News 18 Odia Digital
ନୂଆଦିଲ୍ଲୀ: ବଲିଉଡର ବିଗ୍ ବି ଅମିତାଭ ବଚ୍ଚନ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ନିଜ ଅଭିନୟ ମାଧ୍ୟମରେ ଲୋକଙ୍କ ଅତି ଆପଣାର ହୋଇଥିବା ବିଗ୍ ବି ନିଜ ଫ୍ୟାନଙ୍କ ସୁବିଧା ଅସୁବିଧା ମଧ୍ୟ ବୁଝିଥାନ୍ତି । ନିକଟରେ ଅମିତାଭଙ୍କ ଆଉ ଏକ ମହାନ କାର୍ଯ୍ୟକୁ ନେଇ ସବୁଠି ଚର୍ଚ୍ଚା ଲାଗି ରହିଛି ।
ରାଜସ୍ଥାନ ବୁଦୀ ଜିଲ୍ଲାର ଜଣେ ଶିକ୍ଷକ ଶୋଭା କୱଁରଙ୍କୁ ଏକ ଚିଠି ଲେଖିଛନ୍ତି ଅମିତାଭ । ଏଥିସହ ୧୧ ଲକ୍ଷଟଙ୍କା ମଧ୍ୟ ପ୍ରଦାନ କରିଛନ୍ତି । ଶୋଭା କିଛିଦିନ ତଳେ ବିଗ ବିଙ୍କର 'ସୋ' କେବିସିକୁ ଆସିଥିଲେ । ନିଜ ଅଞ୍ଚଳର ବିଦ୍ୟାଳୟ ଓ ଛାତ୍ରୀଙ୍କ ଅବସ୍ଥା ସମ୍ପର୍କରେ ମଧ୍ୟ କହିଥିଲେ । ସମ୍ପୁର୍ଣ୍ଣ ଘଟଣା ଶୁଣିବା ପରେ ବିଗ ବିଙ୍କ ହୃଦୟ ବେସ୍ ପ୍ରଭାବିତ ହୋଇଥିଲା । ତେଣୁ ସେ ନିଜ ପକେଟରୁ ଛାତ୍ରୀଙ୍କ ଶିକ୍ଷାଲାଭ ପାଇଁ ୧୧ ଲକ୍ଷ ଟଙ୍କା ଦାନ କରିଛନ୍ତି ।
ଏଥିସହ ଅମିତାଭ ଚିଠିରେ ଲେଖିଛନ୍ତି ଯେ, ଶିକ୍ଷକ ଶୋଭା କୱଁର ନିଜର ସାରା ଜୀବନ ଦଳିତ ବର୍ଗର ଛାତ୍ରୀଙ୍କ ଶିକ୍ଷା ପାଇଁ ସମର୍ପିଛନ୍ତି । ଏଥିସହ ଶୋଭାଙ୍କ ଲକ୍ଷ ସଫଳ ହେଉ ବୋଲି ଶୁଭକାମନା ଦେଇଛନ୍ତି । ତେଣୁ ସେହି ମହାନ କାର୍ଯ୍ୟରେ ଅମିତାଭ ନିଜକୁ ସାମିଲ କରି ନିଜର ସୌଭାଗ୍ୟ ମନେ କରିଛନ୍ତି । ଏହି ଘଟଣାକୁ ସବୁଠି ବେସ ପ୍ରଶଂସା କରାଯାଇଛି ।
ସୂଚନାଯୋଗ୍ୟ, ସେପ୍ଟେମ୍ୱର ୨୭ ତାରିଖରେ କେବିସି କାର୍ଯ୍ୟକ୍ରମକୁ ଯାଇଥିଲେ ଶୋବା କୱଁର । କେବିସିରେ ପ୍ରଶ୍ନର ଉତ୍ତର ଦେଇ ଟଙ୍କା ମଧ୍ୟ ଜିତିଥିଲେ । ଏଥିସହ ଜିତିଥିବା ଟଙ୍କାକୁ ଛାତ୍ରୀଙ୍କ ପାଠପଢା ପାଇଁ ଖର୍ଚ୍ଚ କରିବା କଥା ବିଗ୍ ବିଙ୍କ ସାମ୍ନାରେ କହିଥିଲେ । ଏ କଥା ଶୁଣିବା ପରେ ମଞ୍ଚରେ ଥିବା ସମସ୍ତ ଦର୍ଶକଙ୍କ ସମେତ ବିଗ ବି ମଧ୍ୟ ଭାବବିହ୍ୟୁଳ ହୋଇଥିଲେ । ତେବେ ଉକ୍ତ ସମୟରେ ଅମିତାଭ ବ୍ୟକ୍ତିଗତ ଭାବରେ କିଛି ଦାନ କରିବାକୁ କହିନଥିଲେ । କାର୍ଯ୍ୟକ୍ରମ ସରିବା ପରେ ନିଜ ପକେଟରୁ କିଛି ଅର୍ଥ ଦେବେ ବୋଲି ଅମିତାଭ ଭାବିଥିଲେ ।
ଏହି ଖବର ଜାଣିବା ପରେ ଛାତ୍ରୀଙ୍କ ପରିବାର ସଦସ୍ୟ ତଥା ପିତା ମାତା ଖୁବ ଖୁସି ହେବା ସହ ଅମିତାଭଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅମିତାଭଙ୍କ ସୁସ୍ଥ ଓ ଦୀର୍ଘ ଜୀବନ କାମନା କରିଛନ୍ତି ଅଞ୍ଚଳବାସୀନ୍ଦା । ଜଣେ ପିତା କହିଛନ୍ତି ଯେ, ମୁଁ ମୋର ଆର୍ଥିକ ସମସ୍ୟା ପାଇଁ ମୋ ଝିଅକୁ ପାଠପଢା ଉପକରଣ ଯୋଗାଇପାରୁନଥିଲି । ମହାନାୟକଙ୍କ ଏହି ସାହାର୍ଯ୍ୟ କାରଣରୁ ମୋ ଝିଅ ଏବେ ପାଠ ପଢିପାରିବ । ଆଉ ଜଣେ ଅଭିଭାବକ ମଧ୍ୟ ଅମିତାଭଙ୍କ ପ୍ରଶଂସା କରି କହିଛନ୍ତି ଯେ, ମୋ ପାଇଁ ଘର ଚଳାଇବା ଖୁବ କଷ୍ଟକର ହୋଇପଡେ । ଦିନକୁ ଦିଓଳା ଖାଇବାକୁ ଆମେ ଖୁବ ସଂଘର୍ଷ କରିଥାଉ ଏବଂ ଆମ ପରି ଗରିବଶ୍ରେଣୀର ବ୍ୟକ୍ତିଙ୍କ ପାଇଁ ଏହି ସାହାର୍ଯ୍ୟ ଖୁବ ବଡ଼ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।