ବିବାହର ଏକ ଘଣ୍ଟା ପରେ ଜନ୍ମ ହେଲା ଛୁଆ; ଏମିତି ଥିଲା ନିଆରା ବାହାଘରର କାହାଣୀ

ପ୍ରସବ ଯନ୍ତ୍ରଣା ହେବାରୁ ପ୍ରେମିକଙ୍କ ଘରେ ପହଞ୍ଚିଥିଲା ପ୍ରେମିକା । ପୋଲିସ ଉପସ୍ଥିତିରେ ବିବାହ ପରେ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ ମହିଳା ।

ବିବାହର ଏକ ଘଣ୍ଟା ପରେ ଜନ୍ମ ହେଲା ଛୁଆ (ପ୍ରତୀକାତ୍ମକ ଛବି)

ବିବାହର ଏକ ଘଣ୍ଟା ପରେ ଜନ୍ମ ହେଲା ଛୁଆ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଅସମୋଲି ଥାନାର ଏକ ଗାଁରେ ଜଣେ ଯୁବକ-ଯୁବତୀଙ୍କ ପ୍ରେମ ସମ୍ପର୍କର ଏକ ନିଆରା ମାମଲା ସାମ୍ନାକୁ ଆସିଛି। ଉଭୟଙ୍କ ବିବାହର କିଛି ସମୟ ଅର୍ଥାତ ଏକ ଘଣ୍ଟା ପରେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି। ବର୍ତ୍ତମାନ ଉଭୟ ମା ଓ ପୁତ୍ର ସୁସ୍ଥ ଅଛନ୍ତି।

ଯୁବକ ଜଣକ ପ୍ରଥମେ ଝିଅ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ ଓ ପରେ ବିବାହ କରିବାକୁ ମନା କରିଦେଇଥିଲେ। ଝିଅ ଜଣଙ୍କ ଗର୍ଭବତୀ ହେବା ପରେ ବିବାହ କରିବାକୁ ଯୁବକ ଏଥିରେ ରାଜି ହୋଇନଥିଲେ। ପ୍ରସବ ଯନ୍ତ୍ରଣା ଆରମ୍ଭ ହେବାରୁ ନିଜ ପ୍ରେମିକଙ୍କ ଘରେ ପହଞ୍ଚି ଯୁବକଙ୍କୁ ବିବାହ କରିବାକୁ ଜିଦ୍ ଧରିଥିଲା। ଯେତେବେଳେ ଉତ୍ତେଜନା ଦେଖାଦେଇଥିଲା, କେହି ଏ ବିଷୟରେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ସୂଚନା ପାଇ ଉଭୟଙ୍କ ସମ୍ପର୍କୀୟଙ୍କୁ ଡାକରେ ଡାକିଥିଲା। ଏଥିସହିତ ଉଭୟ ପାର୍ଶ୍ଵ ଲୋକଙ୍କ ଉପସ୍ଥିତିରେ ଏହି ପଞ୍ଚାୟତ ଅନୁଷ୍ଠିତ ହୋଇଥିଲା।  ପଞ୍ଚାୟତ ପରେ ଉଭୟ ପକ୍ଷ ବିବାହ ପାଇଁ ସହମତ ହୋଇଥିଲେ।

ପୋଲିସ ଉପସ୍ଥିତରେ ଉଭୟ ବିବାହ କରିଥିଲେ। ବିବାହର କିଛି ସମୟ ପରେ ଝିଅର ଅବସ୍ଥା ବିଗିଡି ଯାଇ ତାଙ୍କୁ CHC କୁ ନିଆଯାଇଥିଲା ଓ ସେଠାରେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଉଭୟ ମା ଏବଂ ପୁଅ ସୁସ୍ଥ ଅଛନ୍ତି। ଉଭୟ ପକ୍ଷ କୌଣସି ପ୍ରକାରର ଅଭିଯୋଗ କରିନାହାଁନ୍ତି। ଏହି ମାମଲା ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା।
Published by:Soumya Das
First published: