ସେ ମୋ’ ସହ ସେକ୍ସ କଥା ହେଉଥିଲେ, ମୋତେ କିସ୍ କଲେ: ବିଶପ୍ ମୁଲକ୍କଲ୍‌ଙ୍କ ବିଷୟରେ ଆଉ ଜଣେ ନନ୍

ବଳାତ୍କାର ଆରୋପରେ ସେପ୍ଚେମ୍ବର ୨୧, ୨୦୧୮ରେ ଗିରଫ ହୋଇଥିବା ବିଶପ୍ ମୁଲକ୍କଲଙ୍କୁ ଅକ୍ଟୋବର ୧୬, ୨୦୧୮ରେ ବେଲ୍ ମିଳିଥିଲା । କେରଳ ପୋଲିସ ତାଙ୍କ ବିରୁଦ୍ଧରେ ୧,୪୦୦ ପୃଷ୍ଠାର ଚ଼ାର୍ଜସିଟ ଦାୟର କରିଛି ।

ସେ ମୋ’ ସହ ସେକ୍ସ କଥା ହେଉଥିଲେ, ମୋତେ କିସ୍ କଲେ: ବିଶପ୍ ମୁଲକ୍କଲ୍‌ଙ୍କ ବିଷୟରେ ଆଉ ଜଣେ ନନ୍
ପୋଲିସ କଷ୍ଟଡିରେ ବିଶପ୍‌ ମୁଲକ୍କଲ୍‌ (ଫାଇଲ୍‌ ଫଟୋ)
  • News18 Odia
  • Last Updated: February 22, 2020, 6:43 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କୋଚ଼ି: କେରଳରେ ଆଉ ଜଣେ ନନ୍‌ ଜଳନ୍ଧରର ପୂର୍ବ ବିଶପ୍‌ ଫ୍ରାଙ୍କୋ ମୁଲକ୍କଲଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ ଲଗାଇଛନ୍ତି । ମୁଲକ୍କଲଙ୍କ ବିରୁଦ୍ଧରେ ଚ଼ାଲିଥିବା ବଳାତ୍କାର ମାମଲାରେ ଏହି ନନ୍‌ ଜଣକ ୧୪ ତମ ସାକ୍ଷୀ ହୋଇଛନ୍ତି । ୨୦୧୪ ଓ ୨୦୧୬ ମଧ୍ୟରେ ଜଣେ ନନଙ୍କୁ ଯୌନ ଉତ୍ପୀଡ଼ନ କରିଥିବା ମାମଲାରେ ମୁଲକ୍କଲ ଏବେ ବେଲରେ ବାହାରେ ଅଛନ୍ତି ।

ପୋଲିସକୁ ଦେଇଥିବା ନିଜ ବୟାନରେ ନନ୍‌ ଆରୋପ ଲଗାଇଛନ୍ତି ଯେ ୨୦୧୫ରୁ ୨୦୧୭ ମଧ୍ୟରେ ତାଙ୍କ ସହ ମୁଲକ୍କଲ୍‌ ବହୁତ ଥର ଫୋନରେ କଥା ହୋଇଥିଲେ ଓ ବିଶପ୍‌ ସେହି କଥାବାର୍ତ୍ତା ମଧ୍ୟରେ ଅଶ୍ଳୀଳ ମନ୍ତବ୍ୟ କରୁଥିଲେ । ସେ କହିଛନ୍ତି ଯେ ବିଶପ ତାଙ୍କ ସହ ଭିଡ଼ିଓ କଲ କରୁଥିଲେ ଓ ସେକ୍ସ ବିଷୟରେ କଥା ହେଉଥିଲେ ।

ନନ୍‌ ଏହି ଘଟଣା ସମ୍ବନ୍ଧରେ କାହାକୁ କେବେ ବି କିଛି କହି ନ ଥିଲେ କାରଣ ସେ ବିଶପଙ୍କୁ ବହୁତ ଡରୁଥିଲେ ଓ ସେ ତାଙ୍କୁ କନଭେଣ୍ଟରୁ ବାହାର କରି ଦେଇପାରନ୍ତି ବୋଲି ଭାବୁଥିଲେ ।

ଏପ୍ରିଲ ୩, ୨୦୧୭ରେ ହୋଇଥିବା ଏକ ଘଟଣା ବିଷୟରେ ବର୍ଣ୍ଣନା କରି ନନ୍‌ କହିଛନ୍ତି ଯେ ସେଦିନ ବିଶପ୍‌ ମୁଲକ୍କଲ୍‌ ତାଙ୍କ କନଭେଣ୍ଟକୁ ପରିଦର୍ଶନରେ ଆସିଥିଲେ ଓ ସେ  ତାଙ୍କ କୋଠରୀରେ ତାଙ୍କ ସହ କଥା ହୋଉଥିବା ବେଳେ ସେ ‘‘ମୋତେ ଆଲିଙ୍ଗନ କରିଥିଲେ ଓ କପାଳରେ ଚ଼ୁମା ଦେଇଥିଲେ’’ । ଏହି ନନ୍‌ ଜଣକ ବି ମିଶନାରୀଜ୍‌ ଅଫ୍‌ ଯୀଶୁ ମଣ୍ଡଳୀର ।

ପୋଲିସ ସୂତ୍ରରୁ ଜଣାଯାଇଛି ଯେ ଏହି ସାକ୍ଷୀ ନନ୍‌ ଜଣକ ବିଶପଙ୍କ ବିରୁଦ୍ଧରେ ବିଧିବଦ୍ଧ ଲିଖିତ ଅଭିଯୋଗ କରିବାକୁ ପ୍ରସ୍ତୁତ ନାହାନ୍ତି । ଏକ ପୋଲିସ ଅଧିକାରୀ କହିଛନ୍ତି: ‘‘ଏହି ପ୍ରତକ୍ଷ୍ୟଦର୍ଶୀଙ୍କ ବୟାନ ନେବା ପରେ ଘଟଣା ଅଞ୍ଚଳର ପୋଲିସକୁ ଏ ବିଷୟରେ ସୂଚ଼ିତ କରାଯାଇଥିଲା, କିନ୍ତୁ ଯେତେବେଳେ ଏକ ପୋଲିସ୍‌ ଟିମ୍‌ ତାଙ୍କ ସହ ଦେଖା କଲା ସେତେବେଳେ ସେ (ନନ୍‌) ଲିଖିତ ଅଭିଯୋଗ କରିବା ପାଇଁ ମନା କରିଦେଇଥିଲେ’’ ।

ପୋଲିସ ସୂତ୍ରରୁ କୁହାଯାଇଛି କମ୍ ସେ କମ୍ ଆଉ ଜଣେ ନନ୍‌ ଅଛନ୍ତି ଯିଏ ବିଶପଙ୍କ ବିରୁଦ୍ଧରେ ଯୌନ ଉତ୍ପୀଡ଼ନର ବୟାନ ଦେଇଛନ୍ତି ।

ବଳାତ୍କାର ଆରୋପରେ ସେପ୍ଚେମ୍ବର ୨୧, ୨୦୧୮ରେ ଗିରଫ ହୋଇଥିବା ବିଶପ୍‌ ମୁଲକ୍କଲଙ୍କୁ ଅକ୍ଟୋବର ୧୬, ୨୦୧୮ରେ ବେଲ୍ ମିଳିଥିଲା । କେରଳ ପୋଲିସ ତାଙ୍କ ବିରୁଦ୍ଧରେ ୧,୪୦୦ ପୃଷ୍ଠାର ଚ଼ାର୍ଜସିଟ ଦାୟର କରିଛି ।

ଏହି ଚ଼ାର୍ଜସିଟରେ ୮୩ ଜଣ ସାକ୍ଷୀଙ୍କ ନାମ ରହିଛି । ସେମାନଙ୍କ ମଧ୍ୟରେ ଅଛନ୍ତି ସିରୋ ମାଲାବାର କ୍ୟାଥୋଲିକ୍ ଚ଼ର୍ଚ୍ଚ ମାର୍‌ ଜର୍ଜ୍‌ ଆଲେଞ୍ଚେରୀର କାର୍ଡିନାଲ, ତିନି ଜଣ  ବିଶପ, ୧୧ ଜଣ ପୂଜକ ଓ ଅନେକ ନନ୍‌ । ଏହି ଘଟଣା ସାମ୍ନାକୁ ଆସିବା ପରେ ମୁଲକ୍କଲଙ୍କୁ ଜଳନ୍ଧର ଡାଇଓସିଜ୍‌ କ୍ଷେତ୍ରର ପ୍ରମୁଖ ରୂପେ ହଟାଇ ଦିଆଯାଇଥିଲା ।
First published: February 22, 2020, 6:43 PM IST