ଭଙ୍ଗା ଘରେ ରହୁଥିଲେ ଅର୍ପିତାଙ୍କ ମା
News 18 Odia Digital
ଇଡି ଅନୁସନ୍ଧାନରେ ଅର୍ପିତାଙ୍କ ଘରୁ ୫୦ କୋଟିରୁ ଅଧିକ ନଗଦ ଟଙ୍କା ଓ ୫ କିଲୋଗ୍ରାମ ସୁନା ଜବତ କରାଯାଇଥିଲା। କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଅର୍ପିତାଙ୍କ ମା ଏବେବି ବହୁ କଷ୍ଟରେ ଜୀବନ ବିତାଉଛନ୍ତି।ବାସ୍ତବରେ, ଅର୍ପିତା ମୁଖାର୍ଜୀଙ୍କ ମା କୋଲକାତାଠାରୁ କିଛି କିଲୋମିଟର ଦୂରରେ ଥିବା ଏକ ବହୁ ପୁରୁଣା ଘରେ ରୁହନ୍ତି।
ଘରଟି ପ୍ରାୟେ ୫୦ ବର୍ଷ ପୁରୁଣା ଥିବାବେଳେ ସେ ସେହି ଘରେ ଏକା ରୁହନ୍ତି। ତାଙ୍କ ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକତାର ଯତ୍ନ ନେଉଥିବା ଅସୁସ୍ଥ ମା’ଙ୍କ ପାଇଁ ଅର୍ପିତା ଦୁଇଟି ଲୋକଙ୍କୁ ମଧ୍ୟ ରଖିଛନ୍ତି। ସେହି ଅଞ୍ଚଳର ଲୋକଙ୍କ କହିବାନୁସାରେ, ଅର୍ପିତା ବେଳେବେଳେ ତାଙ୍କ ମା’ଙ୍କୁ ଭେଟିବା ପାଇଁ କାରରେ ଆସୁଥିଲେ। କିନ୍ତୁ ସେ ଏଠାରେ ଅଧିକ ସମୟ ରହୁନଥିଲେ।
ଅର୍ପିତାଙ୍କ ମା ତାଙ୍କ ଝିଅ ବିଷୟରେ କିଛି କହିବାକୁ ଚାହୁଁନାହାନ୍ତି, ସେ କହିଛନ୍ତି ଯେ ଏ ବାବଦରେ ତାଙ୍କ ଘରକୁ ଆସୁଥିବା କୌଣସି ବ୍ୟକ୍ତିଙ୍କ ସହ ସେ ଯୋଗାଯୋଗ କରିବାକୁ ମନା କରିଛନ୍ତି। ଇଡିର ଚଢ଼ାଉ ପରେ ତାଙ୍କ ଗାଡ଼ି ବିଷୟରେ ବହୁତ୍ କିଛି ଜାଣିବାକୁ ମିଳିଥିଲା, ତାଙ୍କ ଡ୍ରାଇଭରଙ୍କ କହିବା ଅନୁଯାୟୀ ତାଙ୍କ ପାଖରେ ବିଭିନ୍ନ ପ୍ରକାରର ଗାଡ଼ି ମଧ୍ୟ ଥିଲା ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।