ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ କଲା ସେନା; ବିସ୍ଫୋରଣ ଷଡ଼ଯନ୍ତ୍ର ବିଫଳ ହେଲା

Pulwama Terror Plot Foiled | ଠିକ୍ ସମୟରେ ସୂଚନା ପାଇ ଆତଙ୍କବାଦୀଙ୍କ ଆଇ.ଇ.ଡି. (IED) ବିସ୍ଫୋରଣ ଷଡ଼ଯନ୍ତ୍ରକୁ ପଣ୍ଡ କରି ଦେଇଛି ସେନା । IED ବୋଝେଇ କାରଟିକୁ ବିସ୍ଫୋରଣ କରି ନଷ୍ଟ କରି ଦେଇଛନ୍ତି ସୁରକ୍ଷାକର୍ମୀ ।

ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ କଲା ସେନା; ବିସ୍ଫୋରଣ ଷଡ଼ଯନ୍ତ୍ର ବିଫଳ ହେଲା
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର ପୁଲୱାମାରେ ପୁଣି ଆଉ ଥରେ ଏକ ବଡ଼ ଆତଙ୍କବାଦୀ ଘଟଣା ହେବାକୁ ଯାଉଥିଲା, ମାତ୍ର ସୁରକ୍ଷା ବଳ ତାକୁ ଠିକ୍‌ ସମୟରେ ରୋକିବାରେ ସଫଳ ହୋଇଛନ୍ତି । ଏଥି ସହ ଆଉ ଏକ ବଡ଼ ବିସ୍ଫୋରଣ ଯୋଜନା ଉଦ୍ୟମ ପଣ୍ଡ ହୋଇଛି ।

ଠିକ୍‌ ସମୟରେ ସୂଚନା ପାଇ ଏକ ଆଇ.ଇ.ଡି. (IED) ବିସ୍ଫୋରଣ ଷଡ଼ଯନ୍ତ୍ରକୁ ପଣ୍ଡ କରି ଦେଇଛି ସେନା । ଗତ କାଲି ରାତିରେ IED ବୋଝେଇ କାରଟିକୁ ବିସ୍ଫୋରଣ କରି ନଷ୍ଟ କରି ଦେଇଛନ୍ତି ସୁରକ୍ଷାକର୍ମୀ । ପୁଲୱାମା ନିକଟରେ ଜଣେ ସନ୍ଦିଗ୍ଧ ଆତଙ୍କବାଦୀର କାରରେ ଫେକ୍ ରେଜିଷ୍ଟ୍ରେସନ ନମ୍ବର ଲାଗିଥିଲା । ପୋଲିସ ଉକ୍ତ କାରକୁ ଅଟକାଇବାକୁ ଚେଷ୍ଟା କରିଥିଲା । ହେଲେ କାର ନ ଅଟକିବାରୁ ପୋଲିସ ଗୁଳି ଚଳାଇଥିଲା । ଗାଡ଼ି ଛାଡ଼ି ଅନ୍ଧାରରେ ଫେରାର ହୋଇଯାଇଥିଲା ସନ୍ଦିଗ୍ଧ ଆତଙ୍କବାଦୀଜଣକ ।

ପରେ ସେହି କାରକୁ ଜବତ କରିଥିଲେ ସୁରକ୍ଷା କର୍ମୀ । ଆଜି ସ୍ଥାନୀୟ ଅଞ୍ଚଳରେ ସୀମା ସିଲ କରି କାରକୁ ବିସ୍ଫୋରଣ କରି ଉଡ଼ାଇ ଦେଇଛନ୍ତି ସୁରକ୍ଷାକର୍ମୀ । ସୁରକ୍ଷାକର୍ମୀ ବର୍ତ୍ତମାନ ସଂପୃକ୍ତ ଅଞ୍ଚଳକୁ ସିଲ୍ କରି କରିବା ସହ ସର୍ଚ୍ଚ ଅପରେସନ ଜାରି  ରଖିଛନ୍ତି । କାରରେ ଲାଗିଥିଲା କଠୁଆ ଜିଲ୍ଲାର ଏକ ସ୍କୁଟରର ନମ୍ବର ପ୍ଲେଟ୍‌ ।

କାରରେ ବିସ୍ଫୋରଣ ପରେ ଘଟଣାସ୍ଥଳର ଦୃଶ୍ୟ


ଘଟଣାସ୍ଥଳରେ NIAର ଦୁଇଜଣିଆ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।  ଆତଙ୍କବାଦୀମାନେ କାର୍‌ରେ ରଖିଥିଲେ ୪୫ କେକି ବିସ୍ଫୋରକ । ଏହି ଷଡ଼ଯନ୍ତ୍ର ପଛରେ ଲସ୍କର ଓ ଜୈଶ ଆତଙ୍କବାଦୀଙ୍କ ହାତ ଥିବା ସୂଚନା ମିଳିଛି, ତେବେ ସବିଶେଶ ବିବରଣୀ ତଦନ୍ତ ପରେ ଜଣାପଡ଼ିବ । ଜାମ୍ମୁ ଓ କାଶ୍ମୀର ଡିଜିପି ଦିଲବାଗ ସିଂହ ସୁରକ୍ଷା ବଳଙ୍କ ଏହି ସଫଳତା ବିଷୟରେ ସୂଚନା ଦେଇଛନ୍ତି ।

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଏହା ବି ପଢ଼ନ୍ତୁ: ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

ଏହା ବି ପଢ଼ନ୍ତୁ: ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଏହା ବି ପଢ଼ନ୍ତୁ: ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 28, 2020, 5:42 PM IST
corona virus btn
corona virus btn
Loading