• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଟ୍ରେଣ୍ଡିଙ୍ଗ
  • »
  • ଆଇସିସି ପୁରସ୍କାରରେ ଭାରତୀୟ ଖେଳାଳିଙ୍କ ଦବଦବା: ରୋହିତ ଶର୍ମା ସର୍ବଶେଷ୍ଠ ଦିନିକିଆ କ୍ରିକେଟର୍, କୋହଲିଙ୍କୁ ସ୍ପିରିଟ ଅଫ କ୍ରିକେଟ ପୁରସ୍କାର

ଆଇସିସି ପୁରସ୍କାରରେ ଭାରତୀୟ ଖେଳାଳିଙ୍କ ଦବଦବା: ରୋହିତ ଶର୍ମା ସର୍ବଶେଷ୍ଠ ଦିନିକିଆ କ୍ରିକେଟର୍, କୋହଲିଙ୍କୁ ସ୍ପିରିଟ ଅଫ କ୍ରିକେଟ ପୁରସ୍କାର

ଗତ ବର୍ଷ ଚମତ୍କାର ଫର୍ମରେ ଥିବା ରୋହିତ ଶର୍ମା ଏକଦିବସୀୟରେ ୭ଟି ଶତକ ହାସଲ କରିଥିବାବେଳେ ବିଶ୍ବକପରେ ୫ଟି ଶତକ ଲଗାଇଥିଲେ । କୋହଲି ଇଂଲଣ୍ଡରେ ଚାଲିଥିବା ବିଶ୍ବକପ୍ ସମୟରେ ନିଜର ଖେଳ ଭାବନା ଦେଖାଇଥିଲେ ।

ରୋହିତ ଶର୍ମା ଓ ବିରାଟ କୋହଲି

ରୋହିତ ଶର୍ମା ଓ ବିରାଟ କୋହଲି

  • Share this:
News18 Odia Digital

ନୂଆ ଦିଲ୍ଲୀ: ଅଷ୍ଟ୍ରେଲିଆଠାରୁ ଅତ୍ୟନ୍ତ ଶୋଚନୀୟ ଭାବେ ପରାଜିତ ହେବାର ଗୋଟିଏ ଦିନ ପରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି)  ଭାରତୀୟ ଦର୍ଶକଙ୍କ ମୁହଁରେ ହସ ଫୁଟାଇଛି । ୨୦୧୯ବର୍ଷ ଲାଗି ଆଇସିସି ପୁରସ୍କାର ଘୋଷଣା ହୋଇଥିବାବେଳେ ଏଥିରେ ଭାରତୀୟ କ୍ରିକେଟରଙ୍କ ଦବଦବା ଦେଖିବାକୁ ମିଳିଛି । ଭାରତୀୟ ଅଧିନାୟକ ବିରାଟ କୋହଲୀ ଏବଂ ରୋହିତ ଶର୍ମାଙ୍କୁ ଆଇସିସି ପୁରସ୍କୃତ କରିଛି ।

ବର୍ଷର ସର୍ବଶ୍ରେଷ୍ଠ ଦିନିକିଆ କ୍ରିକେଟର ଭାବେ ରୋହିତ ଶର୍ମା ପୁରସ୍କୃତ ହୋଇଥିବାବେଳେ ବିରାଟ କୋହଲିଙ୍କୁ ଗତବର୍ଷ ଅନୁଷ୍ଠିତ କ୍ରିକେଟ ବିଶ୍ବକପରେ ଖେଳ ଭାବନା ଲାଗି ସ୍ପିରିଟ ଅଫ କ୍ରିକେଟ ପୁରସ୍କାର ମିଳିଛି । ସେହିପରି ଦୀପକ ଚହରଙ୍କୁ ଟି-ଟ୍ବେଣ୍ଟିରେ ସର୍ବଶ୍ରଷ୍ଠ ପ୍ରଦର୍ଶନ ଲାଗି ଆଇସିସି ପୁରସ୍କୃତ କରିଛି ।

ଗତ ବର୍ଷ ୫୯ ଟି ଉଇକେଟ ନେଇଥିବା ଅଷ୍ଟ୍ରେଲିୟ ଦ୍ରୁତ ବୋଲର ପ୍ୟାଟ କମିନସଙ୍କୁ ବର୍ଷର ସର୍ବଶ୍ରେଷ୍ଠ ଟେଷ୍ଟ କ୍ରିକେଟର ଭାବେ ପୁରସ୍କୃତ କରାଯାଇଛି । ରିଚାର୍ଡ଼ ଇଲିଂଓ୍ବାର୍ଥଙ୍କୁ ଆମ୍ପାୟାର ଅଫ ଦି ଇୟର ପୁରସ୍କାର ମିଳିଛି । ବାଂଲାଦେଶ ବିପକ୍ଷରେ ୨୦୧୯ରେ ୭ରନ୍ ଦେଇ ୬ଟି ଉଇକେଟ ନେଇଥିବା ଦୀପକ ଚହର ଟି-ଟ୍ବେଣ୍ଟି କ୍ରିକେଟରେ ସର୍ବଶେଷ୍ଠ ପ୍ରଦର୍ଶନ ସମ୍ମାନ ପ୍ରଦାନ କରିଛି ।

ଇଂଲଣ୍ଡର ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କୁ ୨୦୧୯ର ସର୍ବଶ୍ରେଷ୍ଠ କ୍ରିକେଟର ଭାବେ ପୁରସ୍କୃତ କରାଯାଇଛି । ତାଙ୍କୁ ସାର ଗାରଫିଲ୍ଡ ସୋବର୍ସ ଟ୍ରଫିରେ ସମ୍ମାନିତ କରାଯାଇଛି । ଅଷ୍ଟ୍ରେଲିଆର ରନ୍ ମେଶିନ ମାର୍ନସ ଲାବୁଶେନଙ୍କୁ ୨୦୧୯ରେ ଇମର୍ଜିଂ କ୍ରିକେଟର ଅଫ ଦ ଇୟର ପୁରସ୍କାର ଦିଆଯାଇଥିବାବେଳେ ସ୍କଟଲାଣ୍ଡକୁ ଟି-ଟ୍ବେଣ୍ଟି ବିଶ୍ବକପ କ୍ବାଲିଫିକେସନରେ ପହଞ୍ଚାଇଥିବା କାଇଲ କେଏତଜରଙ୍କୁ ଆସୋସିଏଟ କ୍ରିକେଟର ଅଫ ଦ ଇୟର ପୁରସ୍କାର ପାଇଁ ମନୋନୀତ କରାଯାଇଛି । ଏକଦିବସୀୟ କ୍ରିକେଟରେ ଗତ ବର୍ଷ ସେ ୪୮.୮୮ ପ୍ରତିଶତରେ ରନ୍ ସ୍କୋର କରିଥିଲେ ।

ରୋହିତ ଶର୍ମା ୨୦୧୯ରେ ତାଙ୍କ କ୍ୟାରିଅରର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଇଂଲଣ୍ଡରେ ଅନୁଷ୍ଠିତ ବିଶ୍ବକପରେ ୫ଟି ଶତକ ହାସଲ କରିଥିବାବେଳେ ବର୍ଷରେ ୭ଟି ଶତକ ହାସଲ କରିଥିଲେ । ଏଥିପାଇଁ ତାଙ୍କୁ ସର୍ବଶ୍ରେଷ୍ଠ ଦିନିକିଆ କ୍ରିକେଟର ପୁରସ୍କାର ହାସଲ କରିଥିଲେ । ବିରାଟ କୋହଲି ଗତ ବର୍ଷ ଅଷ୍ଟ୍ରେଲିଆ ବିପକ୍ଷ ଏକ ମ୍ୟାଚ ସମୟରେ ଖେଳ ଭାବନା ଦେଖାଇଥିଲେ । ବଲ୍ ଟାମ୍ପରିଂ ମାମଲାରେ ବାସନ୍ଦ ହୋଇସାରିଥିବା ଷ୍ଟିଭ୍ ସ୍ମିଥଙ୍କୁ ମ୍ୟାଚ ସମୟରେ ଦର୍ଶକ ହୁଟିଂର ସାମ୍ନା କରିବାକୁ ପଡ଼ିଥିବାବେଳେ ବିରାଟ କୋହଲି ଦର୍ଶକଙ୍କୁ ତାଙ୍କୁ ତାଳି ବଜାଇ ତାଙ୍କର ଉତ୍ସାହ ବଢ଼ାଇବାକୁ କହିଥିଲେ ।
Published by:Durgamadhab Rath
First published: