EDକୁ ତଦନ୍ତରେ ସହଯୋଗ କରୁନାହାଁନ୍ତି ଗିରଫ ପଶ୍ଚିମବଙ୍ଗର ମନ୍ତ୍ରୀ ପାର୍ଥ ଚାଟାର୍ଜୀ

ଗିରଫ ପଶ୍ଚିମବଙ୍ଗର ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଇଡିକୁ ତଦନ୍ତରେ ସହଯୋଗ କରୁନାହାଁନ୍ତି । ହାଲିଆ ହେବାର ଅଭିଯୋଗ କରୁଛନ୍ତି ଓ ପ୍ରଶ୍ନର ଉତ୍ତର ଦେବାକୁ ଏଡାଉଛନ୍ତି ମନ୍ତ୍ରୀ ।

ଗିରଫ ମନ୍ତ୍ରୀ ପାର୍ଥ ଚାଟାର୍ଜୀ(ପ୍ରତୀକାତ୍ମକ ଛବି)

ଗିରଫ ମନ୍ତ୍ରୀ ପାର୍ଥ ଚାଟାର୍ଜୀ(ପ୍ରତୀକାତ୍ମକ ଛବି)

  • Share this:
News 18 Odia Digital

ପଶ୍ଚିମବଙ୍ଗ:ଗିରଫ ପଶ୍ଚିମବଙ୍ଗର ମନ୍ତ୍ରୀ ପାର୍ଥ ଚାଟାର୍ଜୀ ପଚରାଉଚୁରାରେ ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ସହିତ ସହଯୋଗ କରୁନାହାଁନ୍ତି। କେନ୍ଦ୍ରୀୟ ଏଜେନ୍ସିର ଜଣେ ଅଧିକାରୀ ସୋମବାର ଏହା କହିଛନ୍ତି। ସେ କହିଛନ୍ତି ଯେ ସ୍କୁଲ ନିଯୁକ୍ତି ସ୍କାମର ଯାଞ୍ଚ ସମ୍ପର୍କରେ ଚାଟାର୍ଜୀ ଅଧିକାଂଶ ଇଡି ପ୍ରଶ୍ନର ଉତ୍ତର ଦେଉ ନାହାଁନ୍ତି।

ସେ ଏକ ଷଡଯନ୍ତ୍ରର ଶିକାର ହୋଇଛନ୍ତି ବୋଲି ଶୁକ୍ରବାର ଦିନ ଚାଟାର୍ଜୀ କହିଛନ୍ତି। ଟିଏମସିରୁ ନିଲମ୍ବନ ନିଷ୍ପତ୍ତିକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଇଡି ଜଣେ ଅଧିକାରୀ କହିଛନ୍ତି ଯେ ଗିରଫ ହେବା ପରଠାରୁ ସେ ଆମ ସହ ସହଯୋଗ କରୁ ନାହାଁନ୍ତି। ସେ ଅନେକ ସମୟରେ ହାଲିଆ ହେବାର ଅଭିଯୋଗ କରୁଛନ୍ତି ଓ ଆମର ପ୍ରଶ୍ନର ଉତ୍ତର ଦେବାକୁ ଏଡ଼ାନ୍ତି | ଉଦ୍ଧାର ହୋଇଥିବା ନଗଦ ଟଙ୍କା ତାଙ୍କର ନୁହେଁ ବୋଲି ଚାଟାର୍ଜୀ କହିଛନ୍ତି । ଏହି ପଇସା କୋଉଠୁ ଆସିଛି କେମିତି ଆସିଛି ତାହା ଆମେ ତଦନ୍ତ କରୁଛୁ ବୋଲି ଅଧିକାରୀ କହିଛନ୍ତି |

ଇଡି ତାଙ୍କ ଘନିଷ୍ଠ ବନ୍ଧୁମାନଙ୍କଠାରୁ ସୁନା ନଗଦ କୋଟି କୋଟି ଟଙ୍କା ଉଦ୍ଧାର କରିଛି। ଗତ ୨୨ ଜୁଲାଇ ଶୁକ୍ରବାର ଦିନ, ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ମନ୍ତ୍ରୀଙ୍କ ଉପରେ ଇଡି ଚଢାଉ ଆରମ୍ଭ କରିଥିଲା। ପାର୍ଥା ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତାଙ୍କ ଘରୁ ଇଡି ପାଖାପାଖି ୫୦ କୋଟିରୁ ଅଧିକ ଟଙ୍କା ଜବତ କରିଛି। ଇଡି ମଧ୍ୟ ଅର୍ପିତାଙ୍କୁ ଗିରଫ କରିଛି ।
Published by:Sujit Swain
First published: