ଭାରତୀୟ ବାୟୁ ସେନାରେ ମିସ୍ତ୍ରୀ ପୁଅ
- News18 Odia
- Last Updated :
- Other, India
News18 Odia Digital
ମାଣ୍ଡି: ମିସ୍ତ୍ରୀଙ୍କ ପୁଅ ବର୍ତ୍ତମାନ ଏକ ଭାରତୀୟ ବାୟୁସେନା ବିମାନ ଉଡ଼ାଇବ। ହିମାଚଳ ପ୍ରଦେଶର ମାଣ୍ଡି ସହର ସଂଲଗ୍ନ ସରନାଡ଼ି ନିବାସୀ ୨୨ ବର୍ଷିୟ ଅଙ୍ଗଦ ସିଂ ଭାରତୀୟ ବାୟୁସେନାରେ ଜଣେ ଫ୍ଲାଇଙ୍ଗ ଅଫିସର ହୋଇଛନ୍ତି। ପାସ୍ ପରେଡ ପରେ ଅଙ୍ଗଦ ସିଂ ଏହି ସଫଳତା ହାସଲ କରିଛନ୍ତି। ଅଙ୍ଗଦ ସିଂ ଏକ ଶିଖ ପରିବାରର ଓ ତାଙ୍କ ପିତା ଲକ୍ଷ୍ମୀନ୍ଦର ସିଂ ମେକାନିକ୍ ଭାବରେ କାର୍ଯ୍ୟ କରନ୍ତି ଓ ମାତା ବରିନ୍ଦର କୌର ଜଣେ ଗୃହିଣୀ ଅଟନ୍ତି।
ଅଙ୍ଗଦ ସିଂ ତାଙ୍କ କଲେଜ ଅଧ୍ୟୟନ ସମୟରେ ଏନସିସିରେ ଯୋଗ ଦେଇଥିଲେ। ଏନସିସି ବାୟୁସେନା ୱିଙ୍ଗ ମାଣ୍ଡିର ଫ୍ଲାଇଙ୍ଗ ଅଫିସର ଡକ୍ଟର ଚମାନ ଲାଲ କ୍ରାନ୍ତି ସିଂଙ୍କ ଅଧୀନରେ ତାଲିମ ଗ୍ରହଣ କରିଥିଲେ ଏବଂ ଏନସିସିର ସି ସାର୍ଟିଫିକେଟ୍ ହାସଲ କରିଥିଲେ। ଚେନ୍ନାଇରେ ଅଫିସର ଟ୍ରେନିଂ ଏକାଡେମୀ (ଓଟିଆ) ରେ ସେନା ଅଧିକାରୀ ଭାବରେ ତାଲିମ ପାଇଁ ଅଙ୍ଗଦ ପ୍ରଥମେ ମନୋନୀତ ହୋଇଥିଲେ। ତାଲିମ ସମୟରେ ଅଙ୍ଗଦ ଭାରତୀୟ ବାୟୁସେନା ପାଇଁ ଆବେଦନ କରି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ପୂର୍ବ ପ୍ରଶିକ୍ଷଣ ମଧ୍ୟଭାଗରେ ଛାଡି ଅଙ୍ଗଦ ବାୟୁସେନା ତାଲିମ ନେବାକୁ ଦେହରାଡୁନ୍ ଯାଇଥିଲେ। ଆଜି ଅନୁଷ୍ଠିତ ପାସ୍ ଆଉଟ୍ ପରେଡ୍ ପରେ ସେ ବର୍ତ୍ତମାନ ଭାରତୀୟ ବାୟୁସେନାରେ ଫ୍ଲାଇଙ୍ଗ୍ ଅଫିସର ଭାବରେ ନିଯୁକ୍ତ ହୋଇଛନ୍ତି।
ଅଙ୍ଗଦ ସିଂ ୨୦୧୮ ମସିହାରେ ଗଣତନ୍ତ୍ର ଦିବସ ପରେଡ ଦିଲ୍ଲୀରେ ହିମାଚଳ ପ୍ରଦେଶ, ପଞ୍ଜାବ, ହରିୟାଣା ଏବଂ ଚଣ୍ଡିଗଡ଼ ନିର୍ଦ୍ଦେଶାଳୟର ପ୍ରତିନିଧିତ୍ୱ କରିଛନ୍ତି। ଯୁବ ବିନିମୟ (YP) କାର୍ଯ୍ୟକ୍ରମ ପାଇଁ ଅଙ୍ଗଦ ସିଂଙ୍କୁ ମଧ୍ୟ ଚୟନ କରାଯାଇଥିଲା। ଫ୍ଲାଇଙ୍ଗ ଅଫିସର ହେବା ପରେ ଅଙ୍ଗଦ ସିଂ ହିମାଚଳ ପ୍ରଦେଶ ଏୟାର ସ୍କ୍ୱାର୍ଡ଼ ଆସୋସିଏଟ୍ ଏନସିସି ଅଧିକାରୀ (ANO) ଫ୍ଲାଇଙ୍ଗ ଅଫିସର ଡକ୍ଟର ଚମନ ଲାଲ କ୍ରାନ୍ତି ସିଂ, ତାଙ୍କ ଶିକ୍ଷକ, ଅଭିଭାବକ ଓ ପରିବାରବର୍ଗଙ୍କୁ ଏହି ସଫଳତାର ଶ୍ରେୟ ଦେଇଛନ୍ତି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।