News18 Odia Digital
ନୂଆ ଦିଲ୍ଲୀ: ଭାରତରେ ଧାର୍ମିକ ଅସନ୍ତୁଳନକୁ ନେଇ ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱାଇସି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ମୁସଲମାନମାନଙ୍କର ଜନସଂଖ୍ୟା ବୃଦ୍ଧି ପାଉନାହିଁ, କିନ୍ତୁ ହ୍ରାସ ହେଉଛି। ବାସ୍ତବରେ ବିଜୟଦଶମୀ ଅବସରରେ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଗଠନର ମୁଖ୍ୟ ମୋହନ ଭାଗବତ ତାଙ୍କ ଅଭିଭାଷଣରେ ଜନସଂଖ୍ୟା ପ୍ରସଙ୍ଗ ଉଠାଇଥିଲେ। ଜନସଂଖ୍ୟା ଅସନ୍ତୁଳନ ପ୍ରସଙ୍ଗକୁ ଅଣଦେଖା କରାଯିବା ଉଚିତ ନୁହେଁ ବୋଲି ସେ କହିଥିଲେ।
ଏକ ସାଧାରଣ ସଭାରେ ଓୱାଇସି କହିଛନ୍ତି,'ମୁସଲମାନମାନଙ୍କ ସଂଖ୍ୟା ବୃଦ୍ଧି ପାଉନାହିଁ। ଅନାବଶ୍ୟକ ଟେନସନରେ ନିଜକୁ ରଖନ୍ତୁ ନାହିଁ, ଏହା ବୃଦ୍ଧି ପାଉନାହିଁ। ଆମର ଜନସଂଖ୍ୟା ହ୍ରାସ ପାଉଛି। ମୁସଲମାନମାନଙ୍କର TFR ହ୍ରାସ ପାଉଛି…। ସେ କହିଛନ୍ତି 'କଣ୍ଡୋମ କିଏ ଅଧିକ ବ୍ୟବହାର କରୁଛି? ଆମେ ବ୍ୟବହାର କରୁଛୁ। ମୋହନ ଭାଗବତ ଏହା ଉପରେ କିଛି କହିବେ ନାହିଁ।
ମୋହନ ଭାଗବତ ଭାଷଣ ସମୟରେ ଜନସଂଖ୍ୟା ଅସନ୍ତୁଳନ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, '୭୫ ବର୍ଷ ପୂର୍ବେ ଆମେ ଏହା ଅନୁଭବ କରିଛୁ ଓ ଏକବିଂଶ ଶତାବ୍ଦୀରେ ବିଶ୍ୱରେ ସୃଷ୍ଟି ହୋଇଥିବା ତିନିଟି ସ୍ୱାଧୀନ ଦେଶ, ପୂର୍ବ ତିମୋର, ଦକ୍ଷିଣ ସୁଦାନ ଓ କୋସୋବା, ଇଣ୍ଡୋନେସିଆ, ସୁଦାନ ଓ ସର୍ବିଆର ଏକ ଅଂଶ ହେତୁ ଏହା ଘଟିଛି। ଜନସଂଖ୍ୟା ବିଗାଡୁଛି'।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।