News18 Odia Digital
ନୂଆ ଦିଲ୍ଲୀ: ଦିଲ୍ଲୀ ସରକାର ଓ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ଗୁରୁବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏକ ଟ୍ଵିଟ କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ହେଉଛି। ଦିଲ୍ଲୀ ଏଲଜି ସାହେବ ମୋତେ ଯେତିକି ଗାଳି ଦେଉଛନ୍ତି ମୋ ପତ୍ନୀ ବି ସେତିକି ଗାଳି ଦେଉ ନାହାଁନ୍ତି। ନିକଟରେ ଅବକାରୀ ନୀତିଠୁ ଆରମ୍ଭ କରି ଶିକ୍ଷା ପର୍ଯ୍ୟନ୍ତ ଅନେକ ମାମଲାର ଯାଞ୍ଚ କରିଥିବା ଏଲଜି ଭି.କେ ସକ୍ସେନା ବର୍ତ୍ତମାନ ବିଦ୍ୟୁତ ସବସିଡି ମାମଲାରେ ମଧ୍ୟ ଏକ ରିପୋର୍ଟ ମଗାଇଛନ୍ତି। ଏହା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏଭଳି ଟ୍ୱିଟ କରିଛନ୍ତି।
କେଜ୍ରିୱାଲ ଟ୍ୱିଟ୍ କରି କହିଛନ୍ତି, 'ଏଲଜି ସାହେବ ମୋତେ ଯେତିକି ଗାଳି ଦେଉଛନ୍ତି, ମୋ ପତ୍ନୀ ମୋତେ ପ୍ରତିଦିନ ଗାଳି ଦେଉ ନାହାଁନ୍ତି। ଗତ ୬ ମାସ ମଧ୍ୟରେ, ମୋ ପତ୍ନୀ ମୋତେ ଯେତିକି ପ୍ରେମ ଚିଠି ଲେଖି ନାହାଁନ୍ତି, ଏଲଜି ସାହେବ ସେତିକି ଚିଠି ମୋତେ ଲେଖିଛନ୍ତି। LG ସାହେବ, ଟିକେ ଥଣ୍ଡା ରୁହନ୍ତୁ ଓ ଆପଣଙ୍କ ସୁପର ବସଙ୍କୁ ବି କୁହନ୍ତୁ, ଟିକେ ଶାନ୍ତ ରହିବେ'।
ବିଦ୍ୟୁତ୍ ବିତରଣ କମ୍ପାନୀଗୁଡିକୁ AAP ସରକାର ସବସିଡି ରାଶି ପ୍ରଦାନରେ ଅନିୟମିତତା ହୋଇଥିବା ଅଭିଯୋଗର ତଦନ୍ତ କରିବାକୁ ଉପରାଜ୍ୟପାଳ ମୁଖ୍ୟ ସଚିବଙ୍କୁ କହିଛନ୍ତି। ୭ ଦିନ ମଧ୍ୟରେ ଏକ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉପରାଜ୍ୟପାଳ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।