ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା; ନଗ୍ନ ଅବସ୍ଥାରେ କ୍ଷେତରୁ ଉଦ୍ଧାର ହେଲା ଶବ
- News18 Odia
- Last Updated :
- Araria, India
News 18 Odia Digital
ଅରରିଆ : ବିହାରରେ ଜଣେ ନାବାଳିକା ସହ ଦୁଷ୍କର୍ମ କରାଯିବା ପରେ ହତ୍ୟା କରାଯାଇଥିଲା । ଏହି ଘଟଣା ଅରରିଆ ଜିଲ୍ଲାର ରାନିଗଞ୍ଜ ପୋଲିସ ଷ୍ଟେସନ ଅଧୀନରେ ଥିବା ନାରାୟଣପୁରରୁ ଆସିଛି, ଯେଉଁଠାରେ ରବିବାର ରାତିରେ ଜିଆଟିଆ ମେଳାରୁ ଜଣେ ନଅ ବର୍ଷର ବାଳିକା ନିଖୋଜ ହୋଇଯାଇଥିଲା । ସୋମବାର ତାର ମୃତଦେହ ଘର ପାଖରେ ଥିବା କ୍ଷେତରୁ ଉଲଗ୍ନ ଅବସ୍ଥାରେ ଦେଖିବାକୁ ମିଳିଥିଲା ।
ପ୍ରାଥମିକତାରୁ ଏହି ମାମଲା ବଳାତ୍କାର ଓ ହତ୍ୟା ଭଳି ମନେ କରାଯାଉଛି । ପୀଡିତା ଝିଅର ସମ୍ପର୍କୀୟମାନେ କହିଛନ୍ତି ଯେ ଗଣ- ଦୁଷ୍କର୍ମ ଘଟଣା ଝିଅ ସହିତ ହୋଇଛି ଓ ଏହା ପରେ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ ପାଇଁ ପହଞ୍ଚିଥିଲା । ଏହି ମାମଲାରେ ଅରାରିଆ ଏସଡିପିଓ ପୁଷ୍କର କୁମାର କହିଛନ୍ତି ଯେ ଝିଅକୁ ହତ୍ୟା କରାଯାଇଛି ଓ ଘଟଣାର ତଦନ୍ତ ପାଇଁ ଏକ ମେଡିକାଲ ଟିମ୍ ଗଠନ କରାଯାଉଛି । ଏହି ବଡ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।