Apple iPhone 14 Launch Date ହେଲା ଘୋଷଣା; ଏହି ଦିନ ଲଞ୍ଚ ହେବ ନୂଆ ଆଇଫୋନ

ଚର୍ଚ୍ଚାରେ ଥିବା i Phone 14 Pro ଡମି ମଡେଲ୍ ଟିପଷ୍ଟର୍ ଆଇସ୍ ୟୁନିଭର୍ସ ଦ୍ୱାରା ଲିକ୍ ହୋଇଥିଲା । ଫୋନରେ ସେଲଫି କ୍ୟାମେରା ପାଇଁ ଡିସପ୍ଲେରେ ଏକ ପିଲ୍ ସାଇଜ୍ ହୋଲ୍- ପଞ୍ଚ ସ୍ଲଟ୍ ରହିଛି । ଏହା ବ୍ୟତୀତ ସ୍ମାର୍ଟଫୋନରେ ନୌରୋ ୱେଜେଲ୍ସ ଦିଆଯାଇଛି ।

  • Share this:
News 18 Odia Digital

ନୂଆଦିଲ୍ଲୀ; ସେପ୍ଟେମ୍ବର ୭ ରେ ଆପଲର ସ୍ୱତନ୍ତ୍ର ଲଞ୍ଚ ଇଭେଣ୍ଟରେ iPhone 14 ସିରିଜ୍ ଲାଇନ୍ଅପ୍ ଉନ୍ମୋଚିତ ହେବ ବୋଲି ଆଶା କରାଯାଉଛି । ଯଦିଓ କ୍ୟୁପର୍ଟିନୋ କମ୍ପାନୀ ଏହି ସ୍ମାର୍ଟଫୋନର ପ୍ରଥମ ଲୁକକୁ ଆନୁଷ୍ଠାନିକ ଭାବେ ପ୍ରକାଶ କରିନାହିଁ । ଏହି ସମୟରେ, iPhone 14 Pro ଓ iPhone 14 Pro Maxର ଡମି ମଡେଲ ଲଞ୍ଚ ହେବାର କିଛି ସପ୍ତାହ ପୂର୍ବରୁ ଲିକ୍ ହୋଇଛି ।

ଚର୍ଚ୍ଚାରେ ଥିବା iPhone 14 Pro ଡମି ମଡେଲ୍ ଟିପଷ୍ଟର୍ ଆଇସ୍ ୟୁନିଭର୍ସ ଦ୍ୱାରା ଲିକ୍ ହୋଇଥିଲା । ଫୋନରେ ସେଲଫି କ୍ୟାମେରା ପାଇଁ ଡିସପ୍ଲେରେ ଏକ ପିଲ୍ ସାଇଜ୍ ହୋଲ୍- ପଞ୍ଚ ସ୍ଲଟ୍ ରହିଛି । ଏହା ବ୍ୟତୀତ ସ୍ମାର୍ଟଫୋନରେ ନୌରୋ ୱେଜେଲ୍ସ ଦିଆଯାଇଛି । ନିକଟରେ ଫୋନ୍ ବିଷୟରେ ଗୁଜବରେ ଏହା ମଧ୍ୟ କୁହାଯାଇଥିଲା ଯେ ପ୍ରୋ ମଡେଲରେ ପିଲ୍ ସାଇଜର କଟ୍ଆଉଟ୍ ହୋଇପାରେ ।

ସେହିଭଳି ଟିପଷ୍ଟର ଯୋଗେଶ ବରାର ଅନେକ iPhone 14 Pro Max ଡମି ମଡେଲ ସହିତ ଏକ ଫଟୋ ଟ୍ୱିଟ କରିଛନ୍ତି । ଏହି କୁହାଯାଉଥିବା ଡମି ମଡେଲଗୁଡିକ ସୁନା, ଗ୍ରାଫାଇଟ୍ ଏବଂ ସିଲଭର ରଙ୍ଗର ଉପଲବ୍ଧ ହେବ । ପ୍ରୋ ଲାଇନ୍ଅପ୍ ପାଇଁ ଦୁଇଟି ନୂତନ ରଙ୍ଗର ମଧ୍ୟ ରହିଛି । ଚର୍ଚ୍ଚାରେ ଥିବା ଦୁଇଟି ନୂତନ ରଙ୍ଗ ଡିପ ଶେଡ୍ ବ୍ଲୁ ଏବଂ ବାଇଗଣୀ ପରି ଦେଖାଯାଉଛି ।

ଫୋନର ରଙ୍ଗ ପରିବର୍ତ୍ତନ କରାଯାଇପାରେ

ନିକଟରେ ହୋଇଥିବା ଏକ ରିପୋର୍ଟରେ କୁହାଯାଇଛି ଯେ iPhone 14 Pro ଓ iPhone 14 Pro Max ସିଏରା ବ୍ଲୁ ରଙ୍ଗ ଭାରିଆଣ୍ଟକୁ ବାଇଗଣୀ ମଡେଲ ସହିତ ବଦଳାଇପାରେ । ବର୍ତ୍ତମାନ ଯଦି ଏହି ଡମି ମଡେଲଗୁଡିକ ବିଶ୍ୱାସ କରାଯାଏ, ତେବେ ଏପରି ଲାଗୁଛି ଯେମିତି ଗ୍ରୀନ କଲରକୁ ମଧ୍ୟ ବ୍ଲୁ କଲର ରେ ରିପ୍ଲେସ କରାଯାଇଛି । ତେବେ ଲଞ୍ଚ ପୂର୍ବରୁ ଆଗାମୀ ମଡେଲଗୁଡିକ ବିଷୟରେ ଅନେକ ଗୁଜବ ଏବଂ କଳ୍ପନାଜଳ୍ପନା କରାଯାଉଛି ।
Published by:Soubhagya Mishra
First published: