ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ଖନନ ସମୟରେ ମିଳିଲା ଏହି ବିଶେଷ ବସ୍ତୁ; ସଂରକ୍ଷିତ ରଖାଯାଇଛି
ଏହି ପ୍ରାଚୀନ ପଦାର୍ଥଗୁଡ଼ିକ ମିଳିବା ଦେଖି ମନ୍ଦିର ନିର୍ମାଣରେ ଲାଗିଥିବା ଲୋକେ ଆଶ୍ଚର୍ଯ୍ୟାନ୍ୱିତ ହୋଇଯାଇଛନ୍ତି । ଏହି ପୁରାତନ ପଦାର୍ଥଗୁଡ଼ିକର ପ୍ରତ୍ନତାତ୍ତ୍ୱିକ ତଦନ୍ତ କରାଯିବ । ଗତ ବର୍ଷ ବି ଏଠାରୁ ବହୁ ପ୍ରାଚୀନ ଅବଶେଷ ମିଳିଥିଲା ।

ପୁରାତନ ପଦାର୍ଥଗୁଡ଼ିକୁ ରାମ ମନ୍ଦିର ଟ୍ରଷ୍ଟ ସୁରକ୍ଷିତ ରଖିଛନ୍ତି ।
- News18 Odia
- Last Updated: March 22, 2021, 6:43 PM IST
ଅଯୋଧ୍ୟା: ଉତ୍ତର ପ୍ରଦେଶର (Uttar Pradesh) ଅଯୋଧ୍ୟାରେ (Ayodhya) ଶ୍ରୀ ରାମ ଜନ୍ମଭୂମି ମନ୍ଦିର ନିର୍ମାଣରେ (Ram Mandir Construction) ସମୟରେ ୪୦ ଫୁଟ୍ ତଳକୁ ଯାଇ ଭିତ୍ତିଭୂମି ତିଆରି ବେଳେ ଏକ ଚରଣ ପାଦୁକା ସହିତ ଏକ ପ୍ରାଚୀନ ପଥରର କେତେକ ମୂର୍ତ୍ତିର ଖଣ୍ଡବିଖଣ୍ଡିତ ଅଂଶ ମିଳିଛି ।
ଏହି ପୁରାତନ ପଦାର୍ଥଗୁଡ଼ିକୁ ରାମ ମନ୍ଦିର ଟ୍ରଷ୍ଟ ସୁରକ୍ଷିତ ରଖିଛନ୍ତି ।ଏହି ପଦାର୍ଥଗୁଡ଼ିକର ପ୍ରତ୍ନତାତ୍ତ୍ୱିକ ତଦନ୍ତ କରାଯିବ । ସୋମବାର ଦିନ ଏହି ପ୍ରାଚୀନ ପଦାର୍ଥଗୁଡ଼ିକ ମିଳିବା ଦେଖି ମନ୍ଦିର ନିର୍ମାଣରେ ଲାଗିଥିବା ଲୋକେ ଆଶ୍ଚର୍ଯ୍ୟାନ୍ୱିତ ହୋଇଯାଇଥିଲେ । ଏହା ପୂର୍ବରୁ ରାମ ଜନ୍ମଭୂମି କମ୍ପ୍ଲେକ୍ସର ସମତଳୀକରଣ କାର୍ଯ୍ୟ ସମୟରେ ଅନେକ ପ୍ରାଚୀନ ଅବଶେଷ ମିଳିଥିଲା ।
ଏହା ବି ପଢ଼ନ୍ତୁ | ଓଡ଼ିଶା ରାଜନୀତି ଗରମ: BJP କହିଲା ମନ୍ତ୍ରୀ ପ୍ରତାପଙ୍କୁ ଗିରଫ କର; BJD କହିଲା ଶାରଦା ପ୍ରଧାନଙ୍କୁ ଗିରଫ କର
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO: ରାଷ୍ଟ୍ରପତି ରାମନାଥ କୋବିନ୍ଦ ପହଞ୍ଚିଲେ ଭୁବନେଶ୍ୱରରେ; ସ୍ୱାଗତ କଲେ ନବୀନ, ଧର୍ମେନ୍ଦ୍ର
ସୀତାଙ୍କ ରୋଷେଇଘରର ଖନନ ସମୟରେ ସୀତା ବ୍ୟବହାର କରୁଥିବା ଶିଳ ଓ ଶିଳପୁଆ ବି ମିଳିଛି । ଏହା ସହିତ ରୋଟି ବେଲିବା ପାଇଁ ବ୍ୟବହୃତ ବେଲଣା ପଟା ଓ ବାଡ଼ି ବି ମିଳିଥିବା କୁହାଯାଉଛି । ଏହା ବ୍ୟତୀତ ମାନସ ଭବନର ଖନନ ସମୟରେ ଅତି ପ୍ରାଚୀନ ଭଗବାନ ଶ୍ରୀରାମଙ୍କ ପାଦୁକା ମଧ୍ୟ ଦେଖିବାକୁ ମିଳିଛି । ଗୁପ୍ତା କହିଛନ୍ତି ଯେ ଏହି ସମସ୍ତ ଅବଶିଷ୍ଟାଂଶ ନିଜେ ରାମ ଜନ୍ମଭୂମି କମ୍ପ୍ଲେକ୍ସରେ ସଂରକ୍ଷିତ କରି ରଖାଯାଇଛି ।
ଏହା ବି ପଢ଼ନ୍ତୁ | ଭୁବନେଶ୍ବର: ଭଡ଼ାଟିଆଙ୍କ ଉପରେ ଆକ୍ରମଣ ମାମଲାରେ ଗିରଫ ହୋଇପାରନ୍ତି BJP ନେତ୍ରୀ ଓ ତାଙ୍କ ସ୍ୱାମୀ
ଶ୍ରୀପ୍ରକାଶ ଗୁପ୍ତାଙ୍କ ଅନୁଯାୟୀ ରାମ ମନ୍ଦିର ନିର୍ମାଣ ପରେ ଏଠାରେ ଏକ ମ୍ୟୁଜିଅମ୍ ବନାଯାଇ ଏହି ପ୍ରାଚୀନ ଐତିହ୍ୟ ସାମଗ୍ରୀଗୁଡ଼ିକୁ ରଖାଯିବ । ଭକ୍ତମାନେ ରାମଲାଲାଙ୍କୁ ଦେଖିବା ପରେ ଏହି ପ୍ରାଚୀନ ଧାର୍ମିକ ମୂର୍ତ୍ତିଗୁଡ଼ିକୁ ଦେଖିପାରିବେ ବୋଲି ସେ କହିଛନ୍ତି । ଏଥିରୁ ଅନେକ ବସ୍ତୁ ଭଙ୍ଗା ଅବସ୍ଥାରେ ମିଳିଛି ।
ଏହା ବି ପଢ଼ନ୍ତୁ ଓ PHOTO ଦେଖନ୍ତୁ | ବାଲି ଖୋଳୁ ଖୋଳୁ ମହାଦେବ: ଯାଜପୁରରେ ବୈତରଣୀ ନଦୀ ଗର୍ଭରୁ ଉଭା ହେଲେ ସ୍ବୟଂ ଶିବଶମ୍ଭୁ
ରାମ ମନ୍ଦିର ନିର୍ମାଣ ପାଇଁ ଖନନ କାର୍ଯ୍ୟ ଇତି ମଧ୍ୟରେ ଶେଷ ହୋଇଛି ।ଗତ ବର୍ଷ ମେ ମାସରେ ଯେତେବେଳେ ରାମ ଜନ୍ମଭୂମି କମ୍ପ୍ଲେକ୍ସର ସମତଳୀକରଣ କାର୍ଯ୍ୟ କରାଯାଉଥିଲା, ଖନନ ସମୟରେ ବହୁ ସଂଖ୍ୟାରେ ପ୍ରାଚୀନ ଅବଶେଷ ମିଳିଥିଲା ।
ରାମଲାଲାଙ୍କ ଗର୍ଭଗୃହ ସ୍ଥଳର ଖନନ ସମୟରେ ଟ୍ରଷ୍ଟକୁ ଅନେକ ପ୍ରତ୍ନତାତ୍ତ୍ୱିକ ମୂର୍ତ୍ତି, ସ୍ତମ୍ଭ ଓ ଚାରି ଫୁଟ ଲମ୍ବ ଶିବ ଲିଙ୍ଗ ବି ମିଳିଥିଲା । ଏହା ବ୍ୟତୀତ ଦେବତାମାନଙ୍କର ଖଣ୍ଡବିଖଣ୍ଡିତ ମୂର୍ତ୍ତି ସହିତ ସାତଟି ବ୍ଲାକ୍-ଟଚ୍ ଷ୍ଟୋନର ସ୍ତମ୍ଭ ଓଛଅଟି ରେଡ୍ ଷ୍ଟୋନ୍ ସ୍ତମ୍ଭ ମଧ୍ୟ ମିଳିଥିଲା ।