News18 Odia Digital
ମୁମ୍ବାଇ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ (Deputy CM) ଦେବେନ୍ଦ୍ର ଫଡନବିସ(Devendra Fadnavis)ଙ୍କ ପତ୍ନୀ ଅମୃତା ଫଡନବିସ୍(Amruta Fadnavis) ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ସେ ସୋସିଆଲ ମିଡିଆ ତାରକା ରିୟାଜ ଅଲି(Riyas Alli)ଙ୍କ ସହ 'ମୁଡ ବନାଲେୟା' ଗୀତ ତିଆରି କରି ବିବାଦ ଘେରରେ ଛନ୍ଦି ହୋଇଯାଇଛନ୍ତି। ବର୍ତ୍ତମାନ ବିରୋଧୀ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (NCP) ଅଭିଯୋଗ କରିଛି ଯେ ଅମୃତା ଫଡନବିସ୍ ଡେପୁଟି ସିଏମ୍ ଦେବେନ୍ଦ୍ର ଫଡନବିସଙ୍କ ସରକାରୀ ବଙ୍ଗଳାରେ ସୁଟିଂ କରିଛନ୍ତି। ଏପରି କରିବା ପୂର୍ବରୁ ଅମୃତା ଫଡନବିସ୍ କର୍ତ୍ତୃପକ୍ଷଙ୍କ ଅନୁମତି ନେଇଛନ୍ତି କି ନାହିଁ ବୋଲି ଏନସିପି ପ୍ରଶ୍ନ କରିଛି।
ଅମୃତା ଫଡନବିସ୍ ମଡେଲିଂ (Modeling) କରନ୍ତି ଓ ଗୀତ ସୁଟିଂ ମଧ୍ୟ କରନ୍ତି। ତାଙ୍କର ନୂଆ ଗୀତ 'ମୁଡ୍ ବନାଲେୟା' ଦୁଇ ସପ୍ତାହ ଧରି ଟି-ସିରିଜ୍ ଚ୍ୟାନେଲରେ ଅପଲୋଡ୍ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ପ୍ରାୟ ୫୦ କୋଟି ଭ୍ୟୁଜ ହୋଇସାରିଲାଣି। ଏହି ଗୀତର ପ୍ରମୋସନ ପାଇଁ ସେ ସୋସିଆଲ ମିଡିଆରେ ପ୍ରସିଦ୍ଧ ଲୋକଙ୍କ ସହ ଛୋଟ ଭିଡିଓ ପ୍ରସ୍ତୁତ କରୁଛନ୍ତି। ସ୍ୱାମୀଙ୍କ ସହ ସେ ମଧ୍ୟ ସରକାରୀ ବାସଭବନରେ ରୁହନ୍ତି।
Wrestlers Protest: ଧାରଣା ଭାଙ୍ଗିଲେ କୁସ୍ତି ଖେଳାଳି; ସାମୟିକ ଅବ୍ୟାହତି ନେବେ ବ୍ରିଜ୍ଭୂଷଣ
ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କ ସରକାରୀ ବାସଭବନ ସାଗର ଦକ୍ଷିଣ ମୁମ୍ବାଇର ମାଲାବାର ହିଲରେ ଅବସ୍ଥିତ। ଏନସିପି ମୁଖପାତ୍ର ହେମା ପିମ୍ପଲ ଅଭିଯୋଗ କରିଛନ୍ତି ଯେ ଅମୃତା ଫଡନବିସ ତାଙ୍କ ସ୍ୱାମୀଙ୍କୁ ମିଳିଥିବା ବଙ୍ଗଳାରେ ଇନଷ୍ଟାଗ୍ରାମ ପାଇଁ ତାଙ୍କ ନୂଆ ଭିଡିଓର ରିଲ ସୁଟ କରିଛନ୍ତି। ସେ କହିଛନ୍ତି, 'ଭିଡିଓ ସୁଟିଂ ଏକ ସରକାରୀ ଆବାସିକ ବଙ୍ଗଳାରେ ଘଟିଥିଲା। ଏଥିପାଇଁ ରାଜ୍ୟ ସାର୍ବଜନୀନ କାର୍ଯ୍ୟ ବିଭାଗ (ପିଡବ୍ଲ୍ୟୁଡି) କିମ୍ବା ସଂସ୍କୃତି ମନ୍ତ୍ରଣାଳୟରୁ ଅନୁମତି ନିଆଯାଇଛି କି?
ଯଦି ଅନୁମତି ନିଆ ଯାଇ ନାହିଁ ତେବେ ଦେବେନ୍ଦ୍ର ଫଡନଭିସ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ। ଏହି ପ୍ରସଙ୍ଗରେ ଅମୃତା ଫଡନବିସଙ୍କ ପ୍ରିତିକ୍ରିୟା ମିଳିପାରି ନାହିଁ।
ଗୋଟେ ମୁଠା ଲୁଣ କରିଦେବ ଆପଣଙ୍କୁ ମାଲାମାଲ; ଦୂର ହେବ ଅଶୁଭ ପ୍ରଭାବ!
ସୂଚନାଯୋଗ୍ୟ, ଅମୃତା ଫଡନବିସ୍ ଅନେକ ଥର ବିବାଦରେ ଆସିନ୍ତି। ଗତଥର ଯେତେବେଳେ ଦେବେନ୍ଦ୍ର ଫଡନବିସ୍ ସିଏମ୍ ଥିଲେ, ସେତେବେଳେ ଅମୃତା ଫଡନବିସ୍ ତାଙ୍କ ସ୍ୱାମୀଙ୍କ ପଦର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।