କ୍ୟାବ ଡ୍ରାଇଭରଙ୍କୁ ୩ଟି କମ୍ପାନୀର ଡାଇରେକ୍ଟର କରିଥିଲେ ଅର୍ପିତା ମୁଖାର୍ଜୀ

ଅର୍ପିତା ମୁଖାର୍ଜୀଙ୍କ ତିନୋଟି କମ୍ପାନୀରେ ନିର୍ଦ୍ଦେଶକ ଥିବା ବ୍ଯକ୍ତି ଜଣଙ୍କ ହେଉଛନ୍ତି ପ୍ରକୃତରେ ଜଣେ କ୍ଯାବ ଡ୍ରାଇଭର । ସେ ଅର୍ପିତାଙ୍କ ସମ୍ପର୍କୀୟ ଭିଣୋଇ ବୋଲି ଜଣାପଡ଼ିଛି ।

ଅର୍ପିତା ମୁଖାର୍ଜୀ (ପ୍ରତୀକାତ୍ମକ ଛବି)

ଅର୍ପିତା ମୁଖାର୍ଜୀ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଶିକ୍ଷକ ନିଯୁକ୍ତି ସ୍କାମରେ ଗିରଫ ହୋଇଥିବା ଅର୍ପିତା ମୁଖାର୍ଜୀ କିପରି ତାଙ୍କ ସହ ଜଡିତ କମ୍ପାନୀ ମାଧ୍ୟମରେ ଜାଲିଆତି କରିଥିଲେ ତାହାର ଏକ ବଡ଼ ପ୍ରମାଣ ଇଡ଼ି ହାତରେ ଲାଗିଛି। ଅର୍ପିତା ମୁଖାର୍ଜୀଙ୍କ ଏପରି ଜଣେ ବ୍ୟବସାୟିକ ସହଯୋଗୀ ମିଳିଛି, ଯିଏ ତିନିଟି ସଂସ୍ଥାରେ ଅର୍ପିତାଙ୍କ ସହ ନିର୍ଦ୍ଦେଶକ ଥିଲେ। କିନ୍ତୁ ବାସ୍ତବ ଜୀବନରେ ସେ ଜଣେ କ୍ୟାବ ଡ୍ରାଇଭର। କେବଳ ଏତିକି ନୁହେଁ, ସେ ସଂପର୍କରେ ଅର୍ପିତାଙ୍କ ଭିଣୋଇ ବୋଲି ଜଣାପଡିଛି।

ଏହି ବ୍ୟକ୍ତିଙ୍କ ନାମ କଲ୍ୟାଣ ଧର। କଲ୍ୟାଣ ଅର୍ପିତାଙ୍କ ସହିତ ତିନୋଟି କମ୍ପାନୀରେ ନିର୍ଦ୍ଦେଶକ ଥିଲେ। ଏହି କମ୍ପାନୀଗୁଡିକ କାଗଜରେ କୋଟି ବ୍ୟବସାୟ କରୁଥିଲେ। ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ଅର୍ପିତା ମୁଖାର୍ଜୀ ଗିରଫ ହେବା ପରେ ଏହି କମ୍ପାନୀଗୁଡିକର ନାମ ସାମ୍ନାକୁ ଆସିଥିଲା। ଏହାକୁ କଲ୍ୟାଣ ସହ ନିର୍ଦ୍ଦେଶକ ଥିଲେ।

ଏକ ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ ସହ-ନିର୍ଦ୍ଦେଶକ ଥିବା ଅର୍ପିତାଙ୍କ ଭିଣୋଇ କାଗଜରେ କୋଟିପତି ପରି ଦେଖାଯାଉଛନ୍ତି, କିନ୍ତୁ ପ୍ରକୃତରେ ଜଣେ କ୍ୟାବ ଡ୍ରାଇଭର ଯାହା ପାଖରେ ନିଜର ମୋଟର ସାଇକେଲ ବି ନାହିଁ।

ଅର୍ପିତା ଓ କଲ୍ୟାଣ ତିନୋଟି ଫାର୍ମରେ ନିର୍ଦ୍ଦେଶକ ଅଟନ୍ତି। ଏଥିରେ ପ୍ରଥମ ହେଉଛି symbosis marchant pvt ltd। ୨୧ ମାର୍ଚ୍ଚ ୨୦୧୧ ରେ ଅର୍ପିତା ଏହାର ନିର୍ଦ୍ଦେଶକ ହୋଇଥିଲେ। କାଗଜ ଅନୁଯାୟୀ, ଏହି କମ୍ପାନୀ ବିଭିନ୍ନ ପ୍ରକାରର ସାମଗ୍ରୀର ହୋଲସେଲ ବାଣିଜ୍ୟରେ କାରବାର କରିଥାଏ। କଲ୍ୟାଣ ଧରଙ୍କୁ ଏହି କମ୍ପାନୀରେ ୧ ଜୁଲାଇ ୨୦୨୧ରେ ସହ-ନିର୍ଦ୍ଦେଶକ କରାଯାଇଥିଲା।

ଦ୍ୱିତୀୟ ଫାର୍ମର ନାମ ହେଉଛି ସେଣ୍ଟ୍ରି ଇଞ୍ଜିନିୟରିଂ ପ୍ରାଇଭେଟ ଲିମିଟେଡ୍। ୯ ନଭେମ୍ବର ୨୦୧୧ ରେ ଅର୍ପିତା ଏହାର ନିର୍ଦ୍ଦେଶକ ହୋଇଥିଲେ। ତା’ପରେ ୨୦୧୮ ରେ କଲ୍ୟାଣ ଏହାର ସହ ନିର୍ଦ୍ଦେଶକ ହୋଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟେ କମ୍ପାନୀର ନିର୍ଦ୍ଦେଶକ ଅଟନ୍ତି। କାଗଜପତ୍ର ଅନୁଯାୟୀ, ଏହି କମ୍ପାନୀ ସ୍ୱତନ୍ତ୍ର ପ୍ରକାରର ଯନ୍ତ୍ରପାତି ତିଆରି କରେ।

ତୃତୀୟ ଫାର୍ମ ହେଉଛି ଇଚାଇ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ ଲିମିଟେଡ୍  ୨୯ ଅକ୍ଟୋବର ୨୦୧୪ ରେ ଅର୍ପିତା ଏହାର ନିର୍ଦ୍ଦେଶକ ହୋଇଥିଲେ। କଲ୍ୟାଣ ଧର ଏହି କମ୍ପାନୀର ଦ୍ୱିତୀୟ ନିର୍ଦ୍ଦେଶକ।

କାଗଜରେ ଥିବା କଲ୍ୟାଣ ଧର କୋଲକାତାର ଏକ ଛୋଟ ଘରେ ରହୁଥିବା ଜଣାପଡିଛି। ଏହା ସହ ସେ ଜଣେ କ୍ୟାବ ଡ୍ରାଇଭର ବୋଲି ମଧ୍ୟ ପ୍ରକାଶ ପାଇଛି। କେବଳ ଏତିକି ନୁହେଁ, ଇଡି ଆକ୍ରମଣ ପରେ ସେ ଏତେ ଡରି ଯାଇଛନ୍ତି ଯେ ସେ ତାଙ୍କ ପରିବାର ସହିତ ଘରେ ତାଲା ପକାଇ ବନ୍ଦ ରହିଛନ୍ତି।
Published by:Soumya Das
First published: