କାଶ୍ମୀର ପଣ୍ଡିତଙ୍କୁ ସୁରକ୍ଷା ଦେବାରେ କେନ୍ଦ୍ର ବିଫଳ: ଅସାଦୁଦ୍ଦିନ ଓୱାଇସି

କାଶ୍ମୀର ପଣ୍ଡିତମାନଙ୍କ ହିତ ପାଇଁ ସରକାର ଧାରା ୩୭୦ ରଦ୍ଦ କରିଥିଲେ । କିନ୍ତୁ ବର୍ତ୍ତମାନ କେନ୍ଦ୍ର ସେମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହେଉଛି ଅଭିଯୋଗ କରିଛନ୍ତି ଅସାଦୁଦ୍ଦିନ ଓୱାଇସି ।

AIMIM ସାଂସଦଙ୍କ

AIMIM ସାଂସଦଙ୍କ

  • Share this:
News18 Odia Digital

ହାଇଦ୍ରାବାଦ: କାଶ୍ମୀର ପଣ୍ଡିତଙ୍କ ହତ୍ୟାକୁ ନେଇ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି AIMIM ମୁଖ୍ଯ ଅସାଦୁଦ୍ଦିନ ଓୱାଇସି । ସେ ମଙ୍ଗଳବାର ଦିନ ଅଭିଯୋଗ କରିଛନ୍ତି ଯେ କାଶ୍ମୀର ପଣ୍ଡିତଙ୍କ ସୁରକ୍ଷା କରିବାରେ କେନ୍ଦ୍ର ବିଫଳ ହୋଇଛି। ଧାରା ୩୭୦ ରଦ୍ଦ ଯୋଗୁଁ ପଣ୍ଡିତମାନେ ଉପକୃତ ହେବେ ବୋଲି ସରକାର କହୁଛନ୍ତି । କିନ୍ତୁ ସରକାର ସେମାନଙ୍କୁ ସୁରକ୍ଷା ଯୋଗାଇବାରେ ବିଫଳ ହୋଇଥିବାରୁ ପଣ୍ଡିତମାନେ ବର୍ତ୍ତମାନ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି।

AIMIM ମୁଖ୍ଯ କହିଛନ୍ତି, "ସେଠାରେ ବିଜେପି ଦ୍ୱାରା ନିଯୁକ୍ତ ଜଣେ ଉପରାଜ୍ଯପାଳ ଓ କେନ୍ଦ୍ର ଦ୍ୱାରା ପରିଚାଳିତ ସରକାର ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶାସନ ସେଠାରେ ଚାଲିଛି। ସେମାନେ ବିଫଳ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସ୍ୱାଧୀନତା ଦିବସରେ ଭାଷଣରେ ମହିଳା ସଶକ୍ତିକରଣ ବିଷୟରେ କହିଥିଲେ, କିନ୍ତୁ ଦୋଷୀଙ୍କୁ ମୁକ୍ତ କରିବା ସହିତ କଣ ଏହାର ଉଦାହରଣ ଦିଆଯାଉଛି।

"ପ୍ରଧାନମନ୍ତ୍ରୀ ଅମୃତ ଉତ୍ସବର କେଉଁ ଉଦାହରଣ ଦେଉଛନ୍ତି? ଗୁଜରାଟରେ ବିଜେପି ସରକାର ଅଛି।"  ନାଥୁରାମ ଗୋଡସେଙ୍କ ଫଟୋ ସହିତ ବାହାରି ଥିବା 'ତ୍ରିରଙ୍ଗା ଯାତ୍ରା'କୁ ନେଇ ସେ ଅଭିଯୋଗରେ ଉତ୍ତରପ୍ରଦେଶର ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଗଡସେଙ୍କ ସମର୍ଥନରେ ନିଆଯାଇଥିବା ପଦକ୍ଷେପ ଯୋଗୀ ସରକାରଙ୍କ 'ଛତ୍ର ଛାୟା'ରେ ନିଆଯାଇଥିଲା ବୋଲି ଓୱାଇସି କହିଛନ୍ତି ।
Published by:Soumya Das
First published: