ଅନୁପମ ଖେର୍‌ଙ୍କ ପତ୍ନୀ କିରଣଙ୍କୁ କ୍ୟାନସର୍; ଅପଡେଟ୍ ଦେଇ ଅନୁପମ କହିଲେ; ‘‘କଠିନ ଚିକିତ୍ସା, କିନ୍ତୁ…’’

ଅଭିନେତ୍ରୀରୁ ରାଜନେତା ହୋଇଥିବା କିରଣ ଖେର୍ ମୁମ୍ବାଇର ଏକ ଡାକ୍ତରଖାନାରେ ରକ୍ତ କର୍କଟ ରୋଗ ସହ ସଙ୍ଘର୍ଷ କରୁଛନ୍ତି । ଅନୁପମ ଖେର୍ କହିଛନ୍ତି ଯେ କିରଣଙ୍କ ପାଇଁ ଲକଡାଉନର ଏହି ସମୟ ବହୁତ କଷ୍ଟସାଧ୍ୟ ।

ପତ୍ନୀ କିରଣଙ୍କ ସହ ଅନୁପମ ଖେର

ପତ୍ନୀ କିରଣଙ୍କ ସହ ଅନୁପମ ଖେର

  • Share this:
News18 Odia Digital

ମୁମ୍ବାଇ: ବଲିଉଡ ଅଭିନେତା ଅନୁପମ ଖେର୍‌ (Anupam Kher) ନିଜ ପତ୍ନୀ କିରଣ ଖେରଙ୍କ (Kirron Kher) ଯତ୍ନ ନେଉଛନ୍ତି । ଯେବେଠୁ କିରଣ ଖେରଙ୍କୁ ରକ୍ତ କର୍କଟ ରୋଗ ହୋଇଥିବା ଜଣାପଡ଼ିଲାଣି (Kirron Kher blood cancer), ଅନୁପମ ପ୍ରାୟତଃ ନିଜ ପ୍ରଶଂସକମାନଙ୍କ ନିକଟରେ କିରଣଙ୍କ ସ୍ୱାସ୍ଥ୍ୟ ବିଷୟରେ ଅପଡେଟ୍‌ ଦେଉଛନ୍ତି ।

ଅନୁପମ ପୁଣି ଥରେ କିରଣ ଖେରଙ୍କ ସ୍ୱାସ୍ଥ୍ୟ ଅପଡେଟ୍ ଶେୟାର୍‌ କରିଛନ୍ତି । ସେ କହିଛନ୍ତି ଯେ କର୍କଟ ରୋଗ (cancer) ସହ ଲଡୁଥିବା କିରଣ ଖେରଙ୍କ ପାଇଁ ଏହି ସମୟ ବହୁତ କଷ୍ଟସାଧ୍ୟ, କିନ୍ତୁ ତାଙ୍କ ଅବସ୍ଥା ଧୀରେ ଧୀରେ ସୁଧୁରୁଛି । ବାସ୍ତବରେ ଅଭିନେତ୍ରୀରୁ ରାଜନେତା ହୋଇଥିବା କିରଣ ଖେର୍‌ ଗତ ବର୍ଷ ଠାରୁ ମଲ୍ଟିପଲ୍‌ ମାଇଲୋମା (multiple myloma), ଯାହା ଏକ ପ୍ରକାର ରକ୍ତ କର୍କଟ ରୋଗ, ତାହା ସହ ସଙ୍ଘର୍ଷ କରିଆସୁଛନ୍ତି ।

ଏହା ବି ପଢ଼ନ୍ତୁ | ମାଡ଼ି ଆସୁଛି ବାତ୍ୟା ‘ୟାସ୍‌’; ବାଲେଶ୍ବର ପାଖାପାଖି ଲ୍ୟାଣ୍ଡଫଲ୍‌ କରିବା ସମ୍ଭାବନା; CM ଓ ଶାହ କଥା ହେଲେ

ଏବେ ଚଣ୍ଡିଗଡ଼ରୁ ବି.ଜେ.ପି. ଏମ୍‌.ପି. ଥିବା କିରଣ ଖେର୍‌ ଗତ କିଛି ଦିନ ଧରି ମୁମ୍ବାଇର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେଠାରେ ସେ କେମୋଥେରାପି ସେସନ୍‌ ନେଉଛନ୍ତି । ନିଜ ପତ୍ନୀଙ୍କ ସ୍ୱାସ୍ଥ୍ୟ ଉପରେ ଏକ ଅଗ୍ରଣୀ ଖବରକାଗଜ ସହ କଥାବାର୍ତ୍ତା କରି ଅନୁପମ ଖେର୍‌ କହିଛନ୍ତି, ‘‘କିରଣଙ୍କ ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ହେଉଛି । କିନ୍ତୁ ଏହା ଏକ ଅତି କଷ୍ଟକର ଚିକିତ୍ସା ।ସେ ପ୍ରାୟତଃ କହୁଛନ୍ତି ଯେ ଲକଡାଉନ୍ ଓ କରୋନା ଜୀବନରେ ବହୁତ କଷ୍ଟ ଆଣିଦେଇଛି ।କର୍କଟ ଚିକିତ୍ସା କରାଉଥିବା ରୋଗୀମାନଙ୍କୁ ସର୍ବଦା ନିଜ ମନକୁ ବହଲାଇ ରଖିବାକୁ ପଡ଼େ । ନିଜକୁ ଖୁସିରେ ରଖିବାକୁ ହୁଏ । ଏହା ଦ୍ୱାରା ସେମାନଙ୍କର ଚାପ ଦୂର ହୋଇଥାଏ ।କିନ୍ତୁ କିରଣ ନିଜ ସାଙ୍ଗମାନଙ୍କୁ ଭେଟି ପାରୁନାହାନ୍ତି କି ବାହାରକୁ ବି ଯାଇପାରୁନାହାନ୍ତି ।’’

ଏହା ବି ପଢ଼ନ୍ତୁ | , , … : ଆଗ ବାପା ଚାଲିଗଲେ କରୋନା ସଂକ୍ରମଣରେ; ତାପରେ ସାନ ପୁଅ, ତାପରେ ବଡ଼ ପୁଅ

‘‘କିରଣ ପ୍ରାୟତଃ ସକାରାତ୍ମକ ମୁଡରେ ରହିବାକୁ ଚେଷ୍ଟା କରନ୍ତି ।କିନ୍ତୁ ବେଳେବେଳେ କେମୋଥେରାପି ଅନେକ ଉପାୟରେ ତାଙ୍କ ଉପରେ ପ୍ରଭାବ ପକାଉଛି । ଆମେ ସମସ୍ତେ ତାଙ୍କ ପାଇଁ ଆମର ସର୍ବୋତ୍ତମ ଦେବାକୁ ଚେଷ୍ଟା କରୁଛୁ ।ଭଲ କଥା ହେଉଛି ଯେ ତାଙ୍କ ସ୍ୱାସ୍ଥ୍ୟ ବର୍ତ୍ତମାନ ଭଲ ହୋଇଯାଉଛି । ଡାକ୍ତରମାନେ ମଧ୍ୟ ସେମାନଙ୍କର କାର୍ଯ୍ୟ କରୁଛନ୍ତି। କିନ୍ତୁ ଏପରି କଠିନ ଚିକିତ୍ସା ପାଇଁ ନିଜ ମାନସିକ ସ୍ଥିତିକୁ ଦୃଢ଼ ରଖିବାକୁ ପଡିବ ।ଏହାକୁ ସଫଳ କରିବା ପାଇଁ କିରଣ ସବୁ କିଛି କରୁଛନ୍ତି,’’ କହିଛନ୍ତି ଅନୁପମ ।

ଏହା ବି ପଢ଼ନ୍ତୁ | ଜାଣନ୍ତୁ ଓଡ଼ିଶାରେ ଘରକୁ ଘର ବୁଲି ଟିକାକରଣ ଡ୍ରାଇଭ୍-ଇନ୍ ଟିକାକରଣ ବନ୍ଦ ହେବାର କାରଣ

ଆମେରିକାର ଟେଲିଭିଜନ୍‌ ଶୋ’ ‘ନ୍ୟୁ ଆମଷ୍ଟରଡାମ୍’ (New Amsterdam) ଛାଡି଼ ଅନୁପମ୍‌ ଭାରତରେ କିରଣଙ୍କ ପାଖରେ ରହିବାକୁ ଫେରିଆସିଛନ୍ତି । ଅନୁପମଙ୍କ ଘନିଷ୍ଠ ବନ୍ଧୁ ତଥା ପ୍ରଖ୍ୟାତ ହଲିଉଡ୍‌ ଅଭିନେତା ରବର୍ଟ ଡି ନିରୋ (Robert De Nero) କିରଙ୍କ ରୋଗ ବିଷୟରେ ଜାଣିବା ସମୟରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝୁଛନ୍ତି ବୋଲି ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | ଥର ଲକ୍ଡାଉନ୍ରେ ବିବାହ ବ୍ରତ ସମାରୋହରେ ଭୋଜିଭାତ ମନା; ପ୍ୟାକେଟରେ ଦେଇପାରିବେ ଖାଦ୍ୟ

“ଯେତେବେଳେ ରବର୍ଟ କିରଣଙ୍କ ରୋଗ ବିଷୟରେ ଜାଣିଲେ ସେ ମୋତେ ମେସେଜ୍‌ କରିଥିଲେ । ମୋ’ର ଜନ୍ମ ଦିନରେ ମୋତେ ୱିଶ୍‌ କରିବା ପାଇଁ ସେ ମୋତେ ଏକ ଭିଡିଓ ବି ପଠାଇଥିଲେ । ସେ କିରଣଙ୍କ ସ୍ୱାସ୍ଥ୍ୟ ବିଷୟରେ ମଝିରେ ମଝିରେ ପଚାରି ବୁଝିଥା’ନ୍ତି। ରୋଜର୍‌ ଫେଡେରରଙ୍କ ସହ ତାଙ୍କର ଏକ ବିଜ୍ଞାପନ ଦେଖିବା ପରେ ମୁଁ ତାଙ୍କୁ ମେସେଜ୍ କରିଥିଲି । ତା’ର ଉତ୍ତରରେ ସେ ଜାଣିବାକୁ ଚାହିଁଥିଲେ ମୋ ପରିବାରର ଓ କିରଣଙ୍କ ସ୍ୱାସ୍ଥ୍ୟ ବିଷୟରେ,’’ କହିଛନ୍ତି ଅନୁପମ ଖେର୍‌ ।



ଏହା ପୂର୍ବରୁ ବି ଅନୁପମ ଖେର୍‌ କିରଣ ଖେରଙ୍କ ସ୍ୱାସ୍ଥ୍ୟ ଅବସ୍ଥାର ଅପଡେଟ୍‌ ଦେଇଛନ୍ତି । ସୋସିଆଲ ମିଡିଆ ଜରିଆରେ ସେ ନିଜ ପ୍ରଶଂସକମାନଙ୍କୁ କିରଣଙ୍କ ସ୍ୱାସ୍ଥ୍ୟ ବିଷୟରେ ପ୍ରାୟତଃ ଜଣାଇଥାନ୍ତି । ଏହା ପୂର୍ବରୁ ଅନୁପମ ସୋସିଆଲ ମିଡି଼ଆରେ ଏକ ଭିଡିଓ ଜାରି କରି କହିଥିଲେ ଯେ କିରଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଛି, କିନ୍ତୁ ମଲ୍ଟିପଲ୍‌ ମାଇଲୋମାର ଔଷଧର ଅନେକ ପାର୍ଶ୍ୱ ପ୍ରତିକ୍ରିୟା ରହିଛି ।
Published by:Anand S.T. Das
First published: