News 18 Odia Digital
ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ (Vladimir Putin) ଲାଗିଛି ବଡ଼ ଝଟ୍କା । କାରଣ ହେଉଛି ପୁଣି ଗୋଟିଏ ରହସ୍ୟମୟ ମୃତ୍ୟୁ (death) । ଏଥର ପ୍ରାଣ ହରାଇଛନ୍ତି ପୁତିନଙ୍କ ପାଖଲୋକ । ତାଙ୍କର ବେଶ୍ ଘନିଷ୍ଠ ଜଣେ ବରିଷ୍ଠ ଗୁଇନ୍ଦା ଅଧିକାରୀ । ମୃତକଙ୍କ ନାଁ ହେଉଛି ବିଚେସ୍ଲାବ ରୋଭେନେଇକୋ । ମସ୍କୋରେ (moscow) ନିଜ ଘର ପାଖରେ ତାଙ୍କୁ ବେହୋସ (senseless) ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତାପରେ ତାଙ୍କର ମୃତ୍ୟୁ ହୋଇ ଯାଇଛି । ତାଙ୍କ ଦେହରେ କୌଣସି ପ୍ରକାର ଆଘାତ ଦେଖିବାକୁ ମିଳିନି । ତେବେ ମୃତ୍ୟୁର କାରଣ ଏଯାଏ ଜଣାପଡ଼ିନି । ଏ ନେଇ ଅଧିକ ତଦନ୍ତ ଜାରି ରହିଛି ।
ଏହି ମୃତ୍ୟୁକୁ ନେଇ ଏବେ ବଢ଼ିଯାଇଛି ପୁତିନ ପ୍ରଶାସନର ଚିନ୍ତା । କାରଣ ବିଚେସ୍ଲାବ ଥିଲେ ପୁତିନଙ୍କର ବେଶ୍ ଘନିଷ୍ଠ ବନ୍ଧୁ ଏବଂ ସେ ତାଙ୍କର ବ୍ୟବସାୟିକ ସହଯୋଗୀ। ସେ ରୁଷିଆର ବିଦେଶୀ ଗୁଇନ୍ଦା ସଂସ୍ଥା, SBRର ମୁଖିଆ ସର୍ଗେଇ ନାରିସ୍କିନଙ୍କ ସହ ବେଲଜିୟମରେ ଶୀତଳଯୁଦ୍ଧ ସମୟରେ କାମ କରୁଥିଲେ । କେବଳ ସେତିକି ନୁହେଁ, ସେ ରୁଷିଆର ଅନ୍ୟତମ ଧନୀ ବ୍ୟକ୍ତି ଗେନେଡି ଟେମଚେଙ୍କୋଙ୍କ ଅତି ଘନିଷ୍ଠ ଥିଲେ ।
ଏହି ଖବର ପଢ଼ନ୍ତୁ -
http://ପ୍ରେମିକାଙ୍କୁ ମିଳିଲା ନ୍ୟାୟ; ରାତିରେ ଧାରଣାରେ ବସିଲେ ସକାଳେ ଘରେ ପସିଲେରୁଷିଆର ପୂର୍ବତନ ରାଷ୍ଟ୍ରପତି ବୋରିସ ୟେଲସିନଙ୍କ ଝିଅ ଯାହାକୁ ବିବାହ କରିଥିଲେ, ସେ ହେଉଛନ୍ତି ବିଚେସ୍ଲାବଙ୍କ ବ୍ୟାବସାୟିକ ସହଯୋଗୀ । ବ୍ରିଟେନ, ବେଲଜିୟମ, ଲକ୍ସେମବର୍ଗ, ସାଇପ୍ରସ ଆଦିରେ ତାଙ୍କର ବ୍ୟବସାୟ ଥିଲା। ଗତ ସପ୍ତାହରେ ରୁଷୀୟ ବିଦେଶ ମନ୍ତ୍ରାଳୟର ଜଣେ ଅଧିକାରୀଙ୍କର ରହସ୍ୟମୟ ମୃତ୍ୟୁ ହୋଇଥିଲା ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।