ଆନନ୍ଦ ମହିନ୍ଦ୍ରାଙ୍କ ଘୋଷଣା: ଅଷ୍ଟ୍ରେଲିଆ ଗସ୍ତରେ ଐତିହାସିକ ବିଜୟ କରାଇଥିବା ୬ ଜଣ କ୍ରିକେଟରଙ୍କୁ ଗିଫ୍ଟ ଦେବେ SUV

ଭାରତୀୟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା (Anand Mahindra) ଭାରତୀୟ ଦଳର ୬ ଜଣ ଯୁବ ଖେଳାଳିଙ୍କୁ ମହିନ୍ଦ୍ରା ଥାର ଏସୟୁଭି (Mahindra Thar SUV) ଦେବାପାଇଁ ଘୋଷଣା କରିଛନ୍ତି ।

AUS ଗସ୍ତରେ ଭାରତକୁ ଜିତାଇଥିବା ୬ ଜଣ ଖେଳାଳୀଙ୍କୁ SUV ଗିଫ୍ଟ ଦେବେ ଆନନ୍ଦ ମହିନ୍ଦ୍ରା

AUS ଗସ୍ତରେ ଭାରତକୁ ଜିତାଇଥିବା ୬ ଜଣ ଖେଳାଳୀଙ୍କୁ SUV ଗିଫ୍ଟ ଦେବେ ଆନନ୍ଦ ମହିନ୍ଦ୍ରା

  • Share this:
News18 Odia Digital
ନୂଆ ଦିଲ୍ଲୀ: ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ସିରିଜ୍ ଜିତିଥିବା ଯୁବ ତଥା ଅଭିଜ୍ଞ ଭାରତୀୟ ଦଳକୁ (Team India) ସମସ୍ତେ ପ୍ରଶଂସା କରୁଛନ୍ତି । ବରିଷ୍ଠ ଖେଳାଳିଙ୍କ ଆଘାତ ପରେ ଭାରତୀୟ ଯୁବ ଖେଳାଳି ଅଜିଙ୍କ୍ୟ ରାହାଣେଙ୍କ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆକୁ ୨-୧ ରେ ପରାସ୍ତ କରିଛନ୍ତି । ଏହି ପ୍ରଦର୍ଶନକୁ ନେଇ ଅତ୍ୟନ୍ତ ଖୁସି ହୋଇ ଭାରତୀୟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା (Anand Mahindra) ଭାରତୀୟ ଦଳର ୬ ଜଣ ଯୁବ ଖେଳାଳିଙ୍କୁ ମହିନ୍ଦ୍ରା ଥାର ଏସୟୁଭି (Mahindra Thar SUV) ଦେବାକୁ ଘୋଷଣା କରିଛନ୍ତି ।

ଅଷ୍ଟ୍ରେଲିଆ ଗସ୍ତରେ ଡେବ୍ୟୁ କରିଥିବା ଶୁବମାନ ଗିଲ, ମହମ୍ମଦ ସିରାଜ, ଟି ନାଟରାଜନ୍, ୱାଶିଂଟନ୍ ସୁନ୍ଦର ଓ ନବଦୀପ ସାଇନିଙ୍କୁ ମହିନ୍ଦ୍ରା ତରଫରୁ ଗାଡ଼ି ଗିଫ୍ଟରେ ମିଳିବ । ଏହି ଖେଳାଳିଙ୍କ ବ୍ୟତୀତ ଅଷ୍ଟ୍ରେଲିଆ ଗସ୍ତରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳିଥିବା ଶାର୍ଦ୍ଦୁଲ ଠାକୁର ମଧ୍ୟ ଏହି ପୁରସ୍କାର ପାଇବେ । ବ୍ରିସବେନ୍ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଶେଷ ତଥା ଅନ୍ତିମ ଟେଷ୍ଟରେ ଏହି ସମସ୍ତ ଖେଳାଳି ଚମତ୍କାର ପ୍ରଦର୍ଶନ କରିଥିଲେ । ଡେବ୍ୟୁ ଟେଷ୍ଟରେ ସୁନ୍ଦର ୬୨ ଓ ୨୨ ରନ୍ ସଂଗ୍ରହ କରି ଚାରି ୱିକେଟ୍ ନେଇଥିଲେ । ଏଥି ସହିତ ଚତୁର୍ଥ ଇନିଂସରେ ୩୨୮ ରନ୍‌ର ଟାର୍ଗେଟକୁ ପିଛାକରି ଭାରତୀୟ ଦଳକୁ ଶୁଭମାନ ଗିଲ ଏକ ଭଲ ଆରମ୍ଭ କରିଥିଲେ । ଗିଲ ୧୪୮ ବଲରୁ ୯୧ ରନ ସ୍କୋର କରିଥିଲେ । ଏମାନଙ୍କ ବ୍ୟତୀତ ଠାକୁର ପ୍ରଥମ ଇନିଂସରେ ୬୭ ରନ୍ ସଂଗ୍ରହ କରି ମ୍ୟାଚରେ ସାତୋଟି ୱିକେଟ୍ ନେଇଥିଲେ । ୨୯ ବର୍ଷର ନଟରାଜ ମଧ୍ୟ ପ୍ରଥମ ଇନିଂସରେ ତିନୋଟି ୱିକେଟ୍ ନେଇଥିଲେ । ଯଦିଓ ନବଦୀପ ସାଇନି ଏହି ମ୍ୟାଚରେ ସଫଳ ହୋଇନଥିଲେ କିନ୍ତୁ ଆହତ ହୋଇଥିଲେ ମଧ୍ୟ ସେ ୫ ଓଭର ବୋଲିଂ କରିଥିଲେ । ଯେତେବେଳେ ଋଷଭ ପନ୍ତ ବିଜୟୀ ଚୌକା ମାରିଥିଲେ ସେତେବେଳେ ସାଇନି ନନସଷ୍ଟ୍ରାଇକରେ ଠିଆ ହୋଇଥିଲେ ।

ଆନନ୍ଦ ମହିନ୍ଦ୍ରା ପ୍ରଥମ ଥର ପାଇଁ ଖେଳାଳିଙ୍କ ପ୍ରତି ଏପରି ସମ୍ମାନ ପ୍ରଦର୍ଶନ କରିନାହାଁନ୍ତି । ସେ ୨୦୧୭ ରେ ସୁପର ସିରିଜ୍ ଟାଇଟଲ୍ ଜିତିବା ପରେ କାଦମ୍ବି ଶ୍ରୀକାନ୍ତଙ୍କୁ ଏକ TUV ୩୦୦ ଉପହାର ଦେଇଥିଲେ । ଏହି ଖବର ମହମ୍ମଦ ସିରାଜଙ୍କ ପାଇଁ ଦ୍ୱିଗୁଣ ଖୁସି ଆଣିଛି । ଅଷ୍ଟ୍ରେଲିଆରେ ଏକ ଐତିହାସିକ ବିଜୟ ହାସଲ କରିବା ପରେ ଘରକୁ ଫେରିବା ମାତ୍ରେ ସିରାଜ ନିଜକୁ ବିଏମଡବ୍ଲୁ କାର ଉପହାର ଦେଇଥିଲେ । ସେ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରୁ ନୂଆ ଗାଡିର ଏକ ଭିଡିଓ ସେୟାର କରିଛନ୍ତି । ଅଷ୍ଟ୍ରେଲିଆ ଗସ୍ତରେ ତିନୋଟି ଟେଷ୍ଟରେ ୧୩ଟି ୱିକେଟ୍ ନେଇ ସିରାଜ ସବୁଠାରୁ ସଫଳ ଭାରତୀୟ ବୋଲର ହୋଇଛନ୍ତି । ବ୍ରିସବେନ ଟେଷ୍ଟରେ ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂସରେ ୫ଟି ୱିକେଟ୍ ନେବାରେ ମଧ୍ୟ ସେ ସଫଳତା ହାସଲ କରିଥିଲେ ।
Published by:Jagdish Barik
First published: