ଜଗନ୍ ମୋହନ ରେଡ୍ଡୀ ପିଲାର ସ୍ୱାସ୍ଥ୍ୟବସ୍ଥା ବାବଦରେ ପଚାରି ବୁଝିଛନ୍ତି (ପ୍ରତୀକାତ୍ମକ ଛବି)
News18 Odia Digital
ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ YS ଜଗନ୍ ମୋହନ ରେଡ୍ଡୀ ନିଜର କାର୍ଯ୍ୟକଳାପକୁ ନେଇ ବେଶ ଚର୍ଚ୍ଚାରେ ଥାଆନ୍ତି। ଗୁରୁବାର ଦିନ ଜଗନ୍ ମୋହନ ଯାତ୍ରା ଅଟକାଇ ଜଣେ ମହିଳା ଓ ତାଙ୍କ ଅସୁସ୍ଥ ପୁଅକୁ ଭେଟିଥିଲେ ଓ ପରେ ସେମାନଙ୍କୁ ସାହାଯ୍ୟ କରିଥିଲେ।
ମୁଖ୍ୟମନ୍ତ୍ରୀ ଜଗନ୍ ରେଡ୍ଡୀ, କାକିନାଡା ଜିଲ୍ଲାର ଟୁନି ଗସ୍ତ ସମୟରେ ଭିଡ଼ ମଧ୍ୟରେ ଜଣେ ମହିଳା ତାଙ୍କ ପୁଅକୁ ଧରିଥିବାର ଦେଖିଲେ। ପୁଅର ଅସୁସ୍ଥତା ପାଇଁ ମହିଳା ଜଣକ ସାହାଯ୍ୟ ଲୋଡିଥିଲେ। ଏହା ଦେଖି ରେଡ୍ଡୀ କିଛି ସମୟ ପାଇଁ ତାଙ୍କ ଯାତ୍ରା ଅଟକାଇ ତାଙ୍କ ସହିତ କଥାବାର୍ତ୍ତା କଲେ।
ପ୍ରତିପଡୁ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଶଙ୍କବରମ ମଣ୍ଡଳର ମଣ୍ଡପମ ଗାଁର ଜଣେ ମହିଳା ତନୁଜା ସହାୟତା ମାଗିବା ପାଇଁ ପୁଅର ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ। ପରେ ସେ ମହିଳା ଓ ତାଙ୍କ ପୁଅକୁ ତୁରନ୍ତ ସାହାଯ୍ୟ କରିବାକୁ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ନିର୍ଦ୍ଦେଶ ଦେଇଥିଲେ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।