ଲାଲ କିଲ୍ଲାରେ ହୋଇଥିବା ହିଂସାର ଆଉ ଏକ ଆରୋପି ଇକବାଲ ସିଂ ଗିରଫ ହେଲା
Republic Day Violence: ଇକବାଲ ସିଂଙ୍କୁ (Iqbal Singh) ସ୍ପେଶାଲ ସେଲ ଦ୍ୱାରା ମଙ୍ଗଳବାର ରାତିରେ ପଞ୍ଜାବର ହୋଶିଆରପୁରରୁ ଦ୍ୱାରା ଗିରଫ କରାଯଇଛି । ତାଙ୍କ ଗିରଫଦାରୀ ପାଇଁ ୫୦,୦୦୦ ଟଙ୍କା ପୁରସ୍କାର ରାଶି ରଖାଯାଇଥିଲା ।

ଇକବାଲ ସିଂ (ଫାଇଲ ଫଟୋ)
- News18 Odia
- Last Updated: February 10, 2021, 12:04 PM IST
ନୂଆ ଦିଲ୍ଲୀ: କେନ୍ଦ୍ର ଦ୍ୱାରା ପାରିତ ହୋଇଥିବା ତିନିଟି କୃଷି ଆଇନ (Farm Laws) ବିରୁଦ୍ଧରେ ୨୬ ଜାନୁଆରୀରେ (Republic Day Violence) ଟ୍ରାକ୍ଟର ରାଲିରେ ହୋଇଥିବା ହିଂସା ଓ ଲାଲ କିଲ୍ଲାରେ ଧାର୍ମିକ ପତାକା ଉତ୍ତୋଳନ କରାଯିବାର ମୁଖ୍ୟ ଅଭିଯୁକ୍ତ ଦୀପ ସିଦ୍ଧୁଙ୍କୁ (Deep Sidhu) ଗିରଫ କରାଯିବା ପରେ ଆଉ ଏକ ଗିରଫଦାରୀ ଘଟିଛି । ଦିଲ୍ଲୀ ପୋଲିସ ଏହା ସୂଚନା ଦେଇଛି ଯେ ଇକବାଲ ସିଂଙ୍କୁ ସ୍ପେଶାଲ ସେଲ ମଙ୍ଗଳବାର ରାତିରେ ପଞ୍ଜାବର ହୋଶିଆରପୁରରୁ ଗିରଫ କରିଛି । ତାଙ୍କ ଗିରଫଦାରୀ ପାଇଁ ୫୦,୦୦୦ ଟଙ୍କା ପୁରସ୍କାର ରାଶି ରଖାଯାଇଥିଲା ।
ପୋଲିସର ସୂଚନାନୁସାରେ ସେମାନଙ୍କ ମଧ୍ୟରୁ ତିନିଜଣ ନେହେରୁ ବିହାର ଓ ଦୁଇଜଣ ରୋହିଣୀର ଗିରଫ କରାଯାଇଛି । ଲାଲ କିଲ୍ଲାରେ ହୋଇଥିବା ହିଂସା ଘଟଣାରେ ସୋମବାର ରାତିରେ ଅଭିନେତା-କାର୍ଯ୍ୟକର୍ତ୍ତା ଦୀପ ସିଦ୍ଧୁଙ୍କୁ ପୋଲିସ ଗିରଫ କରିଛି । ଉଲ୍ଲେଖନୀୟ ଯେ ୨୬ ଜାନୁଆରୀରେ ITO ରେ ପହଞ୍ଚିଥିବା ହଜାର ହଜାର ଆନ୍ଦୋଳନକାରୀଙ୍କ ସହିତ ପୋଲିସ ସହିତ ସଂଘର୍ଷ ହୋଇଥିଲା ।