ଆମେରିକାରେ ଚୀନ୍‌ର ସିକ୍ରେଟ ପୋଲିସ ଷ୍ଟେସନ; ୨ ସ୍ଥାନୀୟ ନାଗରିକଙ୍କୁ ଗିରଫ !

ଆମେରିକାରେ ଚୀନ୍‌ର ସିକ୍ରେଟ ପୋଲିସ ଷ୍ଟେସନ; ୨ ସ୍ଥାନୀୟ ନାଗରିକଙ୍କୁ ଗିରଫ !

ଆମେରିକାରେ ଚୀନ୍‌ର ସିକ୍ରେଟ ପୋଲିସ ଷ୍ଟେସନ; ୨ ସ୍ଥାନୀୟ ନାଗରିକଙ୍କୁ ଗିରଫ !

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଆମେରିକା : ଆମେରିକାରେ ଚୀନ୍‌ର ସିକ୍ରେଟ ପୋଲିସ ଷ୍ଟେସନ । ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏଭଳି କିଛି ଖବର ସାମ୍ନାକୁ ଆସିବା ପରେ ସବୁଠି ଚାଞ୍ଚଲ୍ୟ  ଖେଳିଯାଇଛି । ଆମେରିକାର ସୁରକ୍ଷାକର୍ମୀ ଏନେଇ ୨ଜଣ ନ୍ୟୁୟର୍କ ବାସିନ୍ଦାଙ୍କୁ ଗିରଫ କରିଛନ୍ତି । ଅଭିଯୋଗ ହେଉଛି, ଏମାନେ ୨ଜଣ ମିଶି ମ୍ୟାନହଟନ୍‌ର ଚାଇନାଟାଉନ୍‌ ଜିଲ୍ଲାରେ ଏକ ଗୁପ୍ତ ଚୀନ୍‌ ଥାନା ଚଳାଉଥିଲେ । ଯେଉଁଠାରୁ ବହୁ ଗୁରୁତ୍ବପୂର୍ଣ୍ଣ ସୂଚନା ବେଜିଂକୁ ପଠାଯାଉଥିଲା । ଗିରଫ ୨ ଅଭିଯୁକ୍ତ ହେଲେ ୬୧ ବର୍ଷୀୟ ଲୁ ଜିଆନଓ୍ବାଙ୍ଗ ଏବଂ ୫୯ ବର୍ଷୀୟ ଚେନ୍‌ ଜିନପିଙ୍ଗ । ଏମାନେ ଆମେରିକାରେ ଚୀନ୍‌ ପାଇଁ ଗୁପ୍ତଚରଗିରି କରୁଥିବା ଅଭିଯୋଗ ହୋଇଛି ।

ସେପଟେ ଘଟଣାକୁ ଅତି ଗୁରୁତର ସହ ନେଇଛି ଆମେରିକା । ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଚୀନ୍‌ର ଏଭଳି କିଛି ପ୍ରୟାସକୁ କଦାପି ବରଦାସ୍ତ କରାଯିବ ନାହିଁ ବୋଲି ନ୍ୟୁୟର୍କ ଉଚ୍ଚ ଅଧିକାରୀ କହିଛନ୍ତି । ସେପଟେ ଏନେଇ ଚୀନ୍‌ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଚୀନ୍‌ ବାହାର ବିଭିନ୍ନ ଦେଶରେ ସ୍ଥାନୀୟ ଲୋକଙ୍କ ସହାୟତାରେ ସର୍ଭିସ୍‌ ଷ୍ଟେସନ୍‌ ପ୍ରତିଷ୍ଠା କରାଯାଇଛି । ଯାହାର ମୂଳ ଲକ୍ଷ୍ୟ ହେଲା, ଚୀନ୍‌ ନାଗରିକଙ୍କୁ ଅସୁବିଧା ସମୟରେ ସହଯୋଗ କରିବା ।

ତେବେ ପ୍ରକୃତରେ ଏହି ସିକ୍ରେଟ ପୋଲିସ ଷ୍ଟେସନ୍‌ରେ କଣ ସବୁ ଚାଲିଥିଲା ତାହାର ତନାଘନା କରୁଛି ପୋଲିସ । ସବୁ ଦିଗକୁ ନେଇ ତଦନ୍ତ କରାଯିବା ସହ ଯଦି ଗୁଇନ୍ଦାଗିରି ନେଇ କୌଣସି ପ୍ରମାଣ ମିଳେ, ତାହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆମେରିକା ପକ୍ଷରୁ କୁହାଯାଇଛି ।

ପଢନ୍ତ ଏହି ଖବର : ଦଙ୍ଗା ପୀଡ଼ିତଙ୍କୁ ଭେଟିବାକୁ ଯାଉଥିଲେ ବିଜେପି ଟିମ; ଅଟକାଇଲା ପୋଲିସ

ଚୀନ୍‌ ଓ ଆମେରିକା ମଧ୍ୟରେ ସମ୍ପର୍କ କିଭଳି, ସାରା ଦୁନିଆ ଭଲଭାବେ ଜାଣିଛି । ୨ ମହାଶକ୍ତି ମଧ୍ୟରେ ତିକ୍ତତା ସବୁବେଳେ ଲାଗି ରହିଥାଏ । ହେଲେ ଏବେ ଯେଉଁଭଳି ଘଟଣା ସାମ୍ନାକୁ ଆସିଛି, ତାହା ଅନେକଙ୍କୁ ଚକିତ କରିପାରେ । ଆମେରିକାର ମ୍ୟାନହଟନ୍‌ରେ ଚୀନ୍‌ ଖୋଲିଥିଲା ସିକ୍ରେଟ ପୋଲିସ ଷ୍ଟେସନ୍‌ । ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅଧିକ ତନାଘନା ଜାରି ରଖିଛି ପୋଲିସ । ତେବେ ପ୍ରଶ୍ନ ଉଠୁଛି, ଏଭଳି ସିକ୍ରେଟ ପୋଲିସ ଷ୍ଟେସନ ସ୍ଥାପନ କରିବା ପଛରେ ରହସ୍ୟ କଣ । ଏଭଳି ଘଟଣା ପଛରେ ସତ୍ୟତା କେକେ । ଆଗକୁ କ’ଣ ପଦକ୍ଷେପ ନେବ ଆମେରିକା ।
Published by:Sujit Swain
First published: