News 18 Odia Digital
Anant and Radhika Engagement: ରାଧିକା ମର୍ଚାଣ୍ଟ ଏବଂ ଅନନ୍ତ ଅମ୍ବାନୀ ଆଜି ପରିବାର, ବନ୍ଧୁ ଏବଂ ଅମ୍ବାନୀ ନିବାସରେ ପରମ୍ପରା ସହ ଆନୁଷ୍ଠିକ ଭାବରେ ଏକାଠି ହୋଇଥିଲେ। ଗୁଜରାଟୀ ହିନ୍ଦୁ ପରିବାରମାନଙ୍କ ମଧ୍ୟରେ ଅନୁସରଣ କରାଯାଉଥିବା ଗୋଲ୍ ଧନା ଓ ଚୁନରି ବିଧି ପରି ପୁରାତନ ପରମ୍ପରା - ବହୁ ଉତ୍ସାହର ସହିତ ପରିଚାଳିତ ହୋଇଛି।
ଗୋଲ୍ ଧନା ଶବ୍ଦର ଅର୍ଥ ହେଉଛି ଗୁଡ ଓ ଧଣିଆ ମଞ୍ଜି । ଗୁଜୁରାଟୀ ପରମ୍ପରାରେ ବିବାହ ପୂର୍ବରୁ ଏହା ଏକ ସମାରୋହ। କାର୍ଯ୍ଯକ୍ରମ ସମୟରେ ଉଭୟ ଘର ପରସ୍ପର ସହ ଏହି ଜିନିଷ ଆଦାନ ପ୍ରଦାନ କରନ୍ତି । ବିବାହ କରୁଥିବା ଝିଅ ଓ ତାଙ୍କ ପରିବାର ଲୋକେ ଉପହାର ଓ ମିଠା ସହିତ ବରର ଘରକୁ ଆସନ୍ତି ଓ ପରେ ନିର୍ବନ୍ଧ ହୋଇଥାଏ। ରିଙ୍ଗ ବଦଳାଇବା ପରେ ଦମ୍ପତି ସେମାନଙ୍କ ବୟସ୍କମାନଙ୍କଠାରୁ ଆଶୀର୍ବାଦ ମଧ୍ୟ ନିଅନ୍ତି।
ପରିବାର ଓ ସନ୍ଧ୍ୟାର ସମାରୋହରେ ଭଗବାନ କୃଷ୍ଣଙ୍କ ଆଶୀର୍ବାଦ ପାଇବା ପାଇଁ ପରିବାର ସଦସ୍ଯମାନେ ଅନନ୍ତ ଏବଂ ରାଧିକାଙ୍କ ସହ ମନ୍ଦିରକୁ ଯାଇଥିଲେ। ପରେ ଗଣେଶ ପୂଜା ସହିତ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ପରେ ପାରମ୍ପାରିକ ଲଗ୍ନ ପତ୍ରିକା ପଢା ହୋଇଥିଲା। ଗୋଲ ଧନା ଓ ଚୁନରୀ ବିଧି ଅବସରରେ ଅନନ୍ତ ଓ ରାଧିକାଙ୍କ ପରିବାର ଆଶୀର୍ବାଦ ଓ ଉପହାର ବିନିମୟ କରିଥିଲେ। ନୀତା ଅମ୍ବାନୀଙ୍କ ତତ୍ତ୍ୱାବଧାନରେ ଅମ୍ବାନୀ ପରିବାର ସଦସ୍ୟଙ୍କ ଦ୍ୱାରା ଏକ ନୃତ୍ୟ ପ୍ରଦର୍ଶନ ହୋଇଥିଲା।
ଏହା ପରେ ଭଉଣୀ ଇଶା ରିଙ୍ଗ ସମାରୋହ ଆରମ୍ଭ କରିବାକୁ ଘୋଷଣା କରିଥିଲେ ଓ ଅନନ୍ତ ଓ ରାଧିକା ପରିବାର ଓ ବନ୍ଧୁମାନଙ୍କ ସାମ୍ନାରେ ଅନନ୍ତଙ୍କୁ ରିଙ୍ଗ ପିନ୍ଧେଇଥିଲେ। ଅନନ୍ତ ଓ ରାଧିକା କିଛି ବର୍ଷ ଧରି ପରସ୍ପରକୁ ଜାଣିଛନ୍ତି।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।