News18 Odia Digital
Dreaming of death people: ଆପଣମାନେ ତ କେବେ ନା କେବେ ସ୍ବପ୍ନରେ ନିଜର ମୃତ୍ୟୁ ପରିଜନ, ବନ୍ଧୁ ସମ୍ପର୍କୀୟଙ୍କୁ ଦେଖିଥିବେ କିନ୍ତୁ କଣ ଆପଣମାନେ ଜାଣିଛନ୍ତି ସେମାନେ ଆମ ସ୍ବପ୍ନରେ କଣ ପାଇଁ ଆସନ୍ତି? ଆମ ହିନ୍ଦୁ ଧର୍ମରେ ପ୍ରତ୍ୟେକ ସ୍ୱପ୍ନର କିଛି ଅର୍ଥ ଥିବାର କୁହାଯାଇଛି ଯାହା ସ୍ବପ୍ନ ଶାସ୍ତ୍ର ନାମରେ ଜଣାଯାଏ।
ଯଦି ଆପଣ ଏହି ସ୍ବପ୍ନ ଦେଖୁଛନ୍ତି ତାହେଲେ ଆପଣ ଭୟ କରନ୍ତୁ ନାହିଁ। ହିନ୍ଦୁ ଧର୍ମରେ ସ୍ଵପ୍ନକୁ ନେଇ ଗୋଟେ ଶାସ୍ତ୍ର ଅଛି। ଯାହାକି ଆପଣଙ୍କର ସମସ୍ତ ପ୍ରଶ୍ନର ଉତ୍ତର ମିଳିଯିବ। ଆସନ୍ତୁ ଜାଣିବା ମୃତ ବ୍ୟକ୍ତିଙ୍କୁ ସ୍ଵପ୍ନରେ ଦେଖିଲେ କଣ ହୋଇଥାଏ।
ସ୍ବପ୍ନ ଶାସ୍ତ୍ର ଅନୁସାରେ ଯଦି କେହି ବ୍ୟକ୍ତି ରୋଗ ଗ୍ରସ୍ତ ହୋଇ ମରିଥାଏ ଓ ସିଏ ଆପଣଙ୍କୁ ସ୍ବପ୍ନରେ ପୁରା ସୁସ୍ଥ ଦେଖାଯାଏ ତେବେ ଏହାର ଅର୍ଥ ସେ ଆପଣଙ୍କ କହୁଛନ୍ତି ଯେ ତାଙ୍କର ଜନ୍ମ କୌଣସି ଏକ ଭଲ ସ୍ଥାନରେ ହୋଇ ଯାଇଛି ଆପଣ ତାଙ୍କ କଥା ଚିନ୍ତା ନକରି ଆଗକୁ ବଢ଼ନ୍ତୁ ଆଉ ନିଜକୁ କଷ୍ଟ ନଦିଅନ୍ତୁ।
ଦ୍ବିତୀୟରେ ଯଦି କୌଣସି ଭଲ ଲୋକର ଅକାଳରେ ମୃତ୍ୟୁ ହୋଇଯାଇଛି ଆପଣଙ୍କର ସ୍ଵପ୍ନରେ ରୋଗରେ ପଡ଼ିବାର ଦେଖୁଛନ୍ତି ତା ହେଲେ ଆପଣ ଜାଣିବେ ମରିଥିବା ବ୍ୟକ୍ତି ଆପଣଙ୍କୁ କିଛି କହିବାକୁ ଚାହୁଁଛନ୍ତି। ଯାହାକି ଅକାଳରେ ମରିବା ପୂର୍ବରୁ କିଛି ଇଚ୍ଛା ଥିଲା ଯାହାକି ସେ ପୂର୍ଣ୍ଣ କରିବାକୁ ଚାହୁଁଥିଲେ।
ଯଦି ଆପଣ ଏହି ଇଚ୍ଛା ବିଷୟରେ ଜାଣିଛନ୍ତି ତାହେଲେ ତାହାକୁ ପୂରଣ କରି ଦିଅନ୍ତୁ। ତୃତୀୟରେ ଯଦି କୌଣସି ବ୍ୟକ୍ତିର ସ୍ଵପ୍ନରେ ଜୀବିତ ଲୋକ ମୃତ୍ୟୁବରଣ କରୁଥିବାର ଦେଖୁଛନ୍ତି ତା ହେଲେ ଆପଣ ଜାଣନ୍ତୁ ସେହି ବ୍ୟକ୍ତିର ଆୟୁ ଅଧିକ ଦିନ ହୋଇଗଲା।
ଚତୁର୍ଥରେ ଯଦି ଆପଣଙ୍କ ସ୍ଵପ୍ନରେ କୌଣସି ମୃତ୍ୟୁ ବ୍ୟକ୍ତି ଆସିଲେ କିଛି କହିଲେ ନାହିଁ ତାହେଲେ ଆପଣ ଜାଣନ୍ତୁ ଆପଣଙ୍କର ଜୀବନରେ କିଛି ଆପଣ ଖରାପ କାର୍ଯ୍ୟ କରିବାକୁ ଯାଉଛନ୍ତି। ଯଦି ଆପଣ ମୃତ୍ୟୁ ବ୍ୟକ୍ତି ସ୍ଵପ୍ନରେ ଆଶୀର୍ବାଦ ଦେଉଥିବାର ଦେଖିଲେ ତା ହେଲେ ଆପଣ ଜାଣିବେ ଆପଣଙ୍କର ସୁଖର ସମୟ ଆସିଗଲା। ଯଦି ଆପଣଙ୍କର ସ୍ଵପ୍ନରେ ମୃତ୍ୟ ବ୍ୟକ୍ତି ଉଦାସ ହେବାର ଦେଖିବେ ତା ହେଲେ ଆପଣ କିଛି କାର୍ଯ୍ୟ କରିବାକୁ ଥିଲେ ସଙ୍ଗେ ସଙ୍ଗେ ସେହି କାର୍ଯ୍ୟକୁ ବନ୍ଦ କରି ଦିଅନ୍ତୁ। କାରଣ ଏହା କଲେ ଆପଣଙ୍କର ଅଶୁଭ ହେବ।
ଯଦି ଆମେ ସେହି ସଙ୍କେତକୁ ଜାଣି ପାରିବାନି ତା ହେଲେ ଆମେ ବହୁତ ବଡ଼ ଭୁଲ କାର୍ଯ୍ୟ କରିବା। ଯଦି କିଛି ମୃତ ବ୍ୟକ୍ତି ସ୍ଵପ୍ନରେ ଆସି କିଛି ବସ୍ତୁ କଥା କହୁଛନ୍ତି ଯେମିତିକି ଆମକୁ ସ୍ଵପ୍ନରେ ଏକ ବ୍ୟକ୍ତିର ଶରୀରରେ ପୋଷାକ ନ ଥିବା, ଗୋଡରେ ଜୋତା ନଥିବ, କିମ୍ବା ସେ ଭୋକିଲା ହେଇଥିବା ତା ହେଲେ ଆପଣ ଜାଣିବେ ଯାହା ଆପଣ ସ୍ଵପ୍ନରେ ଦେଖିଲେ ସେହି ମୃତ ବ୍ୟକ୍ତି ସେହି ବସ୍ତୁ ମାଗୁଛି। ତା ହେଲେ ଆପଣ ସେହି ବସ୍ତୁକୁ ତାଙ୍କର ନାମ ନେଇ ମନ୍ଦିର ଯାଇ ଗରିବ ଲୋକଙ୍କୁ ଦାନ କରି ଦେବେ। ଏହା କରିବା ଦ୍ଵାରା ସେହି ବ୍ୟକ୍ତିଙ୍କ ଇଚ୍ଛା ପୂର୍ଣ୍ଣ ହେବ ଓ ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହେଇଯିବ।
ସ୍ବପ୍ନ ଶାସ୍ତ୍ର ଅନୁସାରେ ଯଦି କୌଣସି ମୃତ ପରିଜନ ଆପଣଙ୍କୁ ଦୂର ଆକାଶରେ ଦେଖାଯାଏ ତେବେ ଏହାର ଅର୍ଥ ତାଙ୍କୁ ମୋକ୍ଷ ପ୍ରାପ୍ତ ହୋଇ ଯାଇଛି ଆଉ ସେ ଆପଣଙ୍କୁ ଆଶୀର୍ବାଦ ଦେଉଛନ୍ତି। ଯଦି କେହି ମୃତ ବ୍ୟକ୍ତି ଆପଣଙ୍କୁ ସ୍ବପ୍ନରେ ନିଜ ଘରେ କିମ୍ବା ଘର ଆଖପାଖରେ ଦେଖା ଯାଆନ୍ତି ଏହାର ଅର୍ଥ ସେ ନିଜର ଘର ଓ ପରିବାର ସଦସ୍ୟ ପ୍ରତି ମୋହମାୟା ଛାଡ଼ି ପାରିନାହାଁନ୍ତି। ଯଦି ଏମିତି ସ୍ବପ୍ନ ଆସେ ତେବେ ପ୍ରତିଦିନ ଆପଣ ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ ଆଉ ଅମାବାସ୍ୟାରେ ଆପଣଙ୍କ ପିତୃପୁରୁଷଙ୍କୁ ଭୋଗ ଲଗାନ୍ତୁ ଏହାଦ୍ବାରା ଆପଣଙ୍କ ପିତୃପୁରୁଷ ପ୍ରସନ୍ନ ହେବେ।
ପଢ଼ନ୍ତୁ ଏହି ଖବର: ୧୪୦ ଦିନ ଯାଏ ବକ୍ରୀ ରହିବେ ଶନି ଦେବ; ଏହି ୫ଟି ରାଶିଙ୍କର ବଦଳିଯିବ ଭାଗ୍ୟଯଦି ଆପଣଙ୍କୁ ସ୍ବପ୍ନରେ ଶବ ଯାତ୍ରା ଦେଖାଯାଏ ତେବେ ଏହା କୌଣସି ଅଶୁଭ ସଙ୍କେତ ନୁହେଁ ଏହାର ଅର୍ଥ ଆପଣଙ୍କ ଇଚ୍ଛା ଜଲଦି ପୂର୍ଣ୍ଣ ହେବାକୁ ଯାଉଛି। ଏହାଛଡ଼ା ଯଦି କୌଣସି ବ୍ୟକ୍ତି ସ୍ବପ୍ନରେ କ୍ରୋଧିତ ଦେଖାଯାଏ ଏହାର ଅର୍ଥ ସେ ଆପଣଙ୍କୁ କିଛି ମାଗିବାକୁ ଚାହୁଁଛନ୍ତି। ମୃତ ବ୍ୟକ୍ତି ସ୍ବପ୍ନରେ ଏଥିପାଇଁ ଦେଖା ଯାଆନ୍ତି କାରଣ ତାଙ୍କର ଆତ୍ମା ଜୀବନ ଆଉ ମୃତ୍ୟୁର ଚକ୍ରରୁ ବାହାରି ପାରି ନଥାଏ ଯଦି କେହି ମୃତ ବ୍ୟକ୍ତି ସ୍ବପ୍ନରେ ଖୁସୀ ଦେଖା ଯାଆନ୍ତି ଏହାର ଅର୍ଥ ଆପଣଙ୍କର ସମସ୍ତ ଇଚ୍ଛା ଜଲଦି ପୂରଣ ହେବାକୁ ଯାଉଛି ଆଉ ଯଦି ମୃତ ବ୍ୟକ୍ତି କାନ୍ଦୁ ଥିବାର ଦେଖାଯାଏ ଏହାର ଅର୍ଥ ମଧ୍ୟ ଶୁଭ ସଙ୍କେତ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।