ପାକିସ୍ତାନରେ ପୁଣି ଏକ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା କରାଗଲା; ଗଣେଶଙ୍କ ମୂର୍ତ୍ତି ଭାଙ୍ଗିଦିଆଗଲା – VIDEO

ଜଣେ ହିନ୍ଦୁ ବାଳକ ପୈଗମ୍ବର ମହମ୍ମଦଙ୍କୁ ଅପମାନ କରିଥିବାର ଅଭିଯୋଗ ଲଗାଇ ଏକ ଭିଡ଼ କରାଚୀ ନିକଟରେ ଏକ ପ୍ରାଚୀନ ମନ୍ଦିରରେ ଭଙ୍ଗାରୁଜା କରିଛି । ଗତ ୨୦ ଦିନ ମଧ୍ୟରେ ପାକିସ୍ତାନରେ ହିନ୍ଦୁ ମନ୍ଦିରଗୁଡ଼ିକରେ ଏହା ହେଉଛି ଆକ୍ରମଣର ତୃତୀୟ ଘଟଣା ।

ପାକିସ୍ତାନରେ ପୁଣି ଏକ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା କରାଗଲା; ଗଣେଶଙ୍କ ମୂର୍ତ୍ତି ଭାଙ୍ଗିଦିଆଗଲା – VIDEO
ଭଗବାନ ଗଣେଶ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 4, 2020, 5:28 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କରାଚି: ପାକିସ୍ତାନର (Pakistan) ଅର୍ଥନୈତିକ ରାଜଧାନୀ କରାଚିରେ (Karachi) କଟ୍ଟରପନ୍ଥୀମାନଙ୍କର ଏକ ଦଳ ଗୋଟିଏ ପିଲା ଉପରେ ପୈଗମ୍ବର ମହମ୍ମଦଙ୍କ ଅପମାନ କରିଥିବା ଅଭିଯୋଗ କରି ଏକ ପ୍ରାଚୀନ ମନ୍ଦିରରେ ଭଙ୍ଗାରୁଜା କରିଛନ୍ତି ।

ଲ୍ୟାରି ଅଞ୍ଚଳରେ ଘଟିଥିବା ଏହି ଘଟଣାରେ ମୌଳିକତାବାଦୀଙ୍କ (କଟ୍ଟରପନ୍ଥୀ) ଏହି ଭିଡ଼ ପ୍ରଥମେ ସେଠାରେ ରହୁଥିବା ହିନ୍ଦୁମାନଙ୍କ ଉପରେ ଇସଲାମକୁ ନିନ୍ଦା କରିଥିବା ଅଭିଯୋଗ କରିଥିଲେ ଓ ତା’ପରେ ସେମାନଙ୍କ ମଧ୍ୟରୁ କିଛି ଲୋକ ଏକ ପ୍ରାଚୀନ ମନ୍ଦିର ଭିତରେ ପଶି ଭଙ୍ଗାରୁଜା କରିଥିଲେ । ମନ୍ଦିରରେ ରଖାଯାଇଥିବା ଭଗବାନ ଗଣେଶ ଓ ଶିବଙ୍କ ମୂର୍ତ୍ତି ମଧ୍ୟ ମୌଳିକତାବାଦୀମାନେ ଭାଙ୍ଗିଦେଇଥିଲେ ।

ଏହା ବି ପଢ଼ନ୍ତୁ | ପରୀକ୍ଷା ଦେଇ ଫେରୁଥିବା ଛାତ୍ରୀଙ୍କୁ ରାସ୍ତାରେ ଗୁଳି କରି ହତ୍ୟା କଲା ଯୁବକ, ଗିରଫ ହେଲା - ଦେଖନ୍ତୁ VIDEO

ମୌଳିକତାବାଦୀମାନେ କୌଣସି ଶକ୍ତ ପ୍ରମାଣ ବିନା ଜଣେ ହିନ୍ଦୁ ପିଲା ଉପରେ ପୈଗମ୍ବର ମହମ୍ମଦଙ୍କୁ ନିନ୍ଦା କରିଥିବା ଅଭିଯୋଗ କରିଥିଲେ । ସ୍ଥାନୀୟ ହିନ୍ଦୁମାନେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ ନିର୍ଯାତନା ଦିଆଯାଉଛି ।



କୁହାଯାଉଛି ଯେ ଏହି ମନ୍ଦିର କରାଚିର ଭୀମପୁରା ଅଞ୍ଚଳର ଥିବା ଲି ମାର୍କେଟରେ ଅବସ୍ଥିତ । ଆକ୍ମଣକାରୀଙ୍କ ଭିଡ଼ ମନ୍ଦିର ଭିତରେ ଥିବା ଭଗବାନଙ୍କ ଫଟୋଚିତ୍ରଗୁଡ଼ିକୁ ମଧ୍ୟ ଛିଣ୍ଡାଇଦେଇଥିଲେ । ଗତ ୨୦ ଦିନ ମଧ୍ୟରେ ପାକିସ୍ତାନରେ ଥିବା ହିନ୍ଦୁ ମନ୍ଦିରଗୁଡ଼ିକରେ ଏହା ହେଉଛି ଆକ୍ରମଣର ତୃତୀୟ ଘଟଣା ।

ଏହି ବି ପଢ଼ନ୍ତୁ ଏଣିକି ଟ୍ରେନ୍ ଭିତରେ ଭିକ ମାଗିଲେ ଓ ସିଗାରେଟ୍ ଟାଣିଲେ ଜେଲ୍ ଦଣ୍ଡ ହେବ ନାହିଁ; ବଦଳୁଛି ନିୟମ

ପାକିସ୍ତାନରେ ହିନ୍ଦୁ ଓ ସେମାନଙ୍କ ମନ୍ଦିରଗୁଡ଼ିକ ଉପରେ ହେଉଥିବା ଆକ୍ରମଣ ବନ୍ଦ ହେବାର ନାମ ନେଉନାହିଁ । କରାଚି ଘଟଣା ପୂର୍ବରୁ ଧାର୍ମିକ ଉଗ୍ରବାଦୀମାନେ ସିନ୍ଧ ପ୍ରଦେଶର ଥାରପାରକର ଜିଲ୍ଲା ଅନ୍ତର୍ଗତ ନାଗାରପାରକର ଦୁର୍ଗା ମାତାଙ୍କ ପ୍ରତିମାକୁ ନଷ୍ଟ କରିଦେଇଥିଲେ । ଆକ୍ରମଣକାରୀମାନେ ସେହି ମନ୍ଦିରକୁ ବି ଗୁରୁତର କ୍ଷତି ପହଞ୍ଚାଇଥିଲେ ।

ସେହି ଆକ୍ରମଣ ପରେ ମନ୍ଦିରର ପୁରୋହିତ କହିଥିଲେ ଯେ କିଛି ଅଜ୍ଞାତ ବ୍ୟକ୍ତି ମଧ୍ୟରାତ୍ରିରେ ମନ୍ଦିର ପରିସରରେ ପ୍ରବେଶ କରିଥିଲେ ଓ ଭିତରୁ କବାଟ ବନ୍ଦ କରି ମୂର୍ତ୍ତି ଭାଙ୍ଗିଥିଲେ । ସେମାନେ ଯିବା ସମୟରେ ମନ୍ଦିରର ବିଭିନ୍ନ ଅଂଶକୁ ମଧ୍ୟ ନଷ୍ଟ କରିଥିଲେ । ଏ ପର୍ଯ୍ୟନ୍ତ ପୋଲିସ ଆକ୍ରମଣକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ।

ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ବ୍ୟବସାୟୀଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟି ଗିରଫ ହେଲେ ଜଣ ମିଛ ସାମ୍ବାଦିକ

ସେହି ମନ୍ଦିର ନିକଟରେ ରହୁଥିବା ହିନ୍ଦୁ ସମ୍ପ୍ରଦାୟ ଏହି ଘଟଣାରେ କ୍ରୋଧ ପ୍ରକାଶ କରି ଶୀଘ୍ର ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ହିନ୍ଦୁ ସମ୍ପ୍ରଦାୟ କହିଛି ଯେ ଏଭଳି ଘଟଣା ଗ୍ରହଣୀୟ ନୁହେଁ ଏବଂ ଅପରାଧୀଙ୍କୁ ସରକାର ଧରିବା ଉଚିତ୍ ।

ଅନ୍ୟାନ୍ୟ ମାମଲା ପରି ପୋଲିସ ଏହି ଘଟଣାର ବି ତଦନ୍ତ ଆରମ୍ଭ କରିଛି ଓ କୌଣସି ଅପରାଧୀଙ୍କୁ ରକ୍ଷା କରାଯିବ ନାହିଁ ବୋଲି ପୋଲିସ କହିଛି । ଏକ ରିପୋର୍ଟ ଅନୁଯାୟୀ ୨୦ ଦିନ ପୂର୍ବେ ସିନ୍ଧ ପ୍ରଦେଶର ବାଦିନ ଜିଲ୍ଲାର ଏକ ମନ୍ଦିରରେ ବି ଭଙ୍ଗାରୁଜା କରାଯାଇଥିଲା ।



ପାକିସ୍ତାନୀ ଖବରକାଗଜ ‘ଏକ୍ସପ୍ରେସ ଟ୍ରିବ୍ୟୁନ’ ଅନୁଯାୟୀ ଏହି ମାମଲାରେ ଅଭିଯୋଗକାରୀ ଅଶୋକ କୁମାର କହିଛନ୍ତି ଯେ ମହମ୍ମଦ ଇସମାଇଲ ଓରଫ ଚଟ୍ଟୋ ଶୀଦୀ ନାମକ ବ୍ୟକ୍ତି ମନ୍ଦିରରେ ଏହି ଭଙ୍ଗାରୁଜା କରିଛନ୍ତି । ଏହା ପରେ ପାକିସ୍ତାନ ପୋଲିସ ପୂରା ମାମଲାର ତଦନ୍ତ ଆରମ୍ଭ କରିଛି ।
Published by: Anand Shankar Thankur Das
First published: November 4, 2020, 5:28 PM IST
corona virus btn
corona virus btn
Loading