‘‘କେଜରୀୱାଲ ହନୁମାନ ଚ଼ାଳିଶା ପାଠ କଲେ, ଦିନେ ଓୱେସି ବି ତାହା କରିବେ’’: ଯୋଗୀ ଆଦିତ୍ୟନାଥ

କେଜରୀୱାଲଙ୍କ ଉପରେ ପାକିସ୍ତାନ ସହିତ ହାତ ମିଳେଇଥିବା ଅଭିଯୋଗ ଲଗାଇ ଯୋଗୀ ଦିଲ୍ଲୀରେ ଲୋକଙ୍କୁ କେଜରୀୱାଲଙ୍କ ପାର୍ଟିକୁ ଭୋଟ ନ ଦେବା ପାଇଁ କହିଥିଲେ । କେଜରୀୱାଲଙ୍କ ପାର୍ଟି ଜିତିଲେ ପାକିସ୍ତାନ ଖୁସି ହେବ ବୋଲି ସେ କହିଥିଲେ ।

‘‘କେଜରୀୱାଲ ହନୁମାନ ଚ଼ାଳିଶା ପାଠ କଲେ, ଦିନେ ଓୱେସି ବି ତାହା କରିବେ’’: ଯୋଗୀ ଆଦିତ୍ୟନାଥ
ଅରବିନ୍ଦ କେଜରୀୱାଲ, ଯୋଗୀ ଆଦିତ୍ୟ ନାଥ ଓ ଅସାଦୁଦ୍ଦିନ ଓୱେସି
  • News18 Odia
  • Last Updated: February 6, 2020, 2:59 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ବିବାଦୀୟ ମନ୍ତବ୍ୟକୁ ନେଇ ଆଲୋଚନା ଘେରରେ ରହୁଥିବା ଉତ୍ତର ପ୍ରଦେଶର ମୁଖ୍ୟ ମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ଆମ୍‌ ଆଦମୀ ପାର୍ଟି (AAP)ର ମୁଖ୍ୟ ତଥା ଦିଲ୍ଲୀର ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ପରେ ଏ.ଆଇ.ଏମ.ଆଇ.ଏମ. (AIMIM)ର ମୁଖ୍ୟ ଅସାଦୁଦ୍ଦିନ ଓୱେସି ହନୁମାନ ଚାଳିଶା ପାଠ କରିବେ ।

‘‘ଏ ପର୍ଯ୍ୟନ୍ତ କେବଳ କେଜରୀୱାଲ ହନୁମାନ ଚାଳିଶା ପାଠ କରିଛନ୍ତି । ଏବେ ଅପେକ୍ଷା କରନ୍ତୁ ଓ ଦେଖନ୍ତୁ ଆଗକୁ କ‘ଣ ହେଉଛି । ଦିନେ ଓୱେସି ବି ସେ ପବିତ୍ର ଗ୍ରନ୍ଥ ପାଠ କରିବେ,’’ ଦିଲ୍ଲୀର କିରାରୀରେ ଏକ ରାଲିରେ କହିଛନ୍ତି ଯୋଗୀ ।

ସେ କହିଛନ୍ତି ଯେ ଗୋଟେ ପକ୍ଷରେ ଏହି ନେତାମାନେ ଶାହୀନ ବାଗରେ ସିଏଏ (CAA) ବିରୋଧୀ ପ୍ରଦର୍ଶନ କାର୍ଯ୍ୟରେ ବିରିୟାନୀ ପରସୁଛନ୍ତି, ଆଉ ଅନ୍ୟ ପକ୍ଷରେ ହନୁମାନ ଚାଳିଶା ପାଠ କରୁଛନ୍ତି । କେଜରୀୱାଲ ନ୍ୟୁଜ ୧୮ର ‘ଏଜେଣ୍ଡା ଦିଲ୍ଲୀ’ ସୋ’ ରେ ହନୁମାନ ଚ଼ାଳିଶା ପାଠ କରିବାର ଦିନକ ପରେ ଯୋଗୀଙ୍କର ଏହି ଟିପ୍ପଣୀ ଆସିଥିଲା । ତା’ ପରେ ଆଉ ଜଣେ ବଡ଼ମୁହାଁ ବିଜେପି ନେତା କପିଳ ମିଶ୍ର ବି ସେହି ଏକା ପ୍ରକାର ଟିପ୍ପଣୀ ଦେଇଥିଲେ ।

ଏହି ଦୁଇ ବିଜେପି ନେତା ଦେଉଥିବା ଆପତ୍ତିଜନକ ଟିପ୍ପଣୀ ସର୍ବଦା ତାଙ୍କୁ ଅସୁବିଧାରେ ପକାଇଥାଏ । ଗତ ବର୍ଷ ଲୋକ ସଭା ନିର୍ବାଚନ ପୂର୍ବରୁ ଯୋଗୀଙ୍କୁ ତାଙ୍କ ‘ଅଲ୍ଲୀ-ବଜରଙ୍ଗ ବାଲୀ’ ଟିପ୍ପଣୀ ପାଇଁ ପ୍ରଚାର କରିବାରୁ ରୋକାଯାଇଥିଲା । ସେମିତି କପିଳ ମିଶ୍ର ଶାହୀନ ବାଗ ଆଡ଼କୁ ଇଙ୍ଗିତ କରି ଦିଲ୍ଲୀ ଫେବୃୟାରୀ ୮ରେ ‘‘ଭାରତ ବନାମ ପାକିସ୍ତାନ’’ ପରି ସ୍ଥିତିର ସମ୍ମୁଖୀନ ହେବ ବୋଲି କହିଥିବାରୁ ତାଙ୍କୁ ୪୮ ଘଣ୍ଟା ପାଇଁ ନିର୍ବାଚ଼ନ ପ୍ରଚ଼ାରରୁ ବ୍ୟାନ୍‌ କରାଯାଇଥିଲା ।

ରବିବାର ଦିନ ଆମ ଆଦମୀ ପାର୍ଟି ଉତ୍ତର ପ୍ରଦେଶର ମୁଖ୍ୟ ମନ୍ତ୍ରୀଙ୍କ କ୍ରୋଧଭରା ଭାଷଣ ପାଇଁ ରାଷ୍ଟ୍ରୀୟ ରାଜଧାନୀରେ ପ୍ରଚାର କରିବା ଉପରେ ରୋକ ଲଗାଇବା ପାଇଁ ନିର୍ବାଚନ ଆୟୋଗକୁ ଦାବି କରିଥିଲା । ଆଆପ୍‌ ନେତା ସଞ୍ଜୟ ସିଂ ମଧ୍ୟ ଏହି ଟିପ୍ପଣୀ ପାଇଁ ଯୋଗୀଙ୍କ ବିରୁଦ୍ଧରେ ଏକ ଏଫ.ଆଇ.ଆର. (FIR) ଦାବି କରିଥିଲେ ।

ଶାହୀନ ବାଗରେ ନାଗରିକତା ସଂଶୋଧନ ଆଇନ (CAA) ବିରୁଦ୍ଧରେ କରାଯାଉଥିବା ବିରୋଧକୁ କଡ଼ା ସମାଲୋଚ଼ନା କରି ଯୋଗୀ କହିଥିଲେ ଯେ କଶ୍ମୀରରୁ ଧାରା ୩୭୦ ଉଠେଇ ନେବା ପରେ କିଛି ଲୋକ ଏହି ବିରୋଧକୁ ନିଜ କ୍ରୋଧ ପ୍ରକାଶ କରିବା ପାଇଁ ଏକ ବାହାନା ଭାବେ ବ୍ୟବହାର କରୁଛନ୍ତି ।

ସେ କେଜରୀୱାଲଙ୍କ ଉପରେ ପାକିସ୍ତାନ ସହିତ ହାତ ମିଳେଇଥିବା ଅଭିଯୋଗ ଲଗାଯାଇଥିଲେ ଓ ଦିଲ୍ଲୀରେ ଲୋକଙ୍କୁ କେଜରୀୱାଲଙ୍କୁ ଭୋଟ ନ ଦେବା ପାଇଁ କହିଥିଲେ କାରଣ, ତାଙ୍କ ଅନୁସାରେ, କେଜରୀୱାଲଙ୍କ ପାର୍ଟି ଜିତିଲେ ପାକିସ୍ତାନ ଖୁସି ହେବ ।

‘‘ଏହା ଆପଣମାନେ ଧାରା ୩୭୦ ଉପରେ ସେମାନଙ୍କ ଭାଗୀଦାରୀ ନିଶ୍ଚିତ ଦେଖିଥିବେ । ଅରବିନ୍ଦ କେଜ୍ରୀୱାଲ ଧାରା ୩୭୦ ଉପରେ ଇମରାନ ଖାନଙ୍କ ଭଳି ଏକା ସ୍ବରରେ କହୁଥିବାର ଆପଣମାନେ ଶୁଣିଥିବେ । ଆଉ ଏବେ ଦିଲ୍ଲୀରେ ନିର୍ବାଚନ ହେଉଥିବା ବେଳେ ଅରବିନ୍ଦ କେଜରୀୱାଲଙ୍କ ପକ୍ଷରେ କିଏ କହୁଛି? ସେମାନେ ସବୁ ହେଉଛନ୍ତି ପାକିସ୍ତାନର ମନ୍ତ୍ରୀ । ସେମାନେ ଜାଣିଛନ୍ତି ଯେ କେଜରୀୱାଲ ଶାହିନ ବାଗରେ ପ୍ରଦର୍ଶନୀକାରୀଙ୍କୁ ବିରିୟାନୀ ଖୁଆଉଛନ୍ତି,’’ ଯୋଗୀ କହିଥିଲେ ।

ପାକିସ୍ତାନର ମନ୍ତ୍ରୀ ଫୱଦ ଚୌଧୁରୀ ନିକଟରେ ଏକ ଟ୍ବିଟ କରି ଭାରତୀୟମାନଙ୍କୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହରେଇବା ପାଇଁ କରିଥିବା ଅନୁରୋଧ ଆଡ଼କୁ ଇଙ୍ଗିତ କରି ଯୋଗୀ ଏହି ବିବୃତି ଦେଇଥିଲେ ।
First published: February 6, 2020, 2:20 AM IST
corona virus btn
corona virus btn
Loading