୩୬ ଦିନ ପରେ ଧରାପଡ଼ିଲେ ଅମୃତପାଲ ସିଂ; ବେଶ ବଦଳାଇ ପୋଲିସକୁ ଦେଉଥିଲେ ଚକମା

୩୬ ଦିନ ପରେ ଧରାପଡ଼ିଲେ ଅମୃତପାଲ ସିଂ । ଗିରଫ ପରେ ସିଧା ଆସାମର ଦିବ୍ରୁଗଡ଼ ଜେଲକୁ ପଠାଯିବ ।

ଧରାପଡ଼ିଲା ଅମୃତପାଲ ସିଂ

ଧରାପଡ଼ିଲା ଅମୃତପାଲ ସିଂ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Amritpal Singh Arrested:  ୩୬ ଦିନ ପରେ ଧରାପଡ଼ିଲା 'ୱାରିସ୍‌ ପଞ୍ଜାବ ଦେ’ ଚିଫର ମୁଖ୍ଯ ଅମୃତପାଲ ସିଂ(Amritpal Singh)। ଆଜି ମୋଗା ଗୁରୁଦ୍ୱାର ନିକଟରୁ ପଞ୍ଜାବ ପୋଲିସ (Punjab Police) ତାଙ୍କୁ ଗିରଫ କରିଛି । ମାର୍ଚ୍ଚ ୧୮ ତାରିଖରୁ ଫେରାର ହୋଇ ଯାଇଥିବା ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ଅମୃତପାଲ୍‌ ସିଂହଙ୍କ ସହ ଖଲିସ୍ତାନୀର ସମର୍ଥକଙ୍କୁ ମଧ୍ଯ ଗିରଫ କରାଯାଇଛି । ଅଜନାଲା କାଣ୍ଡ ପରେ ଅମୃତପାଲ ଫେରାର ଥିଲେ । ତିନି ଦିନ ପୂର୍ବରୁ ତାଙ୍କ ପତ୍ନୀ କିରଣଦୀପ କୌରଙ୍କୁ ଅମୃତସର ଏୟାରପୋର୍ଟ(Amritsar Airport)ରେ ଅଟକ ରଖାଯାଇଥିଲା । ଏବେ ଅମୃତପାଲଙ୍କୁ ଗିରଫ ପରେ ସିଧା ଆସାମର ଦିବ୍ରୁଗଡ଼ ଜେଲକୁ ପଠାଯିବ ।

ଅମୃତପାଲଙ୍କ ସବୁ ସାଥୀ ପୂର୍ବରୁ ଗିରଫ ହୋଇସାରିଛନ୍ତି । ସେମାନଙ୍କ ଲଗାତାର ଜେରା କରାଯାଉଥିଲା । କୁହାଯାଉଛି ଯେ ପତ୍ନୀଙ୍କ ଉପରେ ପୋଲିସର ଚାପ ଯୋଗୁଁ ଅମୃତପାଲ ଆଜି ପୋଲିସ ହାତକୁ ଆସିଥିଲେ । ଫେରାର ଥିବା ସମୟରେ ସେ ଅନେକ ଥର ଭିଡ଼ିଓ ଜାରି କରିଥିଲେ ।

ଅମୃତପାଲଙ୍କୁ ଗିରଫ କରିବା ପରେ ପଞ୍ଜାବ ପୋଲିସ ଏକ ଟ୍ୱିଟ ଜାରି କରିଛି । ପୋଲିସ କହିଛି ଯେ ମୋଗାରୁ ଅମୃତପାଲଙ୍କୁ ଗିରଫ କରାଯାଇଛି । ଲୋକମାନେ ଶାନ୍ତି ଓ ସୌହାର୍ଦ୍ଦ ବଜାୟ ରଖିବାକୁ ପୋଲିସ ଅନୁରୋଧ କରିଛି । କୌଣସି ନକଲି ଖବର ପ୍ରଚାର ଓ ଗୁଜୁବଠୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ।

ଆରମ୍ଭ ହୋଇଛି ଗୁରୁ ଗୋଚର; ୭ମାସ ପର୍ଯ୍ଯନ୍ତ ଅଶାନ୍ତିରେ ରହିବେ ୫ରାଶି

ସୂଚନାଯୋଗ୍ଯ, ଅମୃତପାଲ ଓ ତାଙ୍କ ସହଯୋଗୀମାନଙ୍କୁ ଧରିବା ପାଇଁ ପୋଲିସ ୧୮ ମାର୍ଚ୍ଚରୁ ଜାଲ ବିଛାଇଥିଲା । ଏହି ସମୟରେ ପୋଲିସ ତାଙ୍କର କେତେଜଣ ସାଥୀଙ୍କୁ ମଧ୍ଯ ଗିରଫ କରିଥିଲା  । କିନ୍ତୁ ଅମୃତପାଲ ଖସି ଯାଇଥିଲେ । ସେବେଠାରୁ ପୋଲିସ ଲଗାତାର ତାଙ୍କୁ ଖୋଜିଆସୁଥିଲା । କିନ୍ତୁ ସେ ବେଶ ବଦଳାଇ ପୋଲିସକୁ ଚକମା ଦେଉଥିଲେ । ଅମୃତପାଲଙ୍କ ଖିଲାପରେ ଜାତୀୟ ସୁରକ୍ଷା ଅଧିନିୟମ (NSA) ରୁଜୁ ହୋଇଛି ।
Published by:Soumya Das
First published: