News18 Odia Digital
ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର ଦୁଇଟି ଭିନ୍ନ ଅଞ୍ଚଳରେ ଅଗ୍ନିକାଣ୍ଡରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରଥମ ଘଟଣା ବିଜୟୱାଡାରୁ ଆସିଛି।
ଅଗ୍ନିଶମ ବିଭାଗର ସୂଚନା ଅନୁସାରେ ବିଜୟୱାଡାର ଗାନ୍ଧି ନଗରର ଜିମଖାନା ଗ୍ରାଉଣ୍ଡରେ ବାଣ ସକାଳେ ହଠାତ୍ ନିଆଁ ଲାଗିଯାଇଥିଲା। ଅଧିକାରୀମାନେ କହିଛନ୍ତି ଯେ ଆଜି ସକାଳେ ଗାନ୍ଧି ନଗରର ଜିମଖାନା ଗ୍ରାଉଣ୍ଡରେ ଥିବା ବାଣ ଷ୍ଟଲରେ ଅଗ୍ନିକାଣ୍ଡରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ।
ବିଶାଖାପାଟଣା ବିଶାଲ ମେଗା ମାର୍ଟରେ ମଧ୍ୟ ଅଗ୍ନିକାଣ୍ଡ ଘଟିଛିରବିବାର ସକାଳେ ବିଶାଖାପାଟଣାର ବିଶାଳ ମେଗା ମାର୍ଟରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ମାର୍ଟରେ ରଖାଯାଇଥିବା ପୋଷାକ ଓ ଖାଦ୍ୟ ସାମଗ୍ରୀ ନିଆଁରେ ପୋଡି ପାଉଁଶ ହୋଇଯାଇଥିଲା। ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।