published: