News18 Odia Digital
ଲିମା: ସୁନା ପିନ୍ଧିବାକୁ କାହାକୁ ପସନ୍ଦ ନୁହେଁ । ଯଦି ଆପଣଙ୍କୁ ଏପରି ଏକ ସ୍ଥାନରେ ଛାଡିଦିଆଯିବ, ଯେଉଁଠି କେବଳ ସୁନା ହିଁ ସୁନା ଥିବ, ତେବେ ଆପଣ କଣ କରିବେ । ନିହାତି ଭାବେ ଆପଣ ଖୁସି ହୋଇଯିବେ । ଆଉ ଯଦି ସେହି ସୁନାକୁ ନେଇ କୌଣସି ଖବର ସାମ୍ନାକୁ ଆସେ ତେବେ ସେହି ଖବରକୁ ଜାଣିବାକୁ ଆପଣ ବି ଇଚ୍ଛୁକ ରହିବେ। ବର୍ତ୍ତମାନ ସେହିଭଳି ଏକ ଖବର ସାମ୍ନାକୁ ଆସିଛି । ଏକ ଜଙ୍ଗଲର ସବୁଆଡ଼େ ସୁନା ବିଛାଡ଼ି ହୋଇପଡ଼ିଥିବା ପରି ଦେଖିବାକୁ ମିଳିଛି ।
ପେରୁ(peru)ର ସୁନା ଖଣି(Gold Mines) ବିଷୟରେ ସମସ୍ତେ ଜାଣନ୍ତି । ହେଲେ ଜଙ୍ଗଲରେ ସୁନାଖଣ୍ଡ ପଡ଼ିଥିବା ନେଇ କେହି ଜାଣିନଥିବେ । କିନ୍ତୁ ବର୍ତ୍ତମାନ ଏକ ସୁନ୍ଦର ଚିତ୍ର ସାମ୍ନାକୁ ଆସିଛି। ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ISS) ରୁ ନିଆଯାଇଥିବା ଏକ ଅତି ସୁନ୍ଦର ଫୋଟକୁ ନେଇ ବର୍ତ୍ତମାନ ଆଲୋଚନାର ଚାଲିଛି।
ପେରୁର ଆମାଜନର ଘଞ୍ଚ ଜଙ୍ଗଲ ଉପରେ ସୁନାର ଚମକଦାର କିରଣ ଦେଖିବାକୁ ମିଳିଛି । ଏହି ଫଟୋଗ୍ରାଫ୍ ଲୋ ଆର୍ଥ କକ୍ଷପଥରୁ ନିଆଯାଇଛି । ଏହି ଫଟୋ ସୁନ୍ଦର ହେବା ସହିତ ପୃଥିବୀର ଏକ ବଡ ସମସ୍ୟା ପ୍ରତି ମଧ୍ୟ ଆଙ୍ଗୁଳି ନିର୍ଦ୍ଦେଶ କରିଛି । ଏହି ସମସ୍ୟା ଆସିବା ପରେ ବୈଜ୍ଞାନିକମାନେ ମଧ୍ୟ ବହୁତ ଚିନ୍ତିତ ହେଉଛନ୍ତି ।
କୁହାଯାଉଛି ଯେ ଏହି ଫଟୋଗ୍ରାଫ୍ ପ୍ରକୃତରେ ୨୪ ଡିସେମ୍ବର ୨୦୨୦ ରୁ ନିଆଯାଇଛି । ଆଇଏସଏସରେ ଥିବା ଜଣେ ମହାକାଶଚାରୀ ଖ୍ରୀଷ୍ଟମାସ ପୂର୍ବରୁ ପୂର୍ବ ପେରୁ ସୁନା ଭର୍ତ୍ତି ଗର୍ତ୍ତର ଏହି ଫଟୋ ଉଠାଇଥିଲେ । ତେବେ ସୁନା ଉତ୍ପାଦନରେ ପେରୁ ଷଷ୍ଠ ସ୍ଥାନରେ ରହିଛି । କିନ୍ତୁ ଏଠାରେ ବେଆଇନ ଖଣି ଖନନ ହେବା ଦୁର୍ଭାଗ୍ୟଜନକ ବିଷୟ । ଏହି ଅବୈଧ ଖଣି ବିନାଶକାରୀ ପ୍ରକ୍ରିୟାରେ ଚାଲିଛି ।
ପାଖରେ ଅଛି କି SBI କାର୍ଡ଼? ସୁନା ଗହଣାରେ ରିହାତି ସହ ମିଳିବ କ୍ୟାସ ବ୍ୟାକ୍
ଏହି ପ୍ରକ୍ରିୟା ପରିବେଶ ଏବଂ ଆମାଜନର ସମ୍ପ୍ରଦାୟକୁ ନଷ୍ଟ କରୁଛି । ନିକଟ ଅତୀତରେ ପେରୁର ମାଦ୍ରେ ଡି ଡାୟୋସରେ ବେଆଇନ ଖଣି ଖନନ ଅନେକ ସମସ୍ୟା ସୃଷ୍ଟି କରିଛି । ବଡ଼ ଗଛ କଟାଯାଇଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଗଛ କାଟିବା କାରଣରୁ ନ୍ୟୁୟର୍କ ସହରର ସମାନ ଭାଗରେ ମଇଳା ଜଳର ବନ୍ୟା ଭଳି ପରିସ୍ଥିତି ଦେଖାଦେଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।