ଅମୃତ ରତ୍ନ ପୁରସ୍କାର; ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ଗୁରୁତ୍ୱପୂର୍ଣ୍ଣ କଥା

'ଅମୃତ ରତ୍ନ ସମ୍ମାନ' ସମାରୋହରେ ଜାମ୍ମୁ-କାଶ୍ମୀରର ଉପ-ରାଜ୍ୟପାଳ ମନୋଜ ସିହ୍ନା ଯୋଗ ଦେଇଥିଲେ । ସେ କହିଛନ୍ତି ଯେ ମୋଦିଙ୍କ ଶାସନ କାଳରେ ଜାମ୍ମୁ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ହୋଇଛି ।

ଅମୃତ ରତ୍ନ ପୁରସ୍କାର; ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ଗୁରୁତ୍ୱପୂର୍ଣ୍ଣ କଥା

ଅମୃତ ରତ୍ନ ପୁରସ୍କାର; ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ଗୁରୁତ୍ୱପୂର୍ଣ୍ଣ କଥା

  • Share this:
News 18 Odia Digital

ନୂଆଦିଲ୍ଲୀ; ନ୍ୟୁଜ୍18 ଇଣ୍ଡିଆ ଦ୍ୱାରା ନୂଆଦିଲ୍ଲୀରେ ଆୟୋଜିତ 'ଅମୃତ ରତ୍ନ ସମ୍ମାନ' ସମାରୋହରେ ଜାମ୍ମୁ-କାଶ୍ମୀରର ଉପ-ରାଜ୍ୟପାଳ ମନୋଜ ସିହ୍ନା ଯୋଗ ଦେଇଥିଲେ । ଏହି ଅବସରରେ ଘାଟିର ପରିସ୍ଥିତି ବିଷୟରେ ଆଲୋଚନା କରିବାବେଳେ ସେ କହିଥିଲେ ଯେ ଜାମ୍ମୁ କାଶ୍ମୀରରେ ଅଳ୍ପ କିଛି ଘଟଣା ନିଶ୍ଚିତ ଘଟିଛି, ଯେଉଁଥିପାଇଁ ପରିବେଶ ଖରାପ କରିବାକୁ ଚେଷ୍ଟା କରାଯାଇଥିଲା । ସେ କହିଛନ୍ତି ଯେ ମୋଦିଙ୍କ ଶାସନ କାଳରେ ଜାମ୍ମୁ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ହୋଇଛି ।

ଆତଙ୍କବାଦୀ ଘଟଣାକୁ ନେଇ ଉପ-ରାଜ୍ୟପାଳ ମନୋଜ ସିହ୍ନା ପାକିସ୍ତାନକୁ ଟାର୍ଗେଟ କରି କହିଛନ୍ତି ଯେ ପଡ଼ୋଶୀ ଏହି କଥା ଭାବି ଚିନ୍ତା କରୁଛନ୍ତି କି, ଜାମ୍ମୁ କାଶ୍ମୀରରେ ଶାନ୍ତି କାହିଁକି ଅଛି, ସେଠାରେ ବିକାଶ କାହିଁକି ହେଉଛି ? କିନ୍ତୁ ବଡ ଆତଙ୍କବାଦୀମାନେ କାଶ୍ମୀର ଘାଟିରେ ଆଉ ବଞ୍ଚି ନାହାଁନ୍ତି । ପୂର୍ବରୁ ଆତଙ୍କବାଦୀମାନେ ଘୋଷଣା କରୁଥିଲେ, ବର୍ତ୍ତମାନ ସେମାନେ ଭୟ କରୁଛନ୍ତି କି, ହୁଏତ ସେମାନେ ସେନା କବଳରୁ ବଞ୍ଚିବେ ନାହିଁ ।

ଉପ-ରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି ଯେ ଶାନ୍ତି କିଣାଯାଇପାରିବ ନାହିଁ ଏବଂ ଆମେ ଶାନ୍ତି କିଣିବାରେ ବିଶ୍ୱାସ କରୁନାହୁଁ, ଶାନ୍ତି ପାଇଁ ସ୍ଥାୟୀ ସମାଧାନ ଖୋଜୁ। ତ୍ରିରଙ୍ଗା ସହିତ କିଛି ଲୋକଙ୍କର ସମସ୍ୟା ଅଛି । ଯାହାର ସଂଖ୍ୟା କମ୍ ଅଟେ । ଲୋକମାନେ ଆଉ ସେସବୁ ପ୍ରତି ଧ୍ୟାନ ଦେଉ ନାହାଁନ୍ତି ।
Published by:Soubhagya Mishra
First published: