ଲାଲ କିଲ୍ଲାରେ ମୋଦିଙ୍କ ସୁରକ୍ଷାରେ ଲାଗିଛି ଆଣ୍ଟି-ଡ୍ରୋନ୍ ସିଷ୍ଟମ୍; ୨.୫ କି.ମି. ଯାଏଁ ମାରିପାରିବ ଗୁଳି

ଏହି ଶକ୍ତିଶାଳୀ ଆଣ୍ଟି-ଡ୍ରୋନ ସିଷ୍ଟମ୍ ଲେଜର ଅସ୍ତ୍ରଶସ୍ତ୍ରର ୱାଟେଜ୍ ଆଧାରରେ ତିନି କିଲୋମିଟର ପର୍ଯ୍ୟନ୍ତ ମାଇକ୍ରୋ ଡ୍ରୋନ୍ ଚିହ୍ନଟ କରିପାରେ । ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଏହି ଅତି ସ୍ୱତନ୍ତ୍ର ଡ୍ରୋନ୍ ତିଆରି କରିଛି ।

ଆଣ୍ଟି-ଡ୍ରୋନ୍ ସିଷ୍ଟମ୍ (ପ୍ରତୀକାତ୍ମକ ଛବି)

ଆଣ୍ଟି-ଡ୍ରୋନ୍ ସିଷ୍ଟମ୍ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ନୂଆ ଦିଲ୍ଲୀ: ଦେଶ ଆଜି ୭୬ତମ ସ୍ୱାଧୀନତା ଦିବସ (Independence Day 2022) ପାଳନ କରୁଛି । ଏହି ଅବସରରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) ଐତିହାସିକ ଲାଲ କିଲ୍ଲାର ପ୍ରାଚୀରରୁ ଦେଶକୁ ସମ୍ବୋଧିତ କରିବେ। ଏହି ପରି କାର୍ଯ୍ୟକ୍ରମ ସମୟରେ ପ୍ରତ୍ୟେକ ବର୍ଷ ଶୀର୍ଷ ଶ୍ରେଣୀର ସୁରକ୍ଷା ବ୍ୟବସ୍ଥା ଦେଖାଯାଇଥାଏ । ଏଥର ପ୍ରଧାନ ମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଲାଲ କିଲ୍ଲାରେ ଏକ ସ୍ୱତନ୍ତ୍ର ଆଣ୍ଟି-ଡ୍ରୋନ୍ ସିଷ୍ଟମ (Anti-Drone System) ନିୟୋଜିତ କରାଯାଇଛି। ଏହା ଏକ ଏମିତି ଡ୍ରୋନ୍ ଯାହା ଅଢ଼େଇ କିଲୋମିଟର ପର୍ଯ୍ୟନ୍ତ ଗୁଳି ଚଳାଇପାରେ । ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (DRDO) ଦ୍ୱାରା ଏହି ଅତି ସ୍ୱତନ୍ତ୍ର ଡ୍ରୋନ୍ ତିଆରି କରାଯାଇଛି ।

କ’ଣ ଏହାର ବିଶେଷତ୍ୱ?

> ଏହା ଛୋଟ ଛୋଟ ଡ୍ରୋନକୁ ତିନି କିଲୋମିଟର ବ୍ୟାସାର୍ଦ୍ଧ ଭିତରକୁ ଆସିବାରୁ ରୋକେ ।

> ଜାମିଂ ଦ୍ୱାରା କିମ୍ବା ଲେଜର ଆଧାରିତ ଶକ୍ତି ଅସ୍ତ୍ର ଦ୍ୱାରା ଏହା ଅନ୍ୟ ଡ୍ରୋନର ଇଲେକ୍ଟ୍ରୋନିକ୍ସ ସିଗନାଲକୁ ଆସିବାରୁ ରୋକେ । ଏହି ଆଣ୍ଟି-ଡ୍ରୋନ ସିଷ୍ଟମ ଏକରୁ ଅଢ଼େଇ କିଲୋମିଟର ବ୍ୟାସାର୍ଦ୍ଧ ପର୍ଯ୍ୟନ୍ତ ଲେଜର ସାହାଯ୍ୟରେ ଗୁଳି ଚଳାଇପାରେ ।

>ଲେଜର ଅସ୍ତ୍ରଶସ୍ତ୍ରର ୱାଟେଜ୍ ଆଧାରରେ ଏହା ତିନି କିଲୋମିଟର ପର୍ଯ୍ୟନ୍ତ ମାଇକ୍ରୋ ଡ୍ରୋନ୍ ଚିହ୍ନଟ କରିପାରେ ।



ଆଜି ପ୍ରଧାନମନ୍ତ୍ରୀ ମୋଦି ଭାରତରେ ସ୍ୱାସ୍ଥ୍ୟ ସେବାର ସମ୍ପ୍ରସାରଣ ପାଇଁ କିଛି ବଡ ଘୋଷଣା କରିପାରନ୍ତି। ଏଥିମଧ୍ୟରେ 'ହିଲ୍ ଇନ୍ ଇଣ୍ଡିଆ' ଓ 'ହିଲ୍ ଫ୍ରମ ଇଣ୍ଡିଆ' ଭଳି ଯୋଜନା ଅନ୍ତର୍ଭୁକ୍ତ। Heal in India ଚିକିତ୍ସା ପର୍ଯ୍ଯଟନ କ୍ଷେତ୍ର ବୃଦ୍ଧି ପାଇଁ  ଏକ ପ୍ରୟାସ। ଯେତେବେଳେ କି Heal from India ଭାରତୀୟ ସ୍ୱାସ୍ଥ୍ୟ କର୍ମୀଙ୍କ ସେବାକୁ ଅନ୍ଯ ଦେଶରେ ପରିଚିତ କରାଇବ ।
Published by:Soumya Das
First published: