News 18 Odia Digital
ରାଜସ୍ଥାନ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶନିବାର ଦିନ ରାଜପୁତ ଜେନେରାଲ ୩୮୫ ତମ ଜନ୍ମ ବାର୍ଷିକ ରେ ଯୋଦ୍ଧପୁର ସାଲୱକାଲାନ ଗାଁରେ ରାଠୋରଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରି କହିଛନ୍ତି ଯେ ରାଠୋର ସର୍ବଦା ଧାର୍ମିକ ସମନ୍ୱୟ ପାଇଁ ଛିଡା ହୋଇଥିଲେ । ଏଭଳି ବରପୁତ୍ରମାନଙ୍କଠାରୁ ଆମେ ପ୍ରେରଣା ପାଇଥାଉ । ଭାରତ ଚୀନ୍କୁ ନିଜ ଅଞ୍ଚଳରେ ପ୍ରବେଶ କରିବାକୁ ଦେଇ ନାହିଁ ଓ ଦେଶର ସୁରକ୍ଷା ଉପରେ ରାଜନୈତିକ ଦଳମାନେ ରାଜନୀତିକରଣ କରିବା ଉଚିତ୍ ନୁହେଁ। ଭାରତର ଲୋକଙ୍କ ସୁରକ୍ଷାକୁ ସରକାର ସର୍ବାଧିକ ପ୍ରାଧାନ୍ୟ ଦେଇଛନ୍ତି ବୋଲି କହିଛନ୍ତି ରାଜନାଥ । ଆଉ ଯିଏ ଦେଶର ଶାନ୍ତିକୁ ଭଣ୍ଡୁର କରିବାକୁ ଚେଷ୍ଟା କରିବ ତାଙ୍କୁ ଉଚିତ୍ ଜବାବ ଦିଆଯିବ।
ସେ କହିଛନ୍ତି, 'ଏହାରି ଭିତରେ ଅନେକ ଘଟଣା ଘଟିଛି, ଯାହା କେବଳ ଦୁଇ-ତିନି ଜଣ ଏହି ବିଷୟରେ ଅବଗତ ଅଛୁ। ମୁଁ ସେହି ବିଷୟରେ କହିବାକୁ ଚାହୁଁନି। ସେନା ବାହିନୀ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ପ୍ରଯୁକ୍ତିବିଦ୍ୟା ଯୋଗାଇ ଦିଆଯାଉଛି ଏବଂ ଭବିଷ୍ୟତର ସମସ୍ତ ବିପଦକୁ ସାମ୍ନ କରିବା ପାଇଁ ପ୍ରସ୍ତୁତ ଅଛି।
ଦଶ ବର୍ଷ ଭିତରେ ଭାରତ ପ୍ରତିରକ୍ଷା ଉପକରଣ ରପ୍ତାନି କରିବପ୍ରତିରକ୍ଷା ଉତ୍ପାଦନରେ ଆତ୍ମନିର୍ଭରଶୀଳତା ହାସଲ କରିବାର ଗୁରୁତ୍ୱକୁ ଦର୍ଶାଇ ସେ କହିଛନ୍ତି ଯେ ତାଙ୍କ ମନ୍ତ୍ରଣାଳୟ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ଉତ୍ପାଦନ ପାଇଁ ଅନେକ ସଂସ୍କାର ଆଣିଛି। ସିଂ କହିଛନ୍ତି, “ଗତ କିଛି ବର୍ଷ ମଧ୍ୟରେ ସରକାର ନେଇଥିବା ପଦକ୍ଷେପ ଯୋଗୁଁ ଭାରତ ବିଶ୍ୱର ୨୫ ଟି ପ୍ରତିରକ୍ଷା ରପ୍ତାନିକାରୀଙ୍କ ମଧ୍ୟରେ ସ୍ଥାନ ପାଇଛି। ଦଶ ବର୍ଷ ଭିତରେ ଭାରତ କେବଳ ନିଜ ପାଇଁ ପ୍ରତିରକ୍ଷା ଉପକରଣ ତିଆରି କରିବ ନାହିଁ, ବରଂ ପଡେଶୀ ଦେଶକୁ ମଧ୍ୟ ପ୍ରତିରକ୍ଷା ଉପକରଣ ରପ୍ତାନି କରିବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।