News 18 Odia Digital
ନୂଆଦିଲ୍ଲୀ; ଭଗବାନ ଯେତେବେଳେ ଦିଅନ୍ତି ଛପରଫାଡ଼ି ଦିଅନ୍ତି । ଉତ୍ତର ପ୍ରଦେଶର (Uttar pradesh) ଦେୱରିଆ ଜିଲ୍ଲାରେ ଏହି କଥା ସତ ପ୍ରମାଣିତ ହୋଇଛି। ଏଠାରେ ରହୁଥିବା ଜଣେ ଯୁବକ ଉପରେ ରାତାରାତି ଟଙ୍କା ବର୍ଷା ହୋଇଛି। ଅରବିନ୍ଦ ସିଂ କୁଶୱା ନାମକ ଜଣେ ୩୫ ବର୍ଷୀୟ ଯୁବକ ଭାରତ-ନ୍ୟୁଜିଲ୍ୟାଣ୍ଡ ୨୦-୨୦ ମ୍ୟାଚରେ ଫେଣ୍ଟେସି ଖେଳ ମାଧ୍ୟମରେ ୭୦ ଲକ୍ଷ ଟଙ୍କା ପୁରସ୍କାର ( Prize ) ଜିତିଛନ୍ତି।
ବିପୁଳ ପରିମାଣର ଜିତିବା ପରେ ଅରବିନ୍ଦଙ୍କ ପରିବାର ସଦସ୍ୟ ବହୁତ ଖୁସି ଅଛନ୍ତି । ଏଥିସହିତ ଯେତେବେଳେ ଭାଟପାରରାନୀର ବିଜେପି ବିଧାୟକ ସାବୁକନୱର ଓ ଜିଲ୍ଲା ପଞ୍ଚାୟତ ସଭାପତି ଗିରିଶ ଚାନ୍ଦ ତିୱାରୀ ଏହା ଜାଣିଲେ, ସେମାନେ ବିଜେତା ଯୁବକଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ତାଙ୍କ ଘରେ ପହଞ୍ଚିଥିଲେ ।
ବାସ୍ତବରେ, ଭାଟପାରରାନୀ ତହସିଲର ବନକଟା ବ୍ଲକର ରଘୁନାଥପୁର ଗାଁର ବାସିନ୍ଦା ଅରବିନ୍ଦ କୁଶୱା ଫେଣ୍ଟେସି ଖେଳ ଖେଳି ୭୦ ଲକ୍ଷ ଟଙ୍କା ଜିତିଛନ୍ତି। ସେ ଭାରତ-ନ୍ୟୁଜିଲ୍ୟାଣ୍ଡ ମ୍ୟାଚରେ ୩୫ ଟଙ୍କା ବେଟିଂ ଲଗାଇଥିଲେ, ଯେଉଁଥିରେ ଅରବିନ୍ଦ ୯୫୧.୫ ପଏଣ୍ଟ ସହ ପ୍ରଥମ ମାନ୍ୟତା ପାଇଥିଲେ।
ଅରବିନ୍ଦ ଏକ ଜାତୀୟ ଗଣମାଧ୍ୟମକୁ କହିଥିଲେ ଯେ, ସେ ବୃତ୍ତିରେ ସେ ଜଣେ ଇଲେକ୍ଟ୍ରିସିଆନ ଓ ସେ ଦୁବାଇରେ ଦୀର୍ଘ ଦିନ ଧରି କାର୍ଯ୍ୟ କରିଆସୁଛନ୍ତି। ସେ ସବୁବେଳେ ଦେୱରିଆକୁ ଆସନ୍ତି । ମାତ୍ର ୬ ମାସ ପୂର୍ବରୁ ଦେୱରିଆ ଆସିଥିଲେ ।
ଯେତେବେଳେ ତାଙ୍କୁ ପଚରାଗଲା କି ସେ କେବେଠୁ ଫେଣ୍ଟେସି ଖେଳ ଖେଳୁଛନ୍ତି, ଏହାର ଉତ୍ତରରେ ଅରବିନ୍ଦ କହିଛନ୍ତି, ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ସେ ଗାଁର ଯୁବକମାନଙ୍କୁ ଫେଣ୍ଟେସି ଖେଳ ଖେଳୁଥିବାର ଦେଖିଥିଲେ। ଗାଁର ଲୋକଙ୍କ କହିବା ଅନୁସାରେ ସେ ମୋବାଇଲ୍ ଆପ୍ ଡାଉନଲୋଡ୍ କରି ଫେଣ୍ଟେସି କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ।
୭୫ ଥର ଟଙ୍କା ବାଜି ଲଗାଇଥିଲେଅରବିନ୍ଦଙ୍କ ଅନୁଯାୟୀ ସେ ବର୍ତ୍ତମାନ ପର୍ଯ୍ୟନ୍ତ ୭୫ ଥର ଫେଣ୍ଟେସି କ୍ରିକେଟରେ ଟଙ୍କା ବିନିଯୋଗ କରିଛନ୍ତି। ଅନେକ ସମୟରେ ସେ ଜିତିଥିଲେ ଓ ବେଳେବେଳେ ଏହି ଟଙ୍କା ମଧ୍ୟ ଫେରସ୍ତ ହୋଇନଥିଲା । ୫ ଦିନ ପୂର୍ବରୁ ଯେତେବେଳେ ସେ ଖେଳୁଥିଲେ, ଅରବିନ୍ଦଙ୍କୁ ୪୯ ଟଙ୍କାରେ ୧୦୦% ବିଜୟ ଅଫର ମିଳିଥିଲା । ଏହା ଉପରେ ସେ ୬୬ ଟଙ୍କା ଜିତିଥିଲେ।
ଅରବିନ୍ଦ କହିଛନ୍ତି ଯେ ଜାନୁଆରୀ ୨୭ ରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ୨୦-୨୦ ମ୍ୟାଚରେ ସେ ୩୫ ଟଙ୍କା ବେଟିଂ ଲଗାଇଥିଲେ । ସେ ୯୫୧.୫ ପଏଣ୍ଟ ଜିତିଥିଲେ । ସେ ଏଥିରେ ପ୍ରଥମ ମାନ୍ୟତା ପାଇଥିଲେ ଓ ୭୦ ଲକ୍ଷ ପୁରସ୍କାର ଜିତିଥିଲେ । ଅଳ୍ପ ସମୟ ମଧ୍ୟରେ ଟିକସ କଟିବା ପରେ ୪୯ ଲକ୍ଷ ଟଙ୍କା ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଥିଲା।
ଏହି ଖବର ପଢ଼ନ୍ତୁ -
http://ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଆସିଲା ପ୍ରତିକ୍ରିୟା ! ଜାଣନ୍ତୁ କଣ ରହିଛି ସୂଚନାନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।