ଭାଣିଜୀ ସହିତ ନାଚୁଥିବର ନଜର ଆସିଲେ ସଲମାନ ଖାନ; ଭଉଣୀ ଅର୍ପିତା ସେୟାର କଲେ Video

ସଲମାନ ଖାନଙ୍କ (Salman Khan) ଭଉଣୀ ଅର୍ପିତା ଖାନ ଶର୍ମା (Arpita Khan Sharma) ନିଜ ଝିଅଙ୍କ ଏକ ସୁନ୍ଦର ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯେଉଁଥିରେ ସେ ସଲମାନଙ୍କ ସହ ନଜର ଆସିଛନ୍ତି ।

ଭାଣିଜୀ ସହିତ ନାଚୁଥିବର ନଜର ଆସିଲେ ସଲମାନ ଖାନ; ଭଉଣୀ ଅର୍ପିତା ସେୟାର କଲେ Video
ଭାଣିଜୀ ସହିତ ନାଚୁଥିବର ନଜର ଆସିଲେ ସଲମାନ ଖାନ
  • News18 Odia
  • Last Updated: January 23, 2021, 9:45 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ସଲମାନ ଖାନ (Salman Khan) ନିଜ ପରିବାରକୁ କେତେ ଭଲ ପାଆନ୍ତି ତାହା ସମସ୍ତେ ଜାଣନ୍ତି କିନ୍ତୁ । କିନ୍ତୁ ସେ ନିଜ ଭଣଜା-ଭଣାଜୀଙ୍କ ସହ ଅଧିକ ନିକଟତର । ଅର୍ପିତା ଖାନ ଶର୍ମା (Arpita Khan Sharma) ଇନଷ୍ଟାଗ୍ରାମରେ ସଲମାନ ଓ ନିଜ ଝିଅଙ୍କ ଏକ ସୁନ୍ଦର ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ସଲମାନ ନିଜ ଭାଣିଜୀ ସହିତ ନାଚୁଥିବା ନଜର ଆସିଛନ୍ତି । କରୋନା କାରଣରୁ ଫିଲ୍ମ ଇଣ୍ଡଷ୍ଟ୍ରିର କାମ ମଧ୍ୟ ସ୍ଥଗିତ ରଖାଯାଇଥିଲା ଓ ବର୍ତ୍ତମାନ ସଲମାନ ମଧ୍ୟ ନିଜ ଫିଲ୍ମ 'ଅନ୍ତିମ'ର ସୁଟିଂ ପୂରା କରିବାକୁ କାମ ଆରମ୍ଭ କରିଦେଇଛନ୍ତି । ଏହି ଭିଡିଓରେ ସଲମାନ ନିଜ ଫିଲ୍ମ ଲୁକରେ ହିଁ ନଜର ଆସିଛନ୍ତି ।

ଭିଡିଓ ସେୟାର କରି ଅର୍ପିତା ଲେଖିଛନ୍ତି, "ଅପାର ପ୍ରେମ । ଭିଡିଓରେ ସଲମାନ ଭାଣିଜୀଙ୍କ ଆୟତଙ୍କୁ କାଖ କରି ତାଙ୍କ ସହ ନାଚୁଛନ୍ତି । ପୃଷ୍ଠଭୂମିରେ ବଜରଙ୍ଗୀ ଭାଇଜାନ ଫିଲ୍ମର ଗୀତ "ତୁ ଜୋ ମିଲା" ବାଜୁଛି । ଏଥି ସହିତ ଭିଡିଓରେ ଏହା ଦେଖିବାକୁ ମିଳେ ଯେ ସଲମାନ ଯେଉଁଠାରେ ଅଛନ୍ତି ତାହା ପାର୍ବତ୍ୟ ଅଞ୍ଚଳ ଅଟେ । ଯାହାର ଦୃଶ୍ୟ ବହୁତ ସୁନ୍ଦର ଅଟେ । ଏଥିରେ ସଲମାନ ଖାନ ପଗଡି ପିନ୍ଧିଥିବାର ନଜର ଆସିଛନ୍ତି ଯାହା ଦର୍ଶାଉଛି ଯେ ସେ ଫିଲ୍ମ ପାଇଁ ସୁଟିଂ କରୁଛନ୍ତି ।








View this post on Instagram






A post shared by Salman Khan (@beingsalmankhan)






ସଲମାନ 'ଅନ୍ତିମ' ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି ଓ ଏହି ଫିଲ୍ମରେ ଭାଉଜ ଆୟୁଷ ଶର୍ମା ମଧ୍ୟ ନଜର ଆସିବେ । ମହେଶ ମଞ୍ଜରେକରଙ୍କ ଏହି ଫିଲ୍ମରେ ସଲମାନ ଖାନ ଶିଖ କପ ଓ ଆୟୁଷ ଗ୍ୟାଙ୍ଗଷ୍ଟର ଭୂମିକାରେ ଅଭିନୟ କରୁଛନ୍ତି । ଏହା ସହ ସଲମାନ ତାଙ୍କର ଇଦରେ ରିଲିଜ୍ ହେବାକୁ ଥିବା ଫିଲ୍ମ ମଧ୍ୟ ଘୋଷଣା କରିଛନ୍ତି । ପ୍ରଭାସ ଦେବଙ୍କ ନିର୍ଦ୍ଦେଶିତ 'ରାଧେ ୨୦୨୧' ସଲମାନଙ୍କର ଇଦରେ ରିଲିଜ୍ ହେବାକୁ ଥିବା ଫିଲ୍ମ ଅଟେ । ଏହି ଫିଲ୍ମରେ ଦିଶା ପାଟନୀ, ଜ୍ୟାକି ଶ୍ରଫ, ରଣଦୀପ ହୁଡ୍ଡା ମୁଖ୍ୟ ଭୂମିକାରେ ନଜର ଆସିବେ ।
Published by: Jagdish Barik
First published: January 23, 2021, 9:45 AM IST