ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ଅନୁଷ୍କା ଶର୍ମା-ସାକ୍ଷୀ ଧୋନି ସ୍କୁଲ ସମୟର ସହପାଠୀ ଥିଲେ; ଥ୍ରୋବ୍ୟାକ୍ ଫଟୋ ଭାଇରାଲ ହେଲା

ଅନୁଷ୍କା ଶର୍ମା-ସାକ୍ଷୀ ଧୋନି ସ୍କୁଲ ସମୟର ସହପାଠୀ ଥିଲେ; ଥ୍ରୋବ୍ୟାକ୍ ଫଟୋ ଭାଇରାଲ ହେଲା

ଅନୁଷ୍କା ଶର୍ମା (Anushka Sharma) ଓ ସାକ୍ଷୀ ଧୋନିଙ୍କ (Sakshi Dhoni) କିଛି ଫଟୋ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଏଥିମଧ୍ୟରୁ କିଛି ଫଟୋ ତାଙ୍କ ସ୍କୁଲ ଦିନର ମଧ୍ୟ ରହଛି । ଉଭୟ ସ୍କୁଲ ଦିନର ଫଟୋ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଫଟୋ ଗୁଡ଼ିକରେ ଉଭୟ ସାକ୍ଷୀ ଓ ଅନୁଷ୍କା ସାଙ୍ଗମାନଙ୍କ ସହିତ ହେଙ୍ଗ ଆଉଟ କରୁଥିବାର ନଜର ଆସୁଛନ୍ତି ।

ଅନୁଷ୍କା ଶର୍ମା-ସାକ୍ଷୀ ଧୋନି ସ୍କୁଲ ସମୟର ସହପାଠୀ ଥିଲେ; ଥ୍ରୋବ୍ୟାକ୍ ଫଟୋ ଭାଇରାଲ ହେଲା
ଅନୁଷ୍କା ଶର୍ମା-ସାକ୍ଷୀ ଧୋନି ସ୍କୁଲ ସମୟର ସହପାଠୀ ଥିଲେ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କ (Virat Kohli) ପତ୍ନୀ ଅନୁଷ୍କା ଶର୍ମା (Anushka Sharma) ଓ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ (Mahendra Singh Dhoni) ପତ୍ନୀ ସାକ୍ଷୀ ଧୋନିଙ୍କ (Sakshi Dhoni) ମଧ୍ୟରେ ବହୁତ ଭଲ ସମ୍ପର୍କ । କିନ୍ତୁ ଅନେକେ ଜାଣନ୍ତି ନାହିଁ ଯେ ଏମାନେ ସ୍କୁଲ ସମୟରେ ସହପାଠୀ ଥିଲେ । ଅର୍ଥାତ ଉଭୟଙ୍କ ମଧ୍ୟରେ କ୍ରିକେଟର ସ୍ୱାମୀ ହେବା ବ୍ୟତୀତ ଆଉ ଏକ ସାଧାରଣ କଥା ଅଛି ଓ ତାହା ହେଉଛି ଉଭୟଙ୍କ ସ୍କୁଲ । ଅନୁଷ୍କା ଶର୍ମା ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପତ୍ନୀ ହୋଇଥିବାବେଳେ ସାକ୍ଷୀ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ବିବାହ କରିଛନ୍ତି ।

ବର୍ତ୍ତମାନ ଅନୁଷ୍କା ଶର୍ମା (Anushka Sharma) ଓ ସାକ୍ଷୀ ଧୋନିଙ୍କ (Sakshi Dhoni) କିଛି ଫଟୋ ସୋସିଆଲ ମିଡିଆରେ ଭାଇରଲ ହେଉଛି । ସେଥିମଧ୍ୟରୁ କିଛି ଫଟୋ ସ୍କୁଲ ଦିନର ମଧ୍ୟ ରହଛି । ଉଭୟ ସ୍କୁଲ ଦିନର ଫଟୋ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଫଟୋ ଗୁଡ଼ିକରେ ଉଭୟ ସାକ୍ଷୀ ଓ ଅନୁଷ୍କା ସାଙ୍ଗମାନଙ୍କ ସହିତ ହେଙ୍ଗ ଆଉଟ କରୁଥିବାର ନଜର ଆସୁଛନ୍ତି । ଏଥି ସହିତ ତାଙ୍କ ପିଲାଦିନର ଏକ ଫଟୋରେ ସାକ୍ଷୀ ଗୋଟିଏ ମେହେନ୍ଦୀ ଓ ଅନୁଷ୍କା ଗୋଲାପୀ ରଙ୍ଗର ଲେହେଙ୍ଗା ପିନ୍ଧିଥିବାର ଦେଖିବାକୁ ମିଳୁଛି । ଅନ୍ୟ ଏକ ଫଟୋରେ ଅନୁଷ୍କା ଓ ସାକ୍ଷୀ ଅନ୍ୟ ସହପାଠୀ ଓ ଶିକ୍ଷକମାନଙ୍କ ସହିତ ବସିଥିବାର ନଜର ଆସିଛନ୍ତି ।



ଅନୁଷ୍କା ଶର୍ମାଙ୍କ ପିତା କର୍ଣ୍ଣେଲ (ଅବସରପ୍ରାପ୍ତ) ଅଜୟ କୁମାର ଶର୍ମା ଭାରତୀୟ ସେନାରେ ଥିଲେ । ଚାକିରି ଯୋଗୁଁ ଅନୁଷ୍କା ଶର୍ମାଙ୍କ ପିତାଙ୍କୁ ଦେଶର ବିଭିନ୍ନ ସ୍ଥାନରେ କାମ କରିବାକୁ ପଡୁଥିଲା । ସେହି ସମୟରେ ଅନୁଷ୍କା ବହୁତ ଛୋଟ ଥିଲେ । ଯେତେବେଳେ ଅନୁଷ୍କା ଶର୍ମାଙ୍କ ପିତାଙ୍କ ପୋଷ୍ଟିଂ ଆସାମରେ ଥିଲା ସେହିସମୟରେ ଅନୁଷ୍କା ସେଣ୍ଟ ମେରି ସ୍କୁଲ ମାର୍ଗେରିଟାରେ ଅଧ୍ୟୟନ କରୁଥିଲେ । ଯେଉଁଠାରେ ସାକ୍ଷୀ ଧୋନି ମଧ୍ୟ ଅଧ୍ୟୟନ କରୁଥିଲେ ।



ଏହାପୂର୍ବରୁ ଅନୁଷ୍କା ଶର୍ମା ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି ଯେ ସେ ଓ ସାକ୍ଷୀ ଧୋନି ସହପାଠୀ ଅଟନ୍ତି । ସେ ନିଜ ସାକ୍ଷାତକାରରେ କହିଛନ୍ତି- 'ସାକ୍ଷୀ ଓ ମୁଁ ଆସାମର ଏକ ଛୋଟ ସହରରେ ଏକାଠି ରହୁଥିଲୁ । ଯେତେବେଳେ ସେ ମୋତେ କହିଲା ସେ କେଉଁଠାରେ ରୁହନ୍ତି, ମୁଁ କହିଲି ୱୋ, ମୁଁ ମଧ୍ୟ ଏଠାରେ ରହି ଆସିଛି । ସେ କହିଥିଲେ ଯେ ମୁଁ ଏହି ବିଦ୍ୟାଳୟକୁ ଯାଇଥିଲି, ମୁଁ କହିଥିଲି ଯେ ମୁଁ ମଧ୍ୟ ଏହି ବିଦ୍ୟାଳୟକୁ ଯାଇଥିଲି ।"
Published by: Jagdish Barik
First published: May 15, 2021, 11:40 AM IST