୨୯ଟି କୁକୁରକୁ ଗୁଳି କରି ହତ୍ୟା କଲେ ଦୁବୃର୍ତ୍ତ; କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ଯ

କତାରର ଏକ ଅଞ୍ଚଳରେ କିଛି ଅସ୍ତ୍ରଧାରୀ ବ୍ୟକ୍ତି ୨୯ଟି କୁକୁରକୁ ହତ୍ୟା କରିଛନ୍ତି।। ସେହି ବ୍ୟକ୍ତିମାନେ ଅଭିଯୋଗ କରିଛନ୍ତି ଯେ ଗୋଟିଏ କୁକୁର ସେମାନଙ୍କ ପିଲାକୁ କାମୁଡ଼ି ଦେଇଛି।

୨୯ ଟି କୁକୁରକୁ ହତ୍ୟା (ପ୍ରତୀକାତ୍ମକ ଛବି)

୨୯ ଟି କୁକୁରକୁ ହତ୍ୟା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

କତାରର ଏକ ଅଞ୍ଚଳରେ କିଛି ଅସ୍ତ୍ରଧାରୀ ବ୍ୟକ୍ତି ୨୯ଟି କୁକୁରକୁ ହତ୍ୟା କରିଛନ୍ତି।।  ସେହି ବ୍ୟକ୍ତିମାନେ ଅଭିଯୋଗ କରିଛନ୍ତି ଯେ ଗୋଟିଏ କୁକୁର ସେମାନଙ୍କ ପିଲାକୁ କାମୁଡ଼ି ଦେଇଛି। ଏହି ଦୁଃଖଦ ଘଟଣା ସୋସିଆଲ ମିଡିଆରେ ଉଦ୍ଧାରକାରୀ ସଂସ୍ଥା “PAWS rescue Qatar ” ଦ୍ୱାରା ପୋଷ୍ଟ କରାଯାଇଛି।  PAWS ରେସକ୍ୟୁ କତାର ରିପୋର୍ଟ କରିଛି ଯେ ଆକ୍ରମଣକାରୀମାନେ ଏକ କାରଖାନାର ଏକ ସୁରକ୍ଷିତ ଅଞ୍ଚଳକୁ ଯାଇ ସୁରକ୍ଷାକର୍ମୀଙ୍କୁ ପ୍ରବେଶ କରିବା ପୂର୍ବରୁ ଅସ୍ତ୍ରଶସ୍ତ୍ରରେ ଧମକ ଦେଇଥିଲେ।  ତା’ପରେ ସେମାନେ ଭିତରକୁ ଯାଇ କୁକୁର ଛୁଆ ସମେତ ୨୯ଟି କୁକୁରକୁ ଗୁଳି କରିଦେଇଥିଲେ ଓ ଅନ୍ୟ ଅନେକଙ୍କୁ ଆହତ କରିଥିଲେ।

ଆକ୍ରମଣ କାରୀ ମାନେ ଦାବି କରିଛନ୍ତି ଯେ ସେମାନେ ଖାଇବା କେନ୍ଦ୍ର ଉପରେ ଆକ୍ରମଣ କରି ପଶୁମାନଙ୍କୁ ଗୁଳି କରିଥିଲେ କାରଣ ଗୋଟିଏ କୁକୁର ସେମାନଙ୍କ ପୁଅକୁ କାମୁଡି ଦେଇଥିଲା।

ସେହି ସମୟରେ ସୁରକ୍ଷା କର୍ମୀଙ୍କ ପାଖରେ ମାତ୍ର ୨ଟି ବନ୍ଧୁକ ଥିଲା। ସେମାନେ ଅନୁଭବ କଲେ ଯେ ଯଦି ସେମାନେ ଆକ୍ରମଣକାରୀ ଅଟକାଇବେ ତେବେ ତାଙ୍କର ଜୀବନ ଚାଲିଯିବ।

ଆଖପାଖର ଲୋକଙ୍କ କହିବା ଅନୁସାରେ, "ଏହି କୁକୁରମାନେ କେବେବି କାହାକୁ କ୍ଷତି କରିନାହାଁନ୍ତି, ସେମାନଙ୍କୁ ଭଲ ଭାବରେ ଯତ୍ନ ନିଆଯାଇଥିଲା, ସେମାନେ ବହୁତ ବନ୍ଧୁତ୍ୱପୂର୍ଣ୍ଣ ଓସୁନ୍ଦର ଥିଲେ।

ଦୋହା ନ୍ୟୁଜ୍ ଅନୁଯାୟୀ, ଏହି ଘଟଣାରେ ଲୋକମାନେ ଅତ୍ୟଧିକ କ୍ରୋଧିତ ଓ ଦୁଃଖିତ। Animal Right Sustianbleର ବ୍ରାଣ୍ଡ ରୋନି ହେଲୋ ଏହି ହତ୍ୟାକୁ ଏକ ବର୍ବର କାର୍ଯ୍ୟ ଓ କାତାର ସମାଜ ପାଇଁ ବିପଦପୂର୍ଣ୍ଣ ବୋଲି ବର୍ଣ୍ଣନା କରିଛନ୍ତି। ଏହାସହ ସରକାର ହୃଦୟ ବିଦାରକ ଘଟଣାର ତଦନ୍ତ କରି ନ୍ୟାୟ ପ୍ରଦାନ କରିବାକୁ ଦାବି କରିଛନ୍ତି।
Published by:Soumya Das
First published: