News18 Odia Digital
ମୁମ୍ବାଇ: ଟିଭି ଶୋ’ ‘କୌନ ବନେଗା କରୋଡ଼ପତି’ର (Kaun Banega Crorepati) ଏହି ସିଜିନକୁ ତୃତୀୟ କୋଟିପତି ମିଳିଯାଇଛନ୍ତି । ଶୋ’ର ନୂଆ ପ୍ରୋମୋ ବାହାରିଛି, ଯେଉଁଥିରେ ଦେଖାଯାଇଛି ଯେ ଅନୁପା ଦାସ ଏହି ଶୋ’ର ତୃତୀୟ କୋଟିପତି ହୋଇଛନ୍ତି । ସେ ଏକ କୋଟି ଟଙ୍କା ବାଲା ପ୍ରଶ୍ନର ସଠିକ୍ ଉତ୍ତର ଦେଇ କୋଟିପତି ହୋଇଛନ୍ତି । ଏହା ପରେ ବିଗ୍ ବି ଅମିତାଭ ବଚ୍ଚନ (Amitabh Bachchan) ଅନୁପାଙ୍କୁ ସାତ କୋଟି ଟଙ୍କାର ପ୍ରଶ୍ନ ପଚାରିଛନ୍ତି ।
କୋଟିପତି ହେବା ପରେ ଅନୁପା ଦାସ ଭାବପ୍ରବଣ ହୋଇଯାଇଥିଲେ । ସେ କହିଥିଲେ ଯେ ତାଙ୍କ ମା’ ଏବେ କର୍କଟ ରୋଗର (cancer) ତୃତୀୟ ପର୍ଯ୍ୟାୟ ସହ ସଂଗ୍ରାମ କରୁଛନ୍ତି । ଅନୁପା ଜିତିଥିବା ଟଙ୍କାରେ ନିଜ ମା’ଙ୍କ ଚିକିତ୍ସା କରାଇବେ ବୋଲି କହିଥିଲେ । ତାଙ୍କ କଥା ଶୁଣିବା ପରେ ବିଗ୍ ବି ଭାବପ୍ରବଣ ହୋଇଯାଇଥିଲେ ।
ଏହା ବି ପଢ଼ନ୍ତୁ | ଗଞ୍ଜାମରେ ମଧ୍ୟ ପ୍ରଦେଶ ବାସିନ୍ଦା ଗୁପଚୁପ୍ ବିକାଳିଙ୍କ ଉପରେ ଗୁଳି ମାଡ଼ ହେଲା; ଗୁରୁତର ଆହତବିଗ୍ ବି ଏହା ମଧ୍ୟ କହିଛନ୍ତି ଯେ ସେ ଏହି ସିଜନରେ ଅନୁପା ତୃତୀୟ ମହିଳା କୋଟିପତି । ଅନୁପାଙ୍କ ପୂର୍ବରୁ ନାଜିଆ ନସିମ ଓ ଆଇପିଏସ୍ ଅଧିକାରୀ ମୋହିତା ଶର୍ମା ବି ଏହି ଶୋ’ରେ କୋଟିପତି ହୋଇଛନ୍ତି ।
ଏହି ଶୋ’ରେ ବିଗ୍ ବି ଜୟା ବଚ୍ଚନଙ୍କ ବିଷୟରେ ବି କିଛି କହିଥିଲେ । କିଛି ଦିନ ପୂର୍ବରୁ ଜଣେ ପ୍ରତିଯୋଗୀ ଅମିତାଭ ବଚ୍ଚନଙ୍କୁ ପଚାରିଥିଲେ ସେ ତାଙ୍କ ସମୟରେ ଜୟା ବଚ୍ଚନଙ୍କ ସହ କିପରି କଥାବାର୍ତ୍ତା କରୁଥିଲେ । ଅମିତାଭ ନିଜ ଉତ୍ତରରେ କହିଥିଲେ ଯେ ତାଙ୍କ ପିତାମାତା ଜୟା ବଚ୍ଚନଙ୍କ ବିଷୟରେ ଜାଣିଥିଲେ । ବିଗ୍ ବି କହିଥିଲେ, ‘‘ଆମେ ତ ଖୋଲା ମନ ଓ ଖୋଲା ହୃଦୟର ଲୋକ!’’
ଏହା ବି ପଢ଼ନ୍ତୁ | ପୁରୀ ‘ହାଜତ ମୃତ୍ୟୁ’: ରମେଶର ପରିବାରକୁ ଭେଟିଲେ ସମ୍ୱିତ ପାତ୍ର; ତାଙ୍କ ପାଇଁ ୧ କୋଟି ଟଙ୍କା ଦାବି କଲେପ୍ରତିଯୋଗୀ ଜଣକ ତା’ପରେ ପଚାରିଥିଲେ ଅମିତାଭ୍ ଜୟା ବଚ୍ଚନଙ୍କୁ ପ୍ରେମ ଚିଠି ଦେଇଥିଲେ କି ନାହଁ । ବିଗ୍ ବି ଉତ୍ତରରେ କହିଥିଲେ, ‘‘ହଁ ... ଅନେକ । ଆମେ ଆଜି ପର୍ଯ୍ୟନ୍ତ ତାହା ଦିଆନିଆ କରୁଛୁ ।’’
ବିଗ୍ ବି କହିଥିଲେ ଯେ ସେ ଆଜି ପର୍ଯ୍ୟନ୍ତ ’ଆଇ ଲଭ୍ ୟୁ’ ବୋଲି କେବେ କହି ନାହାଁନ୍ତି । ସେ କହିଥିଲେ, ‘‘ଆମେ ପରସ୍ପରକୁ ଜାଣିଥିଲୁ, ଏକାଠି କାମ ବି କରୁଥିଲୁ । ପରସ୍ପରର ଘରକୁ ଯିବା ଆସିବା କରୁଥିଲୁ । ଦିନେ ଏମିତି ବସି ଭାବିଲୁ ଯେ ଆମେ ବିବାହ କରିବା ଉଚିତ୍ ।’’
Published by:Anand ST Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।