ସାରସ ଠାରୁ ଅଲଗା ହୋଇ ଦୁଃଖରେ ଭାଙ୍ଗି ପଡ଼ିଥିଲେ ଆରିଫ: ଭାବପ୍ରବଣ ହୋଇ କହିଲେ ଏମିତି

ନିକଟରେ ଏକ ଭିଡିଓରେ ଆରିଫ ଓ ସାରସର ବନ୍ଧୁତା ଦେଖିବାକୁ ମିଳିଥିଲା। ଆରିଫ ଏକ ବାଇକରେ କୌଣସି ସ୍ଥାନକୁ ଯାଉଥିଲେ ଓ ଏକ ସାରସ ତାଙ୍କ ପଛରେ ଉଡ଼ି ଉଡ଼ି ଯାଉଥିଲା ।

ସାରସ ଠାରୁ ଅଲଗା ହୋଇ ଦୁଃଖରେ ଭାଙ୍ଗି ପଡ଼ିଥିଲେ ଆରିଫ: ଭାବପ୍ରବଣ ହୋଇ କହିଲେ ଏମିତି

ସାରସ ଠାରୁ ଅଲଗା ହୋଇ ଦୁଃଖରେ ଭାଙ୍ଗି ପଡ଼ିଥିଲେ ଆରିଫ: ଭାବପ୍ରବଣ ହୋଇ କହିଲେ ଏମିତି

  • News18 Odia
  • Last Updated :
  • Uttar Pradesh, India
  • Share this:
News 18 Odia Digital

ନୂଆଦିଲ୍ଲୀ: ବର୍ତ୍ତମାନ ଉତ୍ତରପ୍ରଦେଶରେ ଏକ ସାରସକୁ ନେଇ ଚର୍ଚ୍ଚା ଆଲୋଚନା ଜୋରଦାର ହେଉଛି । ଏ ହେଉଛି ସେହି ସାରସ ଯିଏ ଆମେଠୀର ଆରିଫ୍ ନାମକ ଜଣେ ବ୍ୟକ୍ତିଙ୍କ ସହ ବନ୍ଧୁତା (friendship) ପାଇଁ ଲାଇମ୍ ଲାଇଟରେ ରହିଥିଲା । କିନ୍ତୁ ପରେ ଏହି ବନ୍ଧୁତାକୁ ଯେମିତି କାହାର ନଜର ଲାଗିଗଲା । ବାସ୍ତବରେ ଜଙ୍ଗଲ ବିଭାଗ ଆରିଫଠାରୁ ସାରସକୁ ଅଲଗା କରି ସାମସପୁର ପକ୍ଷୀ ଅଭୟାରଣ୍ୟ (Bird Sanctuary)କୁ ନେଇଯାଇଥିଲେ, କିନ୍ତୁ ପରେ ଅଭିଯୋଗ କରାଯାଇଥିଲା ଯେ ସାମସପୁର ପକ୍ଷୀ ଅଭୟାରଣ୍ୟରୁ ଏହି ସାରସ ପକ୍ଷୀଟି ନିଖୋଜ ହୋଇଯାଇଛି । ସାରସର ବନ୍ଧୁ ଆରିଫ ଏ ସମ୍ପର୍କରେ ଏକ ଭିଡିଓ ଜାରି କରିଛନ୍ତି। ଭିଡିଓରେ ଆରିଫ ଭାବପ୍ରବଣ ଥିବାବେଳେ ଅନେକ କଥା କହିଛନ୍ତି ।

ଆମେଥିର ଆରିଫ କହିଛନ୍ତି, “ମୋର ବନ୍ଧୁ ଥିବା ସାରସ ପକ୍ଷୀକୁ ଜଙ୍ଗଲ ବିଭାଗ ନେଇଯାଇଛି । ଆଜି ସକାଳେ ଆମେ ସମ୍ବାଦରେ ଦେଖିଥିଲୁ, ଅଖିଳେଶ ଭାଇ ମଧ୍ୟ ଟ୍ୱିଟ କରିଛନ୍ତି… ଜଣା ପଡିଛି ଯେ ସେ ସେଠାରୁ ମଧ୍ୟ ନିଖୋଜ ହୋଇଯାଇଛି । ଜଙ୍ଗଲ ବିଭାଗର ଲୋକମାନେ ଏହି କଥା କହିପାରୁନଥିବା ନିରୀହ ପକ୍ଷୀ ସହିତ କ’ଣ କରୁଛନ୍ତି କେଜାଣି । ଏହି ନିରୀହ ପକ୍ଷୀର ଏକମାତ୍ର ଦୋଷ ହେଉଛି ଯେ ସେ ଜଣେ ମଣିଷ ସହିତ ବନ୍ଧୁତା କରିଥିଲା ।

ଆରିଫ କହିଛନ୍ତି ଯେ ସେ ସାରସ ପାଳି ନଥିଲେ, ସେ କେବଳ କିଛି ମୁହୂର୍ତ୍ତ କିମ୍ବା ଘଣ୍ଟା ତା ସହ ରହୁଥିଲା । ଆରିଫଙ୍କ ଅନୁଯାୟୀ, ଯେତେବେଳେ ସାରସ ଇଚ୍ଛା କରୁଥିଲା, ସେ ଜଙ୍ଗଲକୁ ଚାଲି ଯାଉଥିଲା ଓ ପରେ ତାଙ୍କ ନିକଟକୁ ଆସୁଥିଲା । ଆରିଫଙ୍କ କହିବାନୁସାରେ, ସେ କେବେ ବି ସାରସକୁ ବାନ୍ଧି ରଖି ନଥିଲେ ।

ସେ ଯେଉଁଠାରେ ବି ଥିବ, ସେ ନିଶ୍ଚୟ ମତେ ଖୋଜୁଥିବ: ଆରିଫ୍

ଆରିଫ କହିଛନ୍ତି, “ସାରସ ମଣିଷଠାରୁ ଦୂରକୁ ଯାଏ ନାହିଁ, ସେ ଯେଉଁଠାରେ ବି ଥିବ ଆମକୁ ଖୋଜୁଥିବ । ସେ ଖାଦ୍ୟ ଖାଇଛି କି ନାହିଁ ଜାଣିନି । ସେ ଡାଲି, ଚାଉଳ, ରୁଟି ଓ ପନିପରିବା ଖାଏ । ଯେତେବେଳେ ମୋ ପାଖରେ ଥିଲା, ନିଜ ପରିବାରକୁ ଭେଟିବାକୁ ଯାଉଥିଲା ଆଉ ଫେରି ଆସୁଥିଲା । ଜଣାନାହିଁ କାହାର ନଜର ଏହି ବନ୍ଧୁତା ଉପରେ ପଢିଛି ।ଆପଣମାନେ ଦୟାକରି ମୋତେ ସମର୍ଥନ କରନ୍ତୁ ।

ସାରସ ଓ ଆରିଫଙ୍କ ବନ୍ଧୁତାର ଭିଡିଓ ଭାଇରାଲ ହୋଇଥିଲା

ଆମେଠୀର ଗୌରିଗଞ୍ଜ ତହସିଲର ମାଟ୍କା ଗ୍ରାମରୁ ଏହି ଘଟଣା ସାମ୍ନାକୁ ଆସିଥିଲା ​​। ଖବର ଅନୁଯାୟୀ ସାରସର ଗୋଡରେ ଆଘାତ ଲାଗିଥିଲା, ଏହା ପରେ ଆରିଫ ତାକୁ ବହୁତ ସାହାଯ୍ୟ କରିଥିଲେ ଓ ପରେ ଉଭୟଙ୍କ ମଧ୍ୟରେ 'ବନ୍ଧୁତା' ବଢ଼ିଥିଲା। ଏହା ପରେ ସାରସ ଓ ଆରିଫଙ୍କ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ଭିଡିଓରେ ଆରିଫ ଓ ସାରସର ବନ୍ଧୁତା ଦେଖିବାକୁ ମିଳିଥିଲା। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଭିଡିଓରେ, ଆରିଫ ଏକ ବାଇକରେ କୌଣସି ସ୍ଥାନକୁ ଯାଉଥିଲେ ଓ ଏକ ସାରସ ତାଙ୍କ ପଛରେ ଉଡ଼ି ଉଡ଼ି ଯାଉଥିଲା । ତା’ପରେ ସାରସ ଓ ଆରିଫ ମଧ୍ୟରେ ବନ୍ଧୁତା ବିଷୟରେ ଆଲୋଚନା ସାରା ଦେଶରେ ବ୍ୟାପିଗଲା ।

ଅଖିଳେଶ ମଧ୍ୟ ସାକ୍ଷାତ କରିଥିଲେ

ଭିଡିଓ ଦେଖିବା ପରେ ଅଖିଳେଶ ମଧ୍ୟ ଆରିଫଙ୍କ ଗ୍ରାମରେ ପହଞ୍ଚି ଆରିଫ ଓ ସାରସର ବନ୍ଧୁତାକୁ ଦେଖିଥିଲେ। ଅଖିଳେଶ ନିଜେ ସୋସିଆଲ ମିଡିଆରେ ସାରସ ଓ ଆରିଫଙ୍କ ସହ ଫଟୋ ସେୟାର କରିଥିଲେ। ଅଖିଳେଶଙ୍କ ଗସ୍ତ ପରେ ପୁଣି ଥରେ ଆରିଫ ଓ ସାରସର ବନ୍ଧୁତା ଆଲୋଚନାକୁ ଆସିଥିଲା ।

ଏହି ଖବର ପଢ଼ନ୍ତୁ -  ଆଜେକ୍ସ ମୃତ୍ୟୁ ପୂର୍ବର ୯୭ ସେକେଣ୍ଡ କଲ୍‌: ଶେଷ କଲ୍‌ ରେକର୍ଡ ଖୋଲିବ କି ରହସ୍ୟ ?
Published by:Soubhagya Mishra
First published: